ଛୋଟ ପିଲାମାନଙ୍କୁ ଆମେ ଯେମିତି ଶିକ୍ଷା ଦେବା ସେମାନେ ସେପରି ଗଢି ହୋଇଥାନ୍ତି । ଏପରିକି ସେମାନଙ୍କୁ ଦିଆଯାଉଥିବା ସଂସ୍କାର ତାଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ବେଶ ସହାୟକ ହୋଇଥାଏ । କିପରି ପିଲାଙ୍କ ଉତ୍ତମ ବ୍ୟବାହର ଶିଖାଇବେ ତାହା ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଯଦି ଶିଶୁଟି ଯୌଥ ପରିବାରରେ ରହୁଥିବ ତେବେ ଶିଶୁ ସହିତ ବାପା ମାଆ, ଜେଜେବାପା ଜେଜେ ମାଆ, ବଡ଼ ଭାଇ ଭଉଣୀ ଦାଦା ଖୁଡ଼ି ସମସ୍ତେ ରୁହନ୍ତି । ସେମାନଙ୍କ ଠାରୁ ଶିଶୁ ସବୁ କିଛି ଶିଖିଥାଏ । ସେହିପରି ଯଦି ଶିଶୁଟି ଏକକ ପରିବାରରେ ବଢୁଛି ତେବେ ଶିଶୁର ପିତା ମାଆଙ୍କ ଗୁରୁ ଦାୟିତ୍ୱ ସେମାନଙ୍କୁ ଉତ୍ତର ବ୍ୟବହାର ଶିଖାଇବା ।
ପିଲାବେଳେ ମିଳିଥିବା ସଂସ୍କାର ଶିଶୁର ଜୀବନରେ ବହୁ କାମରେ ଆସିଥାଏ । ତେବେ ପିଲାମାନଙ୍କୁ ଉଚିତ ସଂସ୍କାର ଦେବା ସମସ୍ତ ଗୁରୁଦାୟିତ୍ୱ । ସଂସ୍କାର କହିଲେ ଆମେ ବୁଝିଲା । ଆଚାର ବ୍ୟବହାର । ଏତଗଲା ପରିବାରରୁ ଶିଶୁଟି କଣ ଶିଖୁଛି ।
ଏହା ପରେ ଶିଶୁ ଶିକ୍ଷା ଗ୍ରହଣପାଇଁ ଯେଉଁ ନର୍ସରୀ ହେଉ ଅବା ବିଦ୍ୟାଳୟରେ ଯାଉଛି । ସେଠାରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ସହାୟକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ମଧ୍ୟ ପିଲାଙ୍କୁ ଉତ୍ତମ ବ୍ୟବହାର ଶିକ୍ଷା ଦେଇଥାନ୍ତି ।
ଅହଙ୍କାର, ସବୁ ଜିନିଷ ଓ ସବୁ ବସ୍ତୁରେ ନିଜର ଅଧିକାର ସାବ୍ୟସ୍ତ କରିବା ଭାବନା ଠାରୁ ଶିଶୁକୁ ଦୂରରେ ରଖନ୍ତୁ । ସବୁବେଳେ ବିନମ୍ରତା ଶିଖାନ୍ତୁ । ପିଲାଙ୍କ ମନରେ ଧାର୍ମିକ ଭାବନା ଆଣିବା ପାଇଁ ସେମାନଙ୍କୁ ଧର୍ମଗ୍ରନ୍ଥ ଓ ମହାପୁରୁଷଙ୍କ ଜୀବନୀ ଉପରେ କାହାଣୀ ଶୁଣାନ୍ତୁ । ଏପରି କଲେ ଶିଶୁ ମନରେ ଧାର୍ମୀୟ ଭାବନା ବଢିବା ସହ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିଥାଏ ।
ଯଦି ଆପଣଙ୍କ ଶିଶୁ କାହାକୁ ଖରାପ ବ୍ୟବହାର କରୁଛି ତେବେ ଆପଣ ଦେଖୁଛନ୍ତି ତ ସଙ୍ଗେସଙ୍ଗେ ରୋକନ୍ତୁ । ସବୁବେଳେ ସମସ୍ତଙ୍କୁ ମିଠାକଥା କହିବା ଶିଖାନ୍ତୁ । ଯଦି କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିଛନ୍ତି ଆପଣଙ୍କ ପିଲା ପାଇଁ ପସନ୍ଦର ଖେଳନା ଆଣି ନାହାନ୍ତି ତେବେ ଆପଣଙ୍କ ପିଲା ବନ୍ଧୁଙ୍କ ଉପରେ ରାଗୁଛି । ତେବେ ପିଲାଙ୍କୁ ଏପରି କିରବାରୁ ନିବୃତ୍ତ କରନ୍ତୁ ।ଆପଣଙ୍କ ଶିଶୁ କାହାକୁ ଖରାପ ବ୍ୟବହାର କରୁଛି ତେବେ ତାକୁ ବୁଝାନ୍ତୁ ସେ ଏପରି ବ୍ୟବହାର କଲେ ଅନ୍ୟକୁ କେତେ ପରିମାଣରେ ଦୁଃଖ ହେଉଛି ।
ପିଲାମାନଙ୍କ ସହିତ କଥାବାର୍ତ୍ତା କର ଏବଂ ସେମାନଙ୍କୁ ବୁଝାଅ ,ପିଲାମାନଙ୍କୁ ନିଜ ପସନ୍ଦର ଖେଳନା ଦେବା ଅପେକ୍ଷା ଆପଣ ସେମାନଙ୍କ ଶବ୍ଦ, ସମସ୍ୟା ଏବଂ ଭାବନାକୁ ବୁଝିବା ଜରୁରୀ । ସେମାନଙ୍କୁ ବୁଝିବା ପାଇଁ ତୁମେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସେମାନଙ୍କର ପ୍ରତ୍ୟେକ ବିଷୟ ଉପରେ ସେମାନଙ୍କର ମତ ପ୍ରକାଶ କରିବାକୁ ସେମାନଙ୍କୁ ଏକ ସୁଯୋଗ ଦିଅ । ପିଲାମାନଙ୍କୁ ଉନ୍ନତ ମାନବ କରିବା ପାଇଁ, ସେମାନଙ୍କର ଭାବନାକୁ ବଢାଇବା ଜରୁରୀ ।ଜଣେ ଭାରତୀୟ ପିଲାଙ୍କୁ ପିଟିବା କିମ୍ବା ଦଣ୍ଡ ଦେବା ଏକ ସାଧାରଣ କଥା |
କିନ୍ତୁ, ଦଣ୍ଡ ଦେବା ପରିବର୍ତ୍ତେ, ପିଲାଟି ବାର୍ତ୍ତାଳାପ ମାଧ୍ୟମରେ ନିଜର ଭୁଲ ବିଷୟରେ ଅବଗତ ହେବା ଉଚିତ ଯାହା ଦ୍ଵାରା ସେ ଆଉ ତାହା କରିବେ ନାହିଁ। ପିଲାମାନଙ୍କୁ ଅଧିକ ପିଟିବା ଦ୍ୱାରା ଏହା ସେମାନଙ୍କର ମାନସିକତା ଉପରେ ଖରାପ ପ୍ରଭାବ ପକାଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।