ଆପଣ ମାନେ ସମସ୍ତେ ଜାଣନ୍ତି କି ଆମ ଶରୀରରେ ଦୁଇଟି କିଡ଼ନୀ ରହିଛି ଯୋଉଥିରେ ଆମ ଶରୀରରେ ଥିବା ଅପରିଷ୍କାର ଜିନିଷ ସେଥିରେ ଜମା ହୁଏ ଓ ପରିସ୍ରା ନଳି ଦେଇକି ବାହାରକୁ ଆସିଥାଏ ଯାହାକୁ ଆମେ ୟୁରିଥ୍ରା କହୁ |ତେବେ ଆମ ଶରୀରରେ ବିଭିନ୍ନ ପ୍ରକାରର କାରଣ ଯୋଗୁ ଆମର ପରିସ୍ରା ଇନଫେକ୍ସନ ହୋଇଥାଏ, ତେବେ ଆସନ୍ତୁ ଆମେ ଜାଣିବା ସେହି କାରଣ ଗୁଡିକ କଣ କଣ |
ସାଧରଣତଃ ବୟସ୍କ ବ୍ୟକ୍ତିଙ୍କ ଠାରେ ପରିସ୍ରା ସମସ୍ୟା ପରି ଲକ୍ଷଣ ଗୁଡିକ ଦେଖାଦେଇଥାଏ, କାରଣ ଆମେ ଜାଣିଛୁ କି ବୟସ ବଢିଗଲେ ଆମ ଶରୀରରେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ କମିଯାଇଥାଏ , ତା ଛଡା ପୁରୁଷ ଓ ମହିଳା ମାନଙ୍କ ଠାରେ ମଧ୍ୟ ଏହି ପ୍ରକାରର ସମସ୍ୟା ବିଶେଷ ପରିମାଣରେ ଦେଖା ଦେଇଥାଏ |
ପୁଅ ମାନଙ୍କର ପ୍ରଷ୍ଟେଡ଼ ଭଳି ରୋଗ ହେଉଥିଲା ବେଳେ ମହିଳା ମାନଙ୍କ ଠାରେ ୟୁରିଥ୍ରା ଷ୍ଟ୍ରକଚର ଭଳି ରୋଗ ହୋଇଥାଏ |ଯାହା ଦ୍ୱାରା ସିଏ ଆମ ପରିସ୍ରା ଘରକୁ ଛୁଟିଆ କରିଦେଇଥାଏ ଓ ପରିସ୍ରା ଇନଫେକ୍ସନ ହୋଇଥାଏ |
ତାହା ଛଡା ଡ଼ିଏବେଟିସ ରୋଗର ପୀଡିତ ଥିବା ଲୋକଙ୍କ ଠାରେ ମଧ୍ୟ ପରିସ୍ରା ଇନଫେକ୍ସନ ଭଳି ସମସ୍ୟା ଦେଖାଦେଇଥାଏ | ଆଉ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ବେକଟେରିଆ ସେଇ ସବୁ ଜାଗାରେ ଶୀଘ୍ର ବଢିଥାଏ, ତାହା ଛଡା ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ବେଶୀ ପରିମାଣରେ ଇନଫେକ୍ସନ ଦେଖିବାକୁ ମିକିଥାଏ କାରଣ ମହିଳା ମାନଙ୍କର ମଳଦ୍ୱାର ଆଉ ପରିସ୍ରା ଦ୍ୱାର ପାଖାପାଖି ହେଇଥିବାରୁ ଇନଫେକ୍ସନ ର ମାତ୍ରା ଅଧିକ ଥାଏ |
ପାଣି ମଧ୍ୟ ବେସିକି ପିଇବା ଆବଶ୍ୟକ ହୋଇଥାଏ କାରଣ ଯଦି ଆମେ କମ ପାଣି ପୀଉଚେ ତାହେଲେ ଆମ ଶରୀରରେ ୟୁରିନ ମଧ୍ୟ କମ ତିଆରି ହେବ ଯାହା ଫଳରେ ବେକଟେରିଆ ଜଲ୍ଦି ବଂଶବିସ୍ତାର କରିଥାନ୍ତି, ଆଉ ମଧ୍ୟ ଯଦି ଆମେ ପରିସ୍ରା କୁ ଅଟକାଇ ରଖୁଛେ ତାହେଲେ ମଧ୍ୟ ଇନଫେକ୍ସନ ହେବାର ସମ୍ଭାବିନା ରହିଥାଏ ,
ସେଠି ପାଇଁ କୁହ ଯାଇଛି କି ଦିନକୁ 2-3 ଲିଟର ପାଣି ପିଇବା ଭଲ , ତାହା ଛଡା ପ୍ରତେକ ଦିନ 30-40 ମିନିଟ. ଏକସେସାଈଜ କରିବା ଭଲ ଯାହା କରିବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ଓ ଇନଫେକ୍ସନ ମଧ୍ୟ ହୁଏ ନାହିଁ |
ଏହା ଛଡା ବିଶେଷ କରି ମହିଳା ମାନେ ଧ୍ୟାନ ରଖିବା ଉଚିତ କୁ ସେମାନେ ଯୋଉ ଆଣ୍ଡାର ଗ୍ରାଉଣ୍ଡ ଏରିଆ କୁ ସଫା ରଖିବା ସହିତ , ସେଠାରେ ବ୍ୟବହୃତ ଜିନିଷ କୁ ସଫା ରଖିବା ଆଉ ମଧ୍ୟ ପ୍ରତି ପାଞ୍ଚ ଘଣ୍ଟାରେ ଥରେ ଚେଞ୍ଜ କରିବା ଉଚିତ, ଯାହା ଯୋଗୁ ପରିସ୍ରା ଇନଫେକ୍ସନ ର ଭୟ ଆଉ ନ ଥାଏ |ତେବେ ଏହି ସବୁ କାର୍ଯ୍ୟ ପ୍ରତି ଯଦି ଆମେ ଧ୍ୟାନ ଦେବା ତାହେଲେ ପରିସ୍ରା ଇନଫେକ୍ସନ ଭଳି ଅସୁବିଧା ଆଉ ଆମ ଠାରେ ଦେଖାଯିବନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।