Ajira Upadesha – ସୁନ୍ଦର ଦେଖା ଯିବା ପାଇଁ ରାତିରେ ଶୋଇଲା ବେଳେ ଏହି ନିୟମ ପାଳନ କରନ୍ତୁ…..

ସୁନ୍ଦରତା ମଣିଷକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେଣୁ ସମସ୍ତେ ଦାଗ ହିନ ସୁନ୍ଦର ତ୍ୱଚା ଚାହିଁଥାନ୍ତି। ବୟସ ବଢିବା ସହ ଧୀରେ ଧୀରେ ତ୍ଵଚାର ଚମକ କମିବାକୁ ଲାଗିଥାଏ। ତେଣୁ ସୁନ୍ଦର ଦେଖାଯିବ ପାଇଁ ବହୁତ ଲୋକେ ମାର୍କେଟ ରେ ମିଳୁ ଥିବା କସମେଟିକ ବ୍ୟବହାର କରିଥାନ୍ତି ଯାହା ବିଶେଷ ଭାବେ ଫଳ ଦେଇ ନଥାଏ।

ତ୍ୱଚାରେ ଚମକ ଆସିବା ବଦଳରେ ପରବର୍ତ୍ତୀ ସମୟରେ ବହୁତ ସାରା ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।ମାର୍କେଟରେ ମିଳୁଥିବା ସୁଗନ୍ଧିତ କ୍ରିମ୍ ଲଗାଇବା ଦ୍ବାରା କେତେକ ବ୍ୟକ୍ତିଙ୍କୁ ତ୍ୱଚାର ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଆଜିର ଏ ଆଧୁନିକ ଯୁଗର ଯୁବପିଢି ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ କସ୍‌ମେଟିକ୍‌ ପ୍ରଡ଼କ୍ଟ ବ୍ୟବହାର କରିବା ସହ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି।

ଆମ ଘରେ ଏମିତି କିଛି ଜିନିଷ ରହିଥାଏ ଆମେ ତାର ବ୍ୟବହାର କରି ଜାଣି ନଥାଉ। ଯାହାକୁ ବ୍ୟବହାର କରି ଆମେ ଆମ ତ୍ଵଚାର ଯତ୍ନ ନେଇ ପାରିବା। ତେବେ ଘରେ ରହିଥିବା ସେହି ସବୁ ଜିନିଷର କଣ ଓ ଏହାର ବ୍ୟବହାର ସମ୍ପର୍କରେ ଜାଣିବା ଯାହାକୁ ବ୍ୟବହାର କରି ଆମେ ଆମ ତ୍ଵଚାରେ ଚମକ ଓ ଉଜ୍ଜଳତା ଆଣି ପାରିବା।ତେବେ ନିଜ ତ୍ବଚାର ଯତ୍ନ କିପରି ଭାବେ ନିଆଯାଇ ପାରିବ ସେ ବିଷୟରେ ଜାଣିବା।

୧.ଗୋଡ଼ରେ ଦାଗ ବା ଚିହ୍ନ ରହିଥିଲେ ତାହା ଖୁବ୍ ଅସୁନ୍ଦର ଲାଗିଥାଏ ତେବେ ଏହି ଗୋଡ଼ରେ ରହି ଥିବା ଦାଗ ଚିହ୍ନ ଆଦି ସମସ୍ୟା ଗୁଡିକୁ ଦୂର କରିବା ପାଇଁ ହେଲେ ରାତିରେ ଶୋଇବା ପୂର୍ବରୁ ଗୋଡ଼ରେ ଘିଅ ମାଲିଶ୍ କରିବା ଦରକାର ଯାହା ଦ୍ଵାରା ଦାଗ ଓ ଚିହ୍ନରୁ ଶୀଘ୍ର ମୁକ୍ତି ମିଳିଥାଏ। ଏହି ଘିଅ ମାଲିଶ୍ କରି ଶୋଇବା ଦ୍ୱାରା ଗୋଡ଼ରେ ରହିଥିବା କ୍ଳାନ୍ତି ମଧ୍ୟ ଦୂର ହୋଇ ଯାଇଥାଏ ଏବଂ ଶରୀରକୁ ବହୁତ ଆରାମ ଲାଗିଥାଏ।

୨.ଆମେ ଖାଉଥିବା କମଳା ଲେମ୍ବୁର ଚୋପାକୁ ଫୋପାଡି ଦେଇ ଥାଉ କିନ୍ତୁ ଏହାକୁ ନ ଫୋପାଡି ବ୍ୟବହାର କରିହେବ। ଏହି କମଳା ଲେମ୍ବୁର ଚୋପକୁ ଛଡେଇ ଏହାକୁ ଶୁଖି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ।ଏହି ଗୁଣ୍ଡକୁ ହଳଦୀ ଗୁଣ୍ଡ ସହ ମିଶାଇ ଶୋଇଲା ପୂର୍ବରୁ ତ୍ବଚାରେ ଲଗାନ୍ତୁ।ଏହା ଦ୍ୱାରା ଚର୍ମ ଚିକ୍କଣ ଓ ଉଜ୍ଜଳ ଦେଖାଯାଏ।

୩. ତ୍ଵଚ଼ା ପାଇଁ ଲେମ୍ବୁ ରସ ବହୁତ ଉପକାରୀ ହୋଇଥାଏ।ଲେମ୍ବୁରେ ସାଇଟ୍ରିକ୍ ଏସିଡ ରହିଥାଏ ଯାହା ଆମ ତ୍ବଚାର ମୃତ କୋଷକୁ ନଷ୍ଟ କରି ଦେଇଥାଏ,ଯାହା ଫଳରେ ନୂଆଁ କୋଷ ସୃଷ୍ଟି ହୁଏ ଯାହା ମୁହଁରେ ଏକ ନୂତନ ଚମକ ଦେବାରେ ସାହାଯ୍ୟ କରିଥାଏ।ରାତିରେ ଶୋଇବା ପୂର୍ବରୁ ମୁହଁରେ ଲେମ୍ବୁ ଘଷି ତାହାକୁ ଉଷୁମ ପାଣିରେ ୨୧ ଥର କୁଲୁପୁଞ୍ଚା ପାଣିକରି ଛାଟିଲେ,ରାତିରେ ସୁଖ ନିଦ୍ରା ହେବା ସହ ମୁଖରେ ଉଜ୍ଜଳତା ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।