ପୁଅ ମୋର ବଡ ଲୋକ ବଡ ଅଫିସର…ଗୋଟିଏ ବାପାର କୋହ ଭରା ଗୀତ ଦେଖିଲେ କାନ୍ଦି ପକେଇବେ,ସେଇ ପୂର୍ଣ୍ଣ ଦାଦାଙ୍କ ସହ ସାକ୍ଷାତକାର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

“ପୁଅ ମୋର ବଡ଼ ମଣିଷ ବଡ଼ ଅଫିସର, ତା ପାଖରେ ଅଛି କାର ଓ ବଡ଼ ବଡ଼ ଘର ମାଳ ମାଳ…. ବାହା ହୋଇ ନିଜ ସ୍ତ୍ରୀ ସହ ରହୁଛି ଆଉ ବୁଲୁଛି ବଡ଼ ବଡ଼ ମଲ ,ହୋଟେଲ…. କିନ୍ତୁ ଏଇ ବୁଢା ବାପ ର ଘର ଅନାଥ ଆଶ୍ରମ ରେ…..ପୁଅ ମୋର ବଡ଼ ମଣିଷ ବଡ଼ ଅଫିସର”।

ବନ୍ଧୁଗଣ ଏହା ଆମେ କହୁ ନାଁହୁ ଏହା ହେଉଛି ଜଣେ ହାତଭାଗ ବାପ ର ହୃଦୟ ର ଯନ୍ତ୍ରଣା ଯାହା ସେ କବିତା ମାଧ୍ୟମ ରେ କହିଛନ୍ତି। ଯେ ସେହି ବାପା ମା ଙ୍କ ର ଦୁଃଖ ଯେଉଁ ମାନ ଙ୍କ ପିଲା ମାନେ ବଡ଼ ହୋଇ ଚାକିରୀ କରି ବିବାହ କରିବା ପରେ ନିଜ ବାପା ମା ଙ୍କୁ ଅନାଥ ଆଶ୍ରମରେ ଛାଡି ଦିଅନ୍ତି।

ଆମେ ସର୍ବଦା ଆମ ପିଲା ଦିନରୁ ପଢି ଆସିଛୁ ଯେ, “ବାପା ମା ଙ୍କ ଠାରୁ ବଡ଼ ଦେବତା କେ ସରଗେ ରାଇଜେ ନାହିଁ, ତାଙ୍କର ଆଶିଷ ସାହା ଏକା ସିନା ବିପଦୁ ତାରିବା ପାଇଁ “। ତେବେ ଏହି ଉକ୍ତି ଟିକୁ ଆପଣ ନିଶ୍ଚିତ ବୁଝିଥିବେ କି, ଏହି ସଂସାର ରେ ବାପା ମା ହେଉଛନ୍ତି ଆମର ଦେବତା ଏବଂ ପୂଜ୍ୟ ।

କେବଳ ତାଙ୍କର ଆଶୀର୍ବାଦ ଏବଂ ଭଲପାଇବା ଦ୍ଵାରା ଆମେ ଆମ ଜୀବନରେ ଉନ୍ନତି କରିପାରିବା , ଏବଂ ଏହା କେବଳ ସେତେବେଳେ ସମ୍ଭବ ହେବ ଯେତେବେଳେ ତାଙ୍କର ଆବଶ୍ୟକ ସମୟରେ ପିଲାମାନେ ତାଙ୍କ ପାଖରେ ରହି ତାଙ୍କର ସେବା କରିବେ ଏବଂ ଏକ ସଂତାନ ଭାବରେ ବାପା ମା ଙ୍କୁ ଟିକେ ଖୁସି ଦେବେ।

କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଏହାର ବିପରୀତ ଦେଖିବାକୁ ମିଳୁଛି। ବାପା ମା ତ ନିଜ ଜୀବନ କୁ ବାଜିରେ ଲଗାଇ ପିଲା ମାନଙ୍କୁ ପାଠ ସାଠ ପଢ଼ାଇ ବଡ଼ ମଣିଷ କରିଛନ୍ତି ମାତ୍ର ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପରେ ପିଲାମାନେ ବାପା ମା ଙ୍କୁ ଭୁଲିଯାଉଛନ୍ତି ।

ଆଉ ଯେତେବେଳେ ବାପା ମା ଖୁସି ରେ ସେହି ପୁଅ ର ବିବାହ କରି ଆଣିଥାନ୍ତି ଆଉ ପୁଅ କୁ ଗୋଟେ ଲାଇଭ ପାର୍ଟନର ଆଣି ଦିଅନ୍ତି। ସେତେବେଳେ ପୁଅ ଟି ବାପା ମା ଙ୍କୁ ଭୁଲିଯାଏ ଆଉ ତାକୁ ଘରେ ରଖିବା କୁ ମଧ୍ୟ ତାକୁ କଷ୍ଟ ହୋଇଥାଏ। ତେଣୁ ବୃଦ୍ଧ ବୟସରେ ସେମାନ ଙ୍କୁ ଅନାଥ ଆଶ୍ରମ କୁ ପଠାଇ ଦେଇଥାଏ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଜଣେ ଦୁଃଖୀ ବାପ ର ଭିଡ଼ିଓ ଭାଇରାଲ ହେଉଛି ,ଯେଉଁ ଭିଡ଼ିଓ ଟିରେ ସେ ନିଜ ପୁଅ ବିଷୟରେ କହିଛନ୍ତି କି ,”ପୁଅ ମୋର ବଡ଼ ମଣିଷ ବଡ଼ ଅଫିସର, ତା ପାଖରେ ଅଛି କାର ଓ ବଡ଼ ବଡ଼ ଘର ମାଳ ମାଳ ବାହା ହୋଇ ନିଜ ସ୍ତ୍ରୀ ସହ ରହୁଛି ଆଉ ବୁଲୁଛି ବଡ଼ ବଡ଼ ମଲ ,ହୋଟେଲ କିନ୍ତୁ ଏଇ ବୁଢା ବାପ ର ଘର ଅନାଥ ଆଶ୍ରମ ରେ ପୁଅ ମୋର ବଡ଼ ମଣିଷ ବଡ଼ ଅଫିସର।ଏବଂ ବହୁତ କାନ୍ଦିଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ