ଭାଗ୍ୟ ଦର୍ଶନ – ପର ସ୍ତ୍ରୀକୁ ପ୍ରେମ କରୁଥିବା ଲୋକଙ୍କୁ ଲେମ୍ବୁରସ ଦ୍ୱାରା ଦୁରେଇ ଦିଅନ୍ତୁ | Pragyan Tripathy |

ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ବେଳେ ବେଳେ ବିବାଦ ଉତ୍ପନ ହେବା ସ୍ଵାଭାବିକ ଅଟେ, ଏମିତି କୌଣସି ଦମ୍ପତ୍ତି ନାହିଁ ଯାହାର କେବେ ଝଗଡା ହୋଇ ନାହିଁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡା ସାମାନ୍ୟ କଥା ଅଟେ । ଝଗଡା ପରେ କେତେକ ଜିନିଷ ବଦଳି ଯାଇଥାଏ ଓ କେତେ ଥର ସ୍ଥିତି ସାମାନ୍ୟ ହବା ପାଇଁ ସମୟ ଲାଗିଥାଏ କିନ୍ତୁ ବେଳେ ବେଳେ ସମ୍ପର୍କ ଆଗ ଭଳି ହୋଇ ପାରେ ନାହିଁ । ସମ୍ପର୍କ ସୁଧାରିବାକୁ ଚେଷ୍ଟା କଲେ ମଧ୍ୟ ଆଗ ପରି ହୋଇ ପାରେ ନାହିଁ, ଯଦି ସମ୍ପର୍କ ରେ ଦୂରତ ଆସେ ତାହେଲେ ଏହା ସାମାନ୍ୟ ନୁହେଁ ।

ଏହା ବି କୁହାଯାଏ ଯେ ଯେଉଁଠି ପ୍ରେମ ଥାଏ ସେଇଠି ଝଗଡା ବି ହୋଇଥାଏ, ସର୍ବ ପ୍ରଥମେ ନିଜ ପରିସ୍ଥିତି କୁ ବୁଝି ସାମାନ୍ୟ କରିବା ପାଇଁ ଚେଷ୍ଟା କରିବା ଉଚିତ । କେବେ କେବେ ଏମିତି ବି ହୋଇଥାଏ ଯେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଦୁହିଁଙ୍କ ମଧ୍ୟରେ କିଛି ଭଲ ହୋଇ ନଥାଏ ସେଥିପାଇଁ ଚିନ୍ତା କରିବା କିଛି ଦରକାର ନାହିଁ, ସେହି ସମୟରେ ଆପଣଙ୍କୁ ଏହି ଉପାୟ କରିବା ଉଚିତ ଅଟେ ଏହା କଲେ ଆପଣଙ୍କ ସମ୍ପର୍କ ଆଗ ଭଳି ସୁଖମୟ ହୋଇଯିବ ।

ଗୋଟେ ଏମିତିଆ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଯିବ ଓ ଆପଣଙ୍କ ମଧ୍ୟରେ ଆସିଥିବା ଦୂରତା ସମାପ୍ତ ହୋଇଯିବ । ଏହି ଉପାୟ ନା କେବଳ ଆପଣଙ୍କ ସମ୍ପର୍କ କୁ ଯୋଡିବ ଏହା ଛଡା ଆପଣଙ୍କ ପାର୍ଟନର ଖରାପ ଅଭ୍ୟାସ ବି ଛଡେଇ ଦେବ । ଏହି ଉପାୟକୁ କପଲ୍ସମାନେ ବି କରିପାରିବେ ଯାହା ଫଳରେ ତାଙ୍କ ମଧ୍ୟରେ ହେଉଥିବା ଝଗଡା ସମାପ୍ତ ହୋଇ ନୂଆ ପ୍ରେମ ଉତ୍ପନ ହେବ ।

ଏହି ଊପାୟ ପାଇଁ ଦୁଇଟି ଜିନିଷ ଅତି ଆବଶ୍ୟକ ଅଟେ ପ୍ରଥମ ଗୋଟିଏ କାଚ ଜାର ଆଣିବେ ଓ ସେଥିରେ କଳା ବୋଳି ଦେବେ ଅତ୍ୟାବଶ୍ୟକ ହୋଇଥାଏ ଯାହା ଦ୍ଵାରା ଦୁହିଁଙ୍କ ମନ ପରିବର୍ତ୍ତନ ହୋଇଥାଏ ।

ଦ୍ଵିତୀୟ ଉପାୟ ଲେମ୍ବୁ ଅଟେ ଏହା ଆପଣ ନିଜ ପାର୍ଟନର କୁ କହିବେ ନାହିଁ, ଶୋଇବା ଆଗରୁ ନିଜ ପାର୍ଟନର ତକିଆ ତଳେ ଗୋଟେ ଲେମ୍ବୁ ରଖନ୍ତୁ ସକାଳେ ଉଠିଲା ପରେ ନିଜ ପାର୍ଟନର କୁ ନକହି ଲେମ୍ବୁ ବାହାର କରି ତାପରେ ଆପଣ ସେହି ଜାର ରେ ଲେମ୍ବୁ କୁପଡ଼ି ଦେବେ ।

ଏହା ପରେ ଯେଉଁ ତୃତୀୟ ଲୋକ ଆପଣଙ୍କ ଦମ୍ପତି ଜୀବନ କୁ ନଷ୍ଟ କରୁଛନ୍ତି ତାଙ୍କର ଗୋଟିଏ ଫଟୋ ସେଇ ଲେମ୍ବୁ ପାଣି ରେ ପାକେଇ ଦେବେ ଜାର ଟି କୁ ଭଲ ଭାବରେ ଟାଇଟ୍ କରିଦେବେ । ତାପରେ ଏହି ଜାତିକୁ ନେଇକି ଯେଉଁ ଥରେ ଅତ୍ୟାଧିକ ଆବର୍ଜନା ରହିଥାଏ!

ସେହି ଠାରେ ଜାର ଟିକୁ ଫୋପାଡି ଦେବେ ମାନେ ରଖିବେ ଏହି କାମ ଟି କେବଳ ଶନି ବାର କି ମଙ୍ଗଳ ବାର ଦିନ କରିବେ ସୂର୍ଯ୍ୟ ଅସ୍ତ ପରେ ଆଉ ଯାର ଟି କୁ ଯେତେବେଳ ଫୋପଡ଼ିବେ ସେତେବେଳେ କହିବେ କି ତୁମେ ତୁମର ଜୀବନରେ ଖୁସିରେ ରୁହ ଆମେ ଆମର ଜୀବନରେ ଖୁସିରେ ରହିବୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।