ଆମେ ଜାଣିଛୁ କୁ ଆମର ସ୍ୱାସ୍ଥ୍ୟ ହି ସମ୍ପଦ ଅଟେ ତାହା ଛଡା ଆମେ ମାନେ ଜାଣୁଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ଆଉ ଯାଦୁ, କାଛୁ, ଆଉ କୁଣ୍ଡିଆଣ ଆମ ସ୍କିନ ଜନିତ ସମସ୍ୟା ଅଟେ |ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ମାନେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ |
ଆଉ ଏହାତେବେ ଯଦି ସେଭଳି କିଛି ସମସ୍ୟା ଆପଣଙ୍କ ପାଖରେ ଦେଖା ଯାଉଛି, ତାହେଲେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ଆଜି ମୁଁ ଆପଣ ମାନଙ୍କୁ ଜଣାଇବି କେତେକ ସହଜ ଘରେଇ ଉପଚାର ବିଷୟରେ, ଯାହାକୁ ଆମେ ବ୍ୟବହାର କରିକି ଆମେ ଏହି ଯାଦୁ, କାଛୁ ଆଉ କୁଣ୍ଡିଆଣ ଭଳି ସମସ୍ୟା ରୁ ସବୁଦିନ ପାଇକି ମୁକ୍ତି ପାଇପାରିବା |
ତେବେ ଯାଦୁ,କାଛୁ ଆଉ କୁଣ୍ଡିଆ, ଏହା ବ୍ୟତୀତ ସ୍କିନ ଇନଫେକ୍ସନ ଗୋଟିଏ ଏଭଳି ରୋଗ , ତାହା କମ ହେଉ ବା ବେଶୀ ସମସ୍ତଙ୍କ ପାଖରେ ଦେଖା ଯାଇଥାଏ | ଆଉ ଏହି ଭଳି ସମସ୍ୟା ଯୋଗୁଁ ଆମକୁ ବହୁତ ଚିଡ଼ଚିଡ଼ା ଲାଗିଥାଏ ଆଉ ଚାରିଆଡୁ କୁଣ୍ଡେଇ ମଧ୍ୟ ହେଉଥିବାର ଦେଖିବାକୁ ମିଳିଥାଏ |
ତେବେ ଯଦି ସେହିଭଳି କିଛି ସମସ୍ୟା ଦେଖା ଯାଉଥାଏ ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ | ଆଉ ସେଥିରୁ ରକ୍ଷା ପାଇବା ପାଇଁ ଆମେ ଅନେକ ସମୟରେ ଡକ୍ଟର ଙ୍କ ପରାମର୍ଶ ମଧ୍ୟ ନେଇଥାଉ |ତେବେ ଅନେକ ସମୟରେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁକି ଆମେ ବିଭିନ୍ନ ପ୍ରକାରର ମଲମ ଆଉ ସାବୁନ ର ବ୍ୟବହାର ମଧ୍ୟ କରିଥାଉ ଯାହା ସେତେ ଉପଯୋଗୀ ହୋଇ ନ ଥାଏ |
ଆଉ ଥରେ ଭଲ ହେଇଗଲା ପରେ ପୁଣି ଥରେ ବାହାରି ଥାଏ | ତାହା ବ୍ୟତୀତ ଆମର ଶରୀରରେ ଯେଉଁ ସ୍ଥାନ ଘୋଡେଇ ହେଇକି ରହିଥାଏ ସାଧାରଣତଃ ସେହି ସ୍ଥାନରେ ଯାଦୁ ଅଧିକ ହୁଏ | ତାହେଲେ ଆସନ୍ତୁ ଏବେ ସହଜ ଘରେଇ ଉପଚାର ବିଷୟରେ ଜାଣିବା |ଏହି ଉପଚାର ପାଇଁ ଆମେ ପ୍ରଥମେ କିଛି ନିମ୍ବ ପତ୍ର ନେବା, ତାହାକୁ ଭଲ ଭାବରେ ଧୋଇଦେବା, ତାହାପରେ ତାହାକୁ ଗୋଟିଏ ପାତ୍ର ରେ ରଖିବା |
ତାହା ପରେ ଆମେ କାଠ ମଲ୍ଲୀ ଫୁଲ ଗଛ ର ପତ୍ର ନେବା ତାକୁ ମଧ୍ୟ ଧୋଇକି ରଖିବା | ତାହା ପରେ ସେହି ଦୁଇଟି ପତ୍ର କୁ ମିଶାଇ ଭଲ ଭାବରେ ଛେଞ୍ଚି କି ଏକ ପେଷ୍ଟ ପ୍ରସ୍ତୁତ କରିବା |ପ୍ରସ୍ତୁତ କରିଥିବା ସେହି ପେଷ୍ଟ କୁ ଆମର ଯାଦୁ, କାଛୁ ଆଉ କୁଣ୍ଡିଆଣ ବାହାରି ଥିବା!
ସ୍ଥାନରେ ଶୋଇବା ପୂର୍ବରୁ ରାତିରେ ଲଗାଇ ଦେବା ଓ ତାହାକୁ ଶୁଖିବାକୁ ଦେବା | ଆଉ ସକାଳେ ତାହାକୁ ଧୋଇଦେବା |ତେବେ ଏହି ଭଳି ସହଜ ଘରେଇ ଉପଚାର କୁ ଆପଣାଇ ଆମେ ଯାଦୁ, କାଛୁ ଆଉ କୁଣ୍ଡିଆଣ ଭଳି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।