Exclusive : ପୁରୀରେ ପ୍ରଥମ ସ୍ୱାମୀ ଘର ଆଗରେ ବସିଥିବା ଶୁଭଲକ୍ଷ୍ମୀ ଏମିତି କରୁଥିଲେ ପିଲାନଷ୍ଟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ନ୍ୟାୟ ପାଇଁ ଶାଶୁ ଘର ଦୁଆରେ ଧାରଣା ରେ ବସିଲେ ବୋହୂ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ବାଙ୍କି ମୁହାଣ ନୂଆ ସାହି ଅଞ୍ଚଳ ରେ ଏଭଳି ଦୃଶ୍ୟ ଦେଖିବା କୁ ମିଳିଛି । ପୁଅ କୁ ଧରି ଧାରଣା ଦେଇଥିବା ମହିଳା ଜଣ କ ହେଉଛନ୍ତି ଶୁଭଲକ୍ଷ୍ମୀ ପ୍ରଧାନ । ଜିଲ୍ଲା ଫ୍ୟାମିଲି କୋର୍ଟ ରେ ତାଙ୍କ ସ୍ଵାମୀ‌ ପ୍ରହଲ୍ଲାଦ ପ୍ରଧାନ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ପତ୍ନୀ ଶୁଭଲକ୍ଷ୍ମୀ ନିଜ ପୁଅ କୁ ଧରି ଶାଶୁ ଘର ସମ୍ମୁଖ ରେ ଧାରଣା ରେ ବସିଛନ୍ତି ।

ବୋହୂ ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ଜିରାକନ୍ଦି ଗାଁ ର ଶୁଭଲକ୍ଷ୍ମୀ ପ୍ରଧାନ ସମୁଦ୍ର କୂଳ ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ପ୍ରଧାନ ଙ୍କୁ ୨୦୧୫ ମସିହା ରେ ବିବାହ କରିଥିଲେ । ବିବାହ ପରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇ ଥିଲା । ଶୁଭଲକ୍ଷ୍ମୀ ୨ ମାସ ର ଗର୍ଭବତୀ ହୋଇ ଥିବା ବେଳେ ଶାଶୁ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉ ଥିବା ଅଭିଯୋଗ ହୋଇଛି ।

ଏଭଳି କି ଠିକ୍ ସେ ଖାଇବା କୁ ଦେଉ ନ ଥିଲେ ଶାଶୁ ଘର ଲୋକେ । ତେଣୁ ବାଧ୍ୟ ହୋଇ ଶୁଭଲକ୍ଷ୍ମୀ ନିଜ ବାପ ଘର କୁ ପଳାଇ ଥିଲେ । ମଝି ରେ ମଝି ରେ ଶାଶୁ ଘର କୁ ଆସୁ ଥିଲେ ବି ତାଙ୍କୁ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ ହୋଇଥିଲା ।
ଖାଲି ସେତିକି ନୁହେଁ ଶୁଭଲକ୍ଷ୍ମୀ ଙ୍କ ବିରୋଧ ରେ ମହିଳା କମିଶନର ଙ୍କ ନିକଟ ରେ ତାଙ୍କ ଶାଶୁ ମିଥ୍ୟା ଅଭିଯୋଗ ଆଣି ଥିଲେ । ହେଲେ ଏଥି ରେ ମଧ୍ୟ ସେ ବିଫଳ ହୋଇ ଥିଲେ । ସ୍ବାମୀ ପ୍ରହଲ୍ଲାଦ ଫ୍ୟାମିଲି କୋର୍ଟ ରେ ଛାଡ଼ପତ୍ର ମାମଲା କରିଥିଲେ ।

 ତେବେ ଶୁଣାଣୀ ତାରିଖ ରେ ଅନୁପସ୍ଥିତ ରହୁଥିବା ରୁ ମାମଲା ଖାରଜ ହୋଇଥିଲା । ଏହାକୁ ନେଇ ଶୁଭଲକ୍ଷ୍ମୀ ସୁଚନା ଦେଇଛନ୍ତି । ଏହା ପରେ ଶୁଭଲକ୍ଷ୍ମୀ ପୁଅ କୁ ଧରି ଶାଶୁ ଘରେ ରହିବା କୁ ଆସିଥିବା ବେଳେ ଶାଶୁ ଘର ତାଲା ପକାଇ ଦେଇ ଥିଲେ।

ଫଳରେ ବାଧ୍ୟ ହୋଇ ସେ ନିଜ ପୁଅକୁ ଧରି ନ୍ୟାୟ ପାଇଁ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଶାଶୂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପଟରେ ଶାଶୂ ସବୁ ଘଟଣା ପାଇଁ ବୋହୂକୁ ଦାୟୀ କରିଛନ୍ତି ।

ଫଳ ରେ ବାଧ୍ୟ ହୋଇ ସେ ନିଜ ପୁଅ କୁ ଧରି ନ୍ୟାୟ ପାଇଁ ଶାଶୁ ଘର ସାମ୍ନା ରେ ଧାରଣା ରେ ବସିଛନ୍ତି । ଶାଶୁ ଘରେ ରହିବା ର ସମ୍ପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ଶାଶୁ ତାଙ୍କୁ ଜୀବନ ରେ ମାରି ଦେବାକୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପଟେ ଏ ନେଇ ଶୁଭଲକ୍ଷ୍ମୀ ଙ୍କ ଶାଶୁ ଘର ପକ୍ଷ ରୁ କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ