ଦେଖନ୍ତୁ ଭିଡ଼ିଓ : ନିମ୍ବ ଗଛରୁ ଆବିର୍ଭାବ ହେଲେ ପ୍ରଭୁଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ , ଚାଲିଛି ପୂଜାର୍ଚ୍ଚନା…ଭାଇରାଲ ହେବରେ ଲାଗିଛି ପ୍ରଭୁଙ୍କର ଏହି ଅଦ୍ଭୁତ ଦୃଶ୍ୟ | ଅସମ୍ଭାଳ ଲୋକଙ୍କ ଭିଡ…

ଆଜି ଆମେ ଆପଣଂକୁ ଏମିତି କିଛି କଥା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ ଶେଷରେ କହିବେ ଏମିତି ଗଛରେ ମଧ୍ୟ ଏତେ ଶକ୍ତି ଥାଏ । ତେବେ ବନ୍ଧୁ ମାନେ କେବଳ ମନ୍ଦିର ରେ ପୂଜା କଲେ ଭଗବାନ ମିଳେ ନାହିଁ । ଏହା ସତ ଯେ ଭଗବାନ ସବୁ ସ୍ଥାନ ରେ ରହି ଥାନ୍ତି । ଆପଣ ମାନେ ଯଦି ପଥର କୁ ପୂଜା କରିବେ ତାହାଲେ ମଧ୍ୟ ଆପଣ ତାର ଫୋଳ ଅଳ୍ପ ଦିନରେ ପାଇ ଯିବେ । ଆପଣ ଯଦି ମାଟି କୁ ପୂଜା କରିବେ ତାହାଲେ ମଧ୍ୟ ଆପଣ ତାର ଫୋଳ ପାଇ ଯିବେ ।

ତେବେ ପ୍ରକୃତ କଥା ହେଉଛି ମନରେ ଭକ୍ତି ଥିବା ଦରକାର । କହିବକୁ ଗଲେ ଭକ୍ତି ରୁ ଶକ୍ତି ମିଳି ଥାଏ । ଆପଣ ମାନେ ଜାଣି ଥିବେ ଭଣ୍ଡ ସାରଥୀ କୁ ବହୁତ ଲୋକ ପୂଜା କରୁ ଥିଲେ । ତାକୁ ମଧ୍ୟ ଭଗବାନ ଙ୍କ ସହିତ ତୁଳନା କରୁ ଥିଲେ । କିନ୍ତୁ ଯେତିକି ଲୋକ ତାଙ୍କୁ ପୂଜା କରି ଛନ୍ତି , ଭକ୍ତି ର ସହିତ ପୂଜା କରି ଛନ୍ତି ସେତିକି ଲୋକ ତାର ଫୋଳ ପାଇ ଯାଇ ଛନ୍ତି ।

ତେବେ ବନ୍ଧୁ ମାନେ ଆମେ ମଧ୍ୟ ସେହି ଭଳି ଗୋଟେ କଥା କହିବା ପାଇଁ ଯାଉଛୁ । ଜଣେ ମହିଳା ଗୋଟେ ନିମ୍ବ ଗଛ କୁ ପୂଜା କରି ଆଜି ସୋଲିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର ଗଡ଼ଦେଉଳିଆ ବ୍ଲକ ର ସୁଙ୍ଗାର ଗ୍ରାମରେ ଦେଖିବାକୁ ମିଳିଛି । ମିଲି ନାମକ ଜଣେ ସ୍ତ୍ରୀ ଲୋକ ବାଡ଼ିରେ ଥିବା ନିମ୍ବ ଗଛ କୁ ବହୁତ ପୂଜା କରୁ ଥିଲେ। ତାଙ୍କ କହିବା କଥା ଯେ ତାଙ୍କ ଶଶୁର ମଧ୍ୟ ସେହି ଗଛ କୁ ପୂଜା କରୁ ଥିଲେ । କିନ୍ତୁ ଏବେ ସେହି ଗଛ ରେ ଶଙ୍ଖ , ଚକ୍ର , ଗଦା , ପଦ୍ମ ଦେଖିବା ପାଇଁ ମିଳୁଛି । ସେଠାରେ ସେହି ଦୃଶ୍ୟ କୁ ଦେଖିବା ପାଇଁ ବହୁତ ଭିଡ ହେବାରେ ଲାଗିଛି ।


ମିଲି ଙ୍କ ର କହିବା କଥା ଯେ ଜଣେ ସାଧୁ ଆସି କହି ଥିଲେ ଯେ , ସେହି ନିମ୍ବ ଗଛରେ ଭଗବାନ ବାସ କରୁ ଛନ୍ତି । ସେଥି ପାଇଁ ତାଙ୍କ ଶଶୁର ପ୍ରଥମେ ପୂଜା କରୁ ଥିଲେ । ପରେ ପରେ ମିଲି ସେହି ଗଛ କୁ 6 ବର୍ଷ ହେଲା ପୂଜା କରିଲାଣି । ମିଲି ଘର ର ସବୁ ଦୁଃଖ ଜଣାଏ ,ସେ ଯାହା ମାଗିଛି ସେହି ଗଛ କୁ ତାହା ପାଇଛି । ସେଥି ପାଇଁ ବର୍ତ୍ତମାନ ସେଠାରେ ଜଣେ ନନା ଙ୍କୁ ରଖା ହୋଇଛି ସେଠାରେ ପୂଜା କରିବା ପାଇଁ । ମିଲି ମଧ୍ୟ ସେଠାରେ ଯାଇ ପ୍ରତେକ ଦିନ ପୂଜା କରେ । ଏବେ ଏହି ଶଙ୍ଖ, ଚକ୍ର , ଗଦା , ପଦ୍ମ , ବହୁତ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।