viral song – ନାମିତ ଅଗ୍ରୱାଲଙ୍କୁ ଟକ୍କର ଦେଲେ ଗାଁ ର ବୁଢ଼ୀ ମାଉସୀ,ବୁଢୀମା’ଙ୍କ କଣ୍ଠରୁ ଶୁଣନ୍ତୁ ସୁନ୍ଦର ରଙ୍ଗବତୀ ଗୀତ| ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏବଂ ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସାଧୁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଲୋକଗୀତ ରଙ୍ଗବତୀ ଓଡ଼ିଶାରୁ ବାହାରି ସମଗ୍ର ବିଶ୍ୱରେ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲା। ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।
ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା ବିଲୁଙ୍ଗ ରଙ୍ଗବତୀ କ୍ରୀଡା ସଂସ୍କୃତ ଏକାଡେମୀର ସଚିବ ମିତ୍ରଭାନୁ ଗୌନ୍ତିଆଙ୍କ ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ୧୮ ଡିସେମ୍ବରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖି ବାମରା ତହସିଲ ଅଧୀନ ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରିବା ନେଇ ଖୁବଶୀଘ୍ର ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏ ନେଇ ଜଣାଇଥିବା ସେ ପତ୍ରରେ ଉଲ୍ଲେଖ କରିଥିଲେ।
ଏହାର ପ୍ରତି ଉତ୍ତରରେ ଶ୍ରୀ ଶାହ ଚଳିତବର୍ଷ ଜାନୁଆରୀ ୩ ତାରିଖରେ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନଓସି ମିଳିବା ପରେ ବିଲୁଙ୍ଗ ଗାଁର ନାମ ରଙ୍ଗବତୀ ବିଲୁଙ୍ଗକୁ ପରିବର୍ତ୍ତନ କରାଯାଇଛି।
ଗୀତିକାର ମିତ୍ରଭାନୁଙ୍କ ସମ୍ମାନାର୍ଥେ ଏବଂ ପ୍ରଥମ ଥର ସମ୍ବଲପୁରରେ ଏହି ଗୀତ ରେକର୍ଡ ହୋଇଥିବାରୁ ବିଲୁଙ୍ଗ ଗାଁକୁ ଏବେ ରଙ୍ଗବତୀ ବିଲୁଙ୍ଗ ନାଁରେ ନାମିତ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍ ମଧ୍ୟ ଆସିସାରିଛି । ଏଭଳି ଘଟଣା ଭାରତ ଇତିହାସରେ ବିରଳ ବୋଲି କୁହାଯାଉଛି । ପୂର୍ବରୁ ଏଭଳି ଏକ ଗୀତ ନାଁରେ କୌଣସି ଗାଁର ନାଁ ପରିବର୍ତ୍ତନ କରାଯାଇଥିବା ନଜିର ନାହିଁ କହିଲେ ଚଳେ ।
ରଙ୍ଗବତୀ ଗୀତ ୧୯୭୮-୭୯ ମସିହାରେ ବଜାରକୁ ଆସିଥିଲେ ମଧ୍ୟ ୨୦୨୦ରେ ବି ଏହାର ଲୋକପ୍ରିୟତା ଦେଖିବାକୁ ମିଳିଛି । ରଙ୍ଗବତୀ ଏହି ସ୍ୱର ସଂଯୋଜନାକୁ ଅନେକ ଭାଷାରେ ଡବ୍ ମଧ୍ୟ କରାଯାଇଛି । ସୋସିଆଲ ମିଡିଆରେ ଗୀତର ରିମେକ୍ ଦେଖିବାକୁ ମିଳିବ ।
ବହୁଚର୍ଚ୍ଚିତ ରଙ୍ଗବତୀ ଗୀତ ଏବେ ପୁଣି ଚର୍ଚ୍ଚାରେ । ଦୀର୍ଘ ଦିନ ହେବ ଲୋକଙ୍କ ଜିଭ ଅଗରେ ରହି ଆସିଥିବା ରଙ୍ଗବତୀ ଗୀତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ସାରା ଓଡ଼ିଶା ସମେତ ଦେଶରେ ମଧ୍ୟ ଏହି ରଙ୍ଗବତୀ ଗୀତ ବେଶ୍ ଚହଳ ସୃଷ୍ଟି କରିଥିଲା । ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ବୁଢ଼ୀ ମା ଙ୍କ ମୁହଁରୁ ସେ ଖୁବ୍ ସୁନ୍ଦର ଭାବରେ ଗୀତ ଟି କୁ ଗାଉଛନ୍ତି ରଙ୍ଗବତୀ ଗୀତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।