ଦେଖନ୍ତୁ EXCLUSIVE :ଭିଡିଓ ବାଲିଯାତ୍ରା ବିଷୟରେ କହିଲେ ମୋଦୀ…କହିଲେ ଓଡିଶା ହେଉଛି ଭାରତ ବର୍ଷର ସବୁଠୁ…….ଶୁଣିଲେ ଆପଣ ଖୁସିହେବେ..
ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ବାଲିରେ ଏକ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରା ବିଷୟରେ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କଟକ ବାଲିଯାତ୍ରା ଇଣ୍ଡୋନେସିଆ ସହିତ ବାଣିଜ୍ୟ ସମ୍ପର୍କ ପାଳନ କରୁଛି । ସେ କହିଛନ୍ତି, “ମୁଁ ଯେତେବେଳେ ବାଲିରେ ତୁମ ସହିତ କଥାବାର୍ତ୍ତା କରେ ଏବଂ ଆମେ ଇଣ୍ଡୋନେସିଆର ପରମ୍ପରାର ଗୀତ ଗାଉ । ତେବେ ଏଠାରୁ 1500 କିଲୋମିଟର ଦୂରରେ ଭାରତର କଟକ ସହରରେ ବାଲିଯାତ୍ରା ମହୋତ୍ସବ ଚାଲିଛି । ଏହି ମହୋତ୍ସବ ହଜାର ହଜାର ବର୍ଷ ପୁରୁଣା ଭାରତ-ଇଣ୍ଡୋନେସିଆ ବାଣିଜ୍ୟ ସମ୍ପର୍କକୁ ପାଳନ କରିଥାଏ।
ସେ ଆହୁରି କହିଛନ୍ତି “ଯେତେବେଳେ ଇଣ୍ଡୋନେସିଆର ଲୋକମାନେ ଇଣ୍ଟରନେଟରେ ଏହି ବର୍ଷର ବାଲିଯାତ୍ରା ଫଟୋ ଦେଖିବେ, ସେମାନେ ଗର୍ବିତ ଓ ଖୁସି ହେବେ ।ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କ ସ୍ମୃତିରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଛି । ବାଲିଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସଂପର୍କ । ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି । କୋଭିଡ କାରଣରୁ ଉପୁଜିଥିବା ସମସ୍ୟା ହେତୁ କିଛି ବାଧା ଉପୁଜିଥିଲା । ଅନେକ ବର୍ଷ ପରେ ବାଲିଯାତ୍ରା ମହୋତ୍ସବକୁ ଓଡିଶାରେ ଜାକଜମକରେ ତଥା ଏକ ବୃହତ ସ୍ତରରେ ପାଳନ କରାଯାଉଛି। ”
ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା କଟକ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ବଢିଛି କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୋଟିଏ ଦିନ ବୃଦ୍ଧି ହୋଇଛି ବାଲିଯାତ୍ରା । ଆସନ୍ତା ଗୁରୁବାର ପର୍ଯ୍ଯନ୍ତ ଚାଲିବ ଏହି ଯାତ୍ରା ।କଳିଙ୍ଗର ଭୌଗୋଳିକ ଅବସ୍ଥିତି ଯୋଗୁଁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳରେ ବନ୍ଦର ନିର୍ମାଣ ଆରମ୍ଭ ହୋଇଥିଲା ।
ତାମ୍ରଲିପ୍ତି, ମାଣିକପାଟନା, ଚେଲିଟାଲୋ, ପଲୁର ଏବଂ ପିଥୁଣ୍ଡ ପରି କେତେକ ପ୍ରସିଦ୍ଧ ବନ୍ଦର ମାଧ୍ୟମରେ ଭାରତ ସମୁଦ୍ର ଦେଇ ଅନ୍ୟ ଦେଶ ସହିତ ଯୋଡ଼ି ପାରିଥିଲା । ଖୁବ୍ ଶୀଘ୍ର କଳିଙ୍ଗବାସୀ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବାଲି ଏବଂ ବର୍ମା ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା । ବାଲି ସେହି ଚାରୋଟି ଦ୍ୱୀପପୁଞ୍ଜର ଏକ ଅଂଶ ଥିଲା, ଯାହାକୁ ବର୍ତ୍ତମାନ ସମୟରେ ଇଣ୍ଡୋନେସିଆ ଭାବରେ ଜଣାଶୁଣା ।
ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ବାଲି ଆସିବାର ଅଭିଜ୍ଞତା ବାଣ୍ଟି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, “ବାଲି ଆସିବା ପରେ ପ୍ରତ୍ୟେକ ଭାରତୀୟଙ୍କର ଅଲଗା ଅଲଗା ଅନୁଭୂତି ହୋଇଥାଏ । ମୁଁ ମଧ୍ୟ ସମାନ ଅନୁଭବ କରୁଛି । ଯେଉଁ ସ୍ଥାନ ସହିତ ଭାରତର ସହସ୍ର ବର୍ଷର ସମ୍ପର୍କ ରହିଆସିଛି, ଯାହା ବିଷୟରେ ଆପଣ ଶୁଣିଥାଉଛନ୍ତି, ସେହି ପରମ୍ପରାକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଯାଇଛି । କିନ୍ତୁ ଏହାକୁ କେବେ ବି ଅଦୃଶ୍ୟ ହେବାକୁ ଦିଆଯାଇ ନାହିଁ ।”ସେ ଭାରତୀୟ ବୋଲି ଗର୍ବିତ ଅଟନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।