ଓଡିଶା ରେ ଦେଖିବା ପାଇଁ ମିଳିଛି ଏକ ବିରଳ ପକ୍ଷୀ , ଯାହାକୁ ନେଇ ଏବେ ସାରା ଓଡିଶା ଏବେ ଚର୍ଚ୍ଚାରେ । ଜାଣନ୍ତୁ କେଉଁ ପକ୍ଷୀ ।

ଆପଣ ମାନେ ବହୁତ ପକ୍ଷୀ ଦେଖି ଥିବେ , ଗାଁ ଗହଳି ରେ ପାରା , କୁଆ , ଢ଼ାଉକ , ବଗ ଇତ୍ୟାଦି ପ୍ରଜାତିର ପକ୍ଷୀ କୁ ଆପଣ ମାନେ ଅଧିକ ସମୟରେ ଦେଖିବା ପାଇଁ ପାଉ ଥିବେ । ଆଉ ଯେତେ ସବୁ ପକ୍ଷୀ ମାନେ ରହିଲେ ଏମାନେ ସବୁ ଧୀରେ ଧୀରେ ଲୋପ ପାଇବାକୁ ବସି ଲେଣି । ଆଉ କିଛି ଦିନ ପରେ ମଧ୍ୟ ଏହି ପକ୍ଷୀ ଗୁଡିକ ଆପଣ ଦେଖିବା ପାଇଁ ପାଇବେ ନାହିଁ । ତେବେ ଆଜି ଏକ ବିରଳ ପକ୍ଷୀ ଦେଖିବା ପାଇଁ ମିଳିଛି ।

ସେହି ପକ୍ଷୀ ଟି ନାମ ହେଉଛି ଗରୁଡ଼ ପକ୍ଷୀ । ଆପଣ ମାନେ ସେହି ପକ୍ଷୀର ମୁହଁ ଟିକୁ ଦେଖିବେ ପୁରା ଗରୁଡ଼ ଭଳି ହେଇଚି । ତେବେ ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ ସେହି ପକ୍ଷୀ ଟିକୁ ଏବେ ଗୋଟେ ଗାଁ ରେ ପୂଜା କରିବାରେ ଲାଗି ଛନ୍ତି । ସେଥି ପାଇଁ ସେଠି ଯାଇ OTV ଯାଇ ପହଁଚି ଥିଲା । ଆଉ ସେହି ବିରଳ ପ୍ରଜାତିର ପକ୍ଷୀ କୁ ମଧ୍ୟ ଭିଡିଓ କରିଥିଲା । ସେଥି ପାଇଁ ଆଜି ସେହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି ।

କୁହା ଯାଏ ଯେ ଗରୁଡ଼ ପକ୍ଷୀ କୁ ପୂଜା କଲେ , ସଂସାର ର ଯେତେ ପାପ କରି ଥିଲେ ସବୁ କିଛି ପାପ ଧୋଇ ହୋଇ ଯାଏ । ତେବେ ଆସନ୍ତୁ ଜାଣିବା ଏହି ପକ୍ଷୀ ଟି କୋଉଠୁ ଆସିଲା । ଘଟଣା ସ୍ଥଳ ରେ କେନ୍ଦ୍ରାପଡା ଜିଲ୍ଲା ର ପାଚିଆ ଧୁଆ ବ୍ଲକ ରେ ଏକ ଗାଁ ରହିଛି ଯାହାର ନାମ ଜୟପୁର । ସେହି ଗ୍ରାମ ରେ ଗୋଟେ ବିରଳ ଜାତିର ପକ୍ଷୀ ଦେଖିବା ପାଇଁ ମିଳି ଥିଲା । ତେବେ ରାମ ନାମକ ଲୋକ ଏହି ପକ୍ଷୀ ଟିକୁ ପାଇ ଥିଲେ ।

ତେବେ ସେ ଏହି ପକ୍ଷୀଟିକୁ ଘରକୁ ଆଣି ଥିଲେ । ଏହି ପକ୍ଷୀକୁ ଦେଖିବା ପାଇଁ ତାଙ୍କ ଗ୍ରାମ ର ସବୁ ଲୋକ ତାଙ୍କ ଘରକୁ ଆସି ଥିଲେ । ଆଉ ରାମ ସେହି ପକ୍ଷୀ ଟିକୁ ପୂଜା କରିବାରେ ଲାଗି ଥିଲା । ଚନ୍ଦନ , ଅଗୁର , କୁଂକୁମ , ଏହି ତିନଟି ଜିନିଷରେ ସେହି ପକ୍ଷୀ ଟି ଦେହରେ ଲେପନ କରୁ ଥିଲା ଆଉ ତା ପରେ ପୂଜା କରୁ ଥିଲା ।

ତେବେ ଗାଁ ଲୋକେ ଦେଖି ସେମାନେ ମଧ୍ୟ ଏହି ପକ୍ଷୀ ଟିକୁ ପୂଜା କରିବାରେ ଲାଗିଲେ । କୁହା ଯାଏ ଏହି ପକ୍ଷୀ ଟି ମୁହଁକୁ ଚାହିଁ ଯୁଆଡେ ଗଲେ ଶୁଭ ହୋଇ ଥାଏ । ସବୁ କାମ ମଧ୍ୟ ହୋଇ ଥାଏ । ତେବେ OTV ମଧ୍ୟ ସେଠକୁ ଯାଇ ଥିଲା , ଏବଂ ପଚାରି ଥିଲା ଏହି ପକ୍ଷୀକୁ କଣ ଖାଇବା ପାଇଁ ଦେଉଚ୍ , ତେବେ ଉତ୍ତର ରେ ଆସି ଥିଲା ବେଙ୍ଗ ଓ ଝୀଂଟିକା । ତେବେ କଥାରେ ଅଛି ମାନିଲେ ଠାକୁର ନ ମାନିଲେ ପଥର । ଆପଣ ପଥର କୁ ଚାହିଁଲେ ଭଗବାନ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।