Exclusive : ମୁଁ ତାକୁ ସିନ୍ଦୁର ଦେଇନି କି ଶାରୀରିକ ସମ୍ପର୍କ ରଖିନି ..ସେ ମୋତେ 300ଟଙ୍କା ଭଡା ଦିଏ ମୁଁ ତାକୁ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ରାଜଧାନୀରେ ଚାଞ୍ଚଲ୍ୟ। ବିବାହିତ ମହିଳାଙ୍କ ପ୍ରେମିକଙ୍କୁ ବିବାହ କରିବା ଜିଦକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ସ୍ବାମୀ ଓ ପିଲାଙ୍କୁ ଛାଡି ପ୍ରେମିକ ଟୁଙ୍ଗୁରୁ ଭୋଳକୁ ବିବାହ କରିବା ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ବର୍ଷା ଭୋଳ ନାମକ ଜଣେ ମହିଳା।
ବର୍ଷା ଭୋଳଙ୍କ କହିବା ମୁତାବକ ଦୀର୍ଘ ଅଢେଇ ବର୍ଷ ହେବ ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ପାଗଳ ଭଳି ଭଲ ପାଉଥିଲେ ଦିନକୁ ହଜାରେ ଥର ଆଇ ଲଭ୍ ୟୁ ବୋଲି କହୁଥିଲେ। ଯେତେବେଳେ ପାରୁଥିଲେ ଗୋଲାପ ଫୁଲ ଆଣି ଉପହାର ଦେଉଥିଲେ। ଏବଂ ବିବାହର ପ୍ରତିଶ୍ରୁତି ଦେଇ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।
କିନ୍ତୁ ପରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ଛାଡ଼ି କୋର୍ଟରେ ଅନ୍ୟ ଏକ ଯୁବତୀକୁ ବିବାହ କରିଛନ୍ତି। ଏହା ପରେ ବର୍ଷା ଭୋଳ ହତାରେ ଫୁଲମାଳ ଶଙ୍ଖା ସିନ୍ଦୂର ଧରି ଭରତପୁର ଥାନ ଆଗରେ ଧାରଣାରେ ବସିଛନ୍ତି। ଆଉ ଟୁଙ୍ଗୁରୁ ଭୋଳକୁ ବିବାହ କରିବା ପାଇଁ ଦାବି କରିଛନ୍ତି। ଯେକୌଣସି ପରିସ୍ଥତିରେ ବି ସେ ଟୁଙ୍ଗୁରୁ ଭୋଳକୁ ବିବାହ କରିବା ପାଇଁ ଜିଦି ଧରିଛନ୍ତି। ତେବେ ବର୍ତ୍ତମାନ ପ୍ରେମିକ ଟୁଙ୍ଗୁରୁ ଭୋଳ ଗଣ ମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏବଂ ବର୍ଷା ଭୋଳ କହିଥିବା କଥାକୁ ମିଛ ବୋଲି କହିଛନ୍ତି।
ଟୁଙ୍ଗୁରୁ ଭୋଳଙ୍କ କହିବା ଅନୁଯାୟୀ ବର୍ଷାଙ୍କ ସହିତ ତାଙ୍କର ସେମିତି କିଛି ବି ସମ୍ପର୍କ ନାହିଁ। ବର୍ଷା ଭୋଳ ତାଙ୍କୁ ମିଛରେ ବଦନାମ କରିବା ପାଇଁ ଚାହୁଁଛନ୍ତି। ଟୁଙ୍ଗୁରୁ କହିଛନ୍ତି ସେ ତାଙ୍କ ଅଟୋ ଭଡ଼ା କରି ଯାଆନ୍ତି। କୋରନା ସମୟରେ ଏମ୍ସ ହସ୍ପିଟାଲ ଯିବା ସମୟରେ ସେମାନଙ୍କର ପ୍ରଥମେ ଦେଖା ହୋଇଥିଲା। ଟୁଙ୍ଗୁରୁ ଅଟୋ ଚଳାଇବା ସମୟରେ ସେ ତାଙ୍କ ଅଟୋରେ ବସି ହସ୍ପିଟାଲ ଯାଇଥିଲେ ଏହାପରେ ବର୍ଷା ତାଙ୍କର ଫୋନ୍ ନମ୍ୱର୍ ନେଇଥିଲେ।
ଏହା ପରେ ବିଭିନ୍ନ ସମୟରେ ଅଟୋ ଭଡ଼ା ନେଇ ବିଭିନ୍ନ ସ୍ଥାନକୁ ଯାଉଥିଲେ ବର୍ଷା। ଆଉ ଏହା ଭିତରେ ବର୍ଷା ଟୁଙ୍ଗୁରୁଙ୍କ ସହ ସେଲ୍ଫି ନେଇଥିଲେ ଆଉ ବ୍ଲାକମେଲ୍ କରିବା ଆରମ୍ଭ କରିଦେଲେ। ତେବେ ମହିଳାଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି ତୁଙ୍ଗୁରୁ।
ବର୍ଷା ଭୋଳ କେବଳ ଭଡ଼ା ଦିଅନ୍ତି ଆଉ ଟୁଙ୍ଗୁରୁ ବର୍ଷା ଜୁଆଡେ କହନ୍ତି ସିଆଡେ ନେଇ ଯାଆନ୍ତି। କିନ୍ତୁ ବର୍ଷା ଯାହା ଅଭିଯୋଗ ଆଣିଛନ୍ତି ସେ ସବୁ ମିଛକଥା ସେ ତାଙ୍କ ନା ଖରାପ୍ କରିବା ପାଇଁ ଏଭଳି କରୁଛନ୍ତି। ଏକଥା ମଧ୍ୟ ଟୁଙ୍ଗୁରୁ ଭୋଳ କହିଛନ୍ତି ବର୍ଷା ତାଙ୍କୁ ବହୁତ୍ ହଇରାଣ କରୁଛନ୍ତି। ଏମିତିକି ବର୍ଷା ତାଙ୍କୁ ୮ ଦିନ ଜବରଦସ୍ତି ତାଙ୍କ ଘରେ ଅଟକି ରଖୁଥିଲେ କିନ୍ତୁ ପରେ ଟୁଙ୍ଗୁରୁ ଭୋଳ ସେଠାରୁ ଲୁଚି ପଳାଇ ଯାଇଥିଲେ। ଏହା ପରେ ବର୍ଷା ଥାନା ଆଗରେ ଧାରଣାରେ ବସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।