Exclusive : ବାବୁସାନ ସ୍ତ୍ରୀଙ୍କ ପ୍ରବଳ ଭୁଲ ,ପବ୍ଲିକରେ ସ୍ୱାମୀଙ୍କ କଲର ଧରି ମାରିବା କଣ ଦରକାର ଥିଲା ! ଏମିତି କହିଲେ ଯୁବତୀ ଜଣଙ୍କ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତି ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାବୁଶାନ ଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣା କୁ ନେଇ ବାବୁଶାନ ମଧ୍ୟ ଅନୁତାପ କରୁଛନ୍ତି। ଏଭଳି ଆଉ ହେବନି ବୋଲି ପରିବାର କୁ ଆଶ୍ୱାସନା ଦେଇଥିବା ଧରଣୀଧର ନାୟକ କହିଛନ୍ତି।

ସେପଟେ ଚେନ୍ନାଇରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାବୁଶାନ। ଆଜି ସେ ନିଜ ମାଆ ଅପରାଜିତା ମହାନ୍ତିଙ୍କ ସହିତ ଘରର ବାଲକୋନିକୁ ଆସିଥିଲେ। ଫ୍ୟାନ୍‌ଙ୍କୁ ବାବୁସାନ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି।

 ଠିକ ସମୟରେ ଠିକ ଜିନିଷ କହିବି। ଏହା ସହିତ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ମାଆ ଅପରାଜିତା କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। ଦୁଇ ଦିନ ପରେ ଗଣମାଧ୍ୟମକୁ ଭେଟିବେ।
ଗତ ୨୪ ତାରିଖ ଦିନ ସକାଳେ ବାବୁଶାନ ଓ ତାଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖିବାକୁ ମିଳିଥିଲା। ରାସ୍ତାରେ ଉଭୟଙ୍କୁ ବାବୁଶାନଙ୍କ ପତ୍ନୀ ତୃପ୍ତି ଦେଖି ଚିହିଁକି ଉଠିଥିଲେ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରିଥିଲେ।

ଏପରି ତାଙ୍କୁ ଗୋଡ଼ାଇ ଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ମାଆ ଖାରବେଳନଗର ଥାନାରେ ଏତଲା ଦେଇଥିଲେ।

ସେହି ଦିନ ସନ୍ଧ୍ୟାରେ ବାବୁଶାନଙ୍କ ମାଆ ଅପରାଜିତା ବୋହୂ ରହୁଥିବା ଘରକୁ ଯାଇଥିଲେ। ସେଠାରୁ ବୋହୂକୁ ଧରି ଖାରବେଳନଗର ଥାନା ଯାଇଥିଲେ ଅପରାଜିତା। ପ୍ରକୃତିଙ୍କ ବିରୋଧରେ ତୃପ୍ତି ଅଭିଯୋଗ କହିଥିଲେ। ଉଭୟଙ୍କ ଅଭିଯୋଗ ଆଧାରରେ କମିଶନରେଟ୍‌ ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା।

ତାପରେ ବାବୁଶାନ୍ ଚେନ୍ନାଇ ରୁ ଫେରିବା ପରେ ତାଙ୍କର ଫ୍ୟାନ୍‌ ମାନଙ୍କୁ ଭେଟିଥିଲେ । ତାଙ୍କର ଫ୍ୟାନ୍‌ ମାନେ କଣ କହୁଛନ୍ତି । ଦେଖନ୍ତୁ,ଫ୍ୟାନ୍‌ ନାମ ଅର୍ଚ୍ଚନା ସାହୁ ସେ କହୁଛନ୍ତି ଯେ ବାବୁସାନ୍ ସ୍ତ୍ରୀ ଙ୍କ ପ୍ରବଳ ଭୁଲ କାହିଁକି ନା ସେ ବିଚ୍ ରାସ୍ତା ଉପରେ କଲର ଧରି ବାଡେଇବା ଟା ଠିକ୍ ନୁହେଁ କହିକି ନା ଏହି ଅସୁବିଧା ଟା ତାଙ୍କ ଘରୋଇ ମାମଲା ତାହାକୁ ରାସ୍ତା ରେ ପକାଇବା ଠିକ୍ ନୁହେଁ ଯଦି ଏକାଠି ବସି ଆପୋସ ସମାଧାନ କରିବେ ତାହେଲେ ସମସ୍ୟା ସମାଧାନ ହେଇଯିବ ।

ତେଣୁ ନିଜ ନିଜ ଭିତରେ ଝଗଡ଼ା ଲଗନି ଆଉ ସମସ୍ୟା କୁ ସମାଧାନ କରି ଖୁସିରେ ରୁହ । ବାବୁଶାନ୍ ଯେ କହୁଛନ୍ତି କି ସେ ଆଉ ଫିଲ୍ମ୍ କଣ କରିବ ନାହିଁ କାହିଁକି ଗୋଟିଏ ହିରୋଇନ୍ ପାଇଁ କଣ ପାଇଁ ଫିଲ୍ମ୍କ କଣ ପାଇଁ କରିବେନି ସିନେମା ଆଉ ଅନ୍ୟ ହିରୋଇନ୍ ସହିତ ସିନେମା କରନ୍ତୁ । ଫ୍ୟାନ୍‌ ମାନେ ଏହି ପ୍ରକାର ମାତା ପ୍ରଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।