omg ! ବେଦୀ ଉପରେ କନ୍ୟାକୁ ଛାଡି ଶାଳୀକୁ ପିନ୍ଧାଇଲେ ବରମାଳା ,ଆଉ ତା ପରେ ଯାହାହେଲା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏହି ସୋସିଆଲ ମିଡ଼ିଆ ଯୁଗରେ ଲୋକେ ନିଜର ମନ ପସନ୍ଦର ଭିଡିଓ ସବୁ ଅପଲୋଡ଼ କରି ଦେଉଛନ୍ତି। ଖାସ୍ କରି ବିବାହ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକେ ଏହି ଭିଡିଓ ଗୁଡ଼ିକ ଖୁବ୍ ପସନ୍ଦ କରୁଛନ୍ତି ଓ ଅଧିକ ଦେଖୁଛନ୍ତି। ତେବେ ବର୍ତ୍ତମାନ ସମୟରେ ବିବାହ ସମୟର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି।
ବେଦୀ ଉପରେ ଗଡବଡ। ବେଦୀ ଉପରେ ବର ଜଣକ ଏପରି କାମ କରିଦେଲେ ଯାହାକୁ ଦେଖି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି। କନ୍ୟା ସାମ୍ନାରେ ବର ଜଣକ ଏମିତି କିଛି କାମ କରିଦେଲେ ଯାହା ଦେଖି ସମସ୍ତେ ତାଜୁବ୍ ହୋଇ ଯାଇଥିଲେ।ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବିବାହ ସମୟର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ବି ଆପଣଙ୍କ ହସକୁ ରୋକି ପାରିବେ ନାହିଁ।
ତେବେ ଭିଡିଓରେ ଦେଖିବାକୁ ମିଳୁଛି ଗୋଟେ ମଣ୍ଡପରେ ବିବାହ ଚାଲିଛି। ବର ଓ କନ୍ୟା ବରଣମାଳା ଧରି ଛିଡା ହୋଇଛନ୍ତି। ଏହାପରେ କନ୍ୟା ଜଣକ ବର ବେକରେ ବରଣମାଳା ପିନ୍ଧାଇ ଦେଉଛନ୍ତି। ଏହା ପରେ ବରର ପାଳି ସେ କନ୍ୟାକୁ ବରଣମାଳା ପିନ୍ଧାଇବ। କିନ୍ତୁ ବର ଜଣକ ସେମିତି କିଛିବି କରି ନାହାଁନ୍ତି। ସେ କନ୍ୟାକୁ ବରଣମାଳା ନ ପିନ୍ଧାଇ କନ୍ୟା ପାଖରେ ଛିଡ଼ା ହୋଇ ଥିବା କନ୍ୟାର ଭଉଣୀକୁ ବରଣମାଳା ଟି ପିନ୍ଧାଇ ଦେଉଛନ୍ତି।
ତେବେ ବିବାହ ମଣ୍ଡପରେ ବରଙ୍କ ଏଭଳି ହରକତ ଦେଖି ସମସ୍ତେ ଅବାକ୍ ହୋଇ ଚାହିଁ ରହିଥିଲେ। ଭିଡିଓରେ ଉଭୟ କନ୍ୟା ଓ ତାଙ୍କ ଭଉଣୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ଦୁହେଁ ଦୁହିଁଙ୍କୁ। କିନ୍ତୁ ବର ଜଣକ ଏଭଳି ଗଡ଼ବଡ କରି ଟିକିଏ ହେଲେ ଅନୁତାପ ନ କରି ଖୁବ୍ ଜୋରରେ ନାଚିବାକୁ ଲାଗନ୍ତି।
ଏହି ଭିଡିଓ ଯେଉଁ ଚିତ୍ର ଦେଖିବାକୁ ମିଳୁଛି ଜଣା ଯାଉଛି ଯେ ବିବାହ ବେଦୀ ଉପରେ ବରର ମନ ହଠାତ୍ ବଦଳି ଯାଇଥିଲା ତେଣୁ ବର କନ୍ୟାକୁ ଛାଡି ଶାଳୀକୁ ବରଣମାଲା ପିନ୍ଧାଇ ଦେଇଥିଲେ। ଏହା ପରେ ସେଠାରେ ଏକ ମହିଳା ହାତ ହଲାଇ କଣ ହେଲା ବୋଲି ପଚାରିଥିଲେ। ଆଉ ସମସ୍ତଙ୍କ ମୁଁହ ଦେଖିଲା ଭଳି ହୋଇଥିଲା।
ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ମାନେ ଏହି ଭିଡିଓକୁ ଦେଖି ଖୁବ୍ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ବହୁତ୍ ମଜାଳିଆ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ସମସ୍ତେ ରୁଟି ଖାଇସାରି ଯିବେ କିନ୍ତୁ ବର ଜୋତା ଖାଇ ସାରିଲା ପରେ ଯିବେ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଶାଳୀ ତ ଅଧା ଘରବାଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।