Ovulation ର ଲକ୍ଷଣ | ମହିଳାମାନଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ କରନ୍ତୁ ସହବାସ,ନିଶ୍ଚୟ ଗର୍ଭ ରହିବ..
ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ ବିନା କୌଣସି ଅଭୁଲେସନ କୀଟ ବ୍ୟବହାର କରି ଆପଣ କିପରି ଭାବରେ ଆପଣ ଙ୍କ ର ଅଭୁଲେସନ ତାରିଖ ଜାଣି ପାରିବେ। ଅଭୁଲେସନ ତାରିଖ ଜାଣିବା ପୂର୍ବରୁ ପ୍ରଥମେ ଆପଣ ଅଭୁଲେସନ କଣ ତାହା ଜାଣିବା ନିହାତି ଆବଶ୍ୟକ । ପ୍ରତ୍ୟକ ମହିଳା ମାନଙ୍କ ର ପିରିୟାଡ୍ସ ସରିଗଲା ପରେ ତାଙ୍କର ଡିମ୍ବାସୟ ଅର୍ଥାତ ଓଭାରୀ ରୁ ଏକ ଡିମ୍ବ ବାହାରି ଥାଏ। ଏହି ଡିମ୍ବ କିଛି ଦିନ ଯାଏ ଗର୍ଭାଶୟ ରେ ଅପେକ୍ଷା କରେ। ଏହା କୁ ଅଭୁଲେସନ କୁହା ଯାଏ।
ତେବେ ଏହି ସମୟରେ ଆପଣ ଯଦି ଆପଣଙ୍କ ପାର୍ଟନର ଙ୍କ ସହିତ ଅସୁରକ୍ଷିତ ସହବାସ କରନ୍ତି ତେବେ ତାଙ୍କ ପାଖରୁ ଆସୁଥିବା ସ୍ପର୍ମ ଆପଣଙ୍କ ର ଡିମ୍ବ ସହ ମିଶି ଗର୍ଭାଶୟ ରେ ଭୃଣ ସୃଷ୍ଟି କରି ଥାଏ। ମାତ୍ର ବର୍ତମାନ ସମୟରେ ମହିଳା ମାନଙ୍କ ର ଗର୍ଭରେ ପିଲା ନ ରହିବା ସମସ୍ୟା ଦିନକୁ ଦିନ ବଢି ଚାଲିଛି।
ଏହାର ବିଭିନ୍ନ ପ୍ରକାର କାରଣ ରହିଛି। କିନ୍ତୁ ସବୁଠାରୁ ସାଧାରଣ କାରଣ ହେଉଛି ଯେ ଉପଯୁକ୍ତ ସମୟ ରେ ସହବାସ ନ କରିବା। କାରଣ ଅଭୁଲେସନ ସମୟରେ ସହବାସ କଲେ ଗର୍ଭ ଧାରଣ ରେ ସହଜ ହୋଇଥାଏ। ତେବେ ଯଦି ଆପଣ ଏହି ସମୟ ରେ ସହବାସ କରୁ ନାହାନ୍ତି ତେବେ ଆପଣଙ୍କ ର ଗର୍ଭ ଧାରଣ କରିବାର ସମ୍ଭାବନା କମି ଯାଏ। ତେଣୁ ଆପଣ ଆପଣଙ୍କ ର ଅଭିଲେସନ ବିଷୟରେ ଜାଣିବା ନିହାତି ଆବଶ୍ୟକ।
ଅଭୁଲେସନ ଜାଣିବା ପାଇଁ ଆପଣ ମେଡ଼ିସିନ ଦୋକାନ ରେ ମିଳୁଥିବା ଅଭୁଲେସନ କୀଟ ର ମଧ୍ୟ ବ୍ୟବହାର କରି ଆପଣଙ୍କ ର ଅଭୁଲେସନ ବିଷୟରେ ଜାଣି ପାରିବେ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ କଥା କହିବୁ ଯାହା ଦ୍ୱାରା କି ଆପଣ ବିନା କୌଣସି ଅଭୁଲେସନ କୀଟ ରେ ଆପଣଙ୍କ ର ଅଭୁଲେସନ ତାରିଖ କୁ ଜାଣି ପାରିବେ।
ଯେତେବେଳେ ମହିଳା ମାନଙ୍କ ଶରୀର ରେ ଅଭୁଲେସନ ହୋଇ ଥାଏ ସେତେବେଳେ ତାଙ୍କ ଠାରେ କିଛି ଲକ୍ଷଣ ଦେଖା ଦେଇ ଥାଏ। ସେହି ଲକ୍ଷଣ ଗୁଡିକ ରୁ ଆପଣ ଅଭୁଲେସନ ତାରିଖ ବିଷୟରେ ଜାଣି ପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ।
ସ୍ତନ ନରମ ହେବା।
ଯଦି ଆପଣଙ୍କ ର ଦୁଇ ପିରିୟଡ଼ ମଝିରେ କୌଣସି ଦିନ ଆପଣଙ୍କ ର ସ୍ତନ ନରମ ଓ ହାଲୁକା ଅନୁଭବ ହୁଏ ତେବେ ଆପଣ ଜାଣି ନେବେ ଯେ ଏହା ହେଉଛି ଅଭୁଲେସନ ର ଲକ୍ଷଣ। ତେଣୁ ଏହି ସମୟ ଟି ସହବାସ ପାଇଁ ସଠିକ ସମୟ। ତେବେ ସମସ୍ତଙ୍କ ପାଖରେ ଏହି ଲକ୍ଷଣ ଦେଖା ଦେଇ ନଥାଏ। ମାତ୍ର ଏହି ଲକ୍ଷଣ ଦେଖା ଦେଲେ ଜାଣିଜୀବେ ଯେ ଆପଣଙ୍କ ର ଅଭୁଲେସନ ହୋଇଛି।
ଶରୀର ରେ ତାପ ମାତ୍ରା ବଢିବା।
ସାଧାରଣ ତ ସାଧାରଣ ଦିନ ମାନଙ୍କ ରେ ମହିଳା ମାନଙ୍କ ର ଶରୀର ର ତାପ ମାତ୍ର ନର୍ମାଲ ଥାଏ କିନ୍ତୁ ଅଭୁଲେସନ ସମୟରେ ମହିଳା ମାନଙ୍କ ର ଶରୀର ର ତାପ ମାତ୍ର ସାମାନ୍ୟ ବଢି ଯାଇଥାଏ। ତେଣୁ ଏପରି ଲକ୍ଷଣ ଦେଖା ଦେଲେ ଜାଣିଜୀବେ ଏହା ଆପଣଙ୍କ ର ଅଭୁଲେସନ ର ଲକ୍ଷଣ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ