ହେ ଭଗବାନ..୫୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି,ହେଲେ ଏବେ ବି ରାହୁଲ ବୋରୱେଲ ଭିତରେ,ଭିଡ଼ିଓ ଦେଖିଲେ ଛାତି ଥରିଉଠିବ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

୮୦ ଫୁଟ ତଳେ ଫଶି ରହିଛି ଜୀବନ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ଶୁଣିଲେ ବିଚଳିତ ବି କରୁଥାଇ ପାରେ। କିନ୍ତୁ ଘଟଣାଟି ସତ। ଆଜ୍ଞା ହଁ ୮୦ ଫୁଟ ଗାତ ଭିତରେ ଫଶି ରହିଛି ୧୦ ବର୍ଷର ପୁଅର ଜୀବନ। ବାପା ଖୋଲିଥିଲେ ବୋରୱେଲ ଆଉ ତା ଭିତରେ ପଡି ଯାଇଛି ଏହି ବାଳୁତ ଶିଶୁଟି।ଉଦ୍ଧାର ପାଇଁ ଚାଲିଛି ଜୋର୍ ଦାର୍ ଉଦ୍ୟମ।

ହେଲେ ଏଯାଏ ମିଳି eପାରୁନି ସଫଳତା। ଗତ କାଲି ଠୁ ବୋରୱେଲ ଭିତରେ ଫଶି ରହିଛି ଏହି ୧୦ ବର୍ଷର ଶିଶୁ।୫ କି ୧୦ ଫୁଟ ନୁହେଁ ପୁରା ୮୦ ଫୁଟ ତଳେ ଫଶି ଜୀବନ ତା ପୁଣି ଏକ ଶିଶୁ ପୁତ୍ରର ଯାହାର ବୟସ ମାତ୍ର ୧୦ ବର୍ଷ।

 ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ଜାନଜଗିର-ଚାମ୍ପାର ମାଲଖାଦାରୁଆ ପୋଲିସ ଷ୍ଟେସନ ଅଧୀନସ୍ଥ ପିରହ୍ରିଡ ଗାଁରେ। ସେହି ଗାଁର ଜଣେ ୧୦ ବର୍ଷର ଶିଶୁ ଗତକାଲି ଠାରୁ ଏକ ବୋରୱେଲ ଗର୍ତ୍ତରେ ପଡ଼ିଯାଇଛି।ଶୁକ୍ରବାର ଦିନ ୪ଟା ବେଳେ ଘର ପଛ ପାଖରେ ଖେଳୁଥିଲା ବେଳେ ଘଟଣା ଘଟିଛି । ଯେତେବେଳେ ପରିବାର ସଦସ୍ୟ ପିଲାଟିକୁ ଖୋଜିବାକୁ ବାହାରକୁ ଯାଇଥିଲେ ଓ ପାଟି କରି ଡାକିବାରୁ ସେତେବେଳେ ଶିଶୁର ସ୍ୱର ଶୁଭିଥିଲା ଗର୍ତ୍ତ ଭିତରୁ ।


ତୁରନ୍ତ ପରିବାର ସଦସ୍ୟ ଏହା ଜାଣିପାରି ୧୧୨କୁ ଫୋନ କରି ସହାୟତା ମାଗିଥିଲେ । ଶିଶୁର ନାମ ହେଉଛି ରାହୁଲ ସାହୁ । ବର୍ତ୍ତମାନ ଶିଶୁ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶାଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସିସିଟିଭି ମାଧ୍ୟମରେ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି । ଶିଶୁ ପାଖକୁ କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଇଛି । ଶିଶୁ ସହ ପରିବାର ସଦସ୍ୟଙ୍କ କଥାବାର୍ତ୍ତା ହେଉଛି । ତା ସହ ମେଡିକାଲ୍ ଟିମ୍ ନିୟୋଜିତ ହେବା ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି ।

ଚାରିଆଡେ ବ୍ୟାରିକେଡିଂ ଏବଂ ରାତି ସାରା ଉଦ୍ଧାର ଚାଲିଥିବାରୁ ଆଲୋକୀକରଣ କରାଯାଇଛି । ବର୍ତ୍ତମାନ ଦିନରେ ଖରାରେ ତାପମାତ୍ରା ବଢୁଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଏନଡିଆରଏଫ୍ ଦ୍ୱାରା ଜେସିବି ରୁ ପ୍ରାୟ ୬୦ ରୁ ୬୫ ଫୁଟ ଖୋଳିବା ଦ୍ୱାରା ଏକ ଟନେଲ ତିଆରି ହେବାପରେ ଫଶି ରହିଥିବା ଶିଶୁ ପାଖରେ ପହଞ୍ଚିବା ସମ୍ଭାବନା ରହିଛି

ତେବେ ଶିଶୁଟିର ବାପାଙ୍କ କହିବା କଥା, ବୋରେଓ୍ୱଲଟି ପ୍ରାୟ ୮୦ ଫୁଟ ଗଭୀର । ଯାହା ସେ ତାଙ୍କ ଘର ପଛରେ କ୍ଷେତରେ ଖୋଳିଥିଲେ । ତେବେ ପାଣି ବାହାରୁ ନ ଥିବାରୁ ଏହାକୁ ଖୋଲା ଛାଡ଼ି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।