cough tips – ଛାତି,ନାକ,ଗଳାରେ ଜମା କଫ ଥରକରେ ତରଳି ବାହାରି ଜିବ | କରନ୍ତୁ ଏହି ଛୁଟିଆ ଉପାୟ….

ସ୍ବାସ୍ଥ୍ୟ ହିଁ ସମ୍ପଦ ତେଣୁ ସ୍ବାସ୍ଥ୍ୟ ର ଯତ୍ନ ନେବା ନିହାତି ଦରକାର । ସାଧାରଣ ଭାବରେ ଶୀତ ଦିନ ଆସିଲେ ସମସ୍ତଙ୍କ ମନରେ ଏକ ଭୟ ଜାତ ହୁଏ କି ଥଣ୍ଡା ହୋଇଯିବ , ଯାହାଦ୍ୱାରା କି ନାକ ବନ୍ଦ ହୋଇଯିବ , ଛାତିରେ କଫ ଜମା ହୋଇଯିବ , ଗଲା ବସିଯିବ , କସ ଓ ଶାରଦୀ ଭଳି ସମସ୍ଯା ସୃଷ୍ଟି ହେବ , ଏହି କାରଣରୁ ଥଣ୍ଡା ଦିନ ଆସିଲେ ସବୁ ମନୁଷ୍ୟ ମନରେ ଭୟ ସଂଚାର ହୁଏ ।

ଏହି ଥଣ୍ଡା କାଶ ବା ନାକ ବନ୍ଦ ହୋଇଯିବ ସମସ୍ୟା ହେଲେ ବ୍ୟକ୍ତିକୁ କଷ୍ଟ ଅନୁଭବ ହୋଇଥାଏ । କୌଣସି କାମରେ ମନ ଲାଗେ ନାହିଁ । ରାତିରେ ନିଦ ହୁଏ ନା ଦିନ ରେ । ତେଣୁ ଆପଣ ମାନେ ଥରେ ଏହି ଘରୋଇ ଉପଚାର କୁ ବ୍ୟବହାର କରନ୍ତୁ ଦେଖିବେ ଆପଣ ଙ୍କ କଫ ଦୂରେଇ ଯିବେ।

୧- ଡାଲଚିନି ଗୁଣ୍ଡ,୨- ମହୁ,୩- ସୈନ୍ଧବ୍ୟ ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଡାଲଚିନି , ଥଣ୍ଡା , କାଶ ,କଫ ଭଳି ସମସ୍ୟା ପାଇଁ ଡାଲଚିନି ବହୁତ ଅଧିକ ଲାଭଦାୟକ ଅଟେ । ପ୍ରଥମେ ଆପଣ ଡାଲଚିନି ନିଅନ୍ତୁ ଏବଂ ତାହାକୁ ଗୁଣ୍ଡ କରି ନିଅନ୍ତୁ । ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଡାଲଚିନି ଗୁଣ୍ଡ ନିଅନ୍ତୁ । କାଶ , କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଡାଲଚିନି ବହୁତ ଲାଭଦାୟକ ଅଟେ । ଏହା ସହିିତ ଆପଣ ଯଦି ମହୁର ପ୍ରୟୋଗ କରିବେ ତେବେ ଏହା ଆହୁରି ଚମତ୍କାରୀ ଔଷଧ ରୂପେ କାମ କରିଥାଏ ।

ଏବେ ଏକ ଚାମଚ ଦେଶୀ ମହୁର ପ୍ରୟୋଗ କରନ୍ତୁ । ବର୍ତ୍ତମାନ ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏଥିପାଇଁ ଆପଣଙ୍କୁ ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ସୈନ୍ଧବ୍ୟ ଲୁଣ । ଆପଣ ଚିମୁଟାଏ ସୈନ୍ଧବ୍ୟ ଲୁଣର ପ୍ରୟୋଗ କରନ୍ତୁ ।

ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏହି ଉପଚାର ଏତେ ଚମତ୍କାରୀ ଅଟେ କି ଏହା ଆପଣଙ୍କର ଛାତିରେ , ନାକରେ , ଗଳାରେ ଜମା କଫକୁ ସାଙ୍ଗେ ସାଙ୍ଗେ କାଢି ଦେଇଥାଏ । ଏହା ବହୁ ଚମତ୍କାରୀ ଏବଂ ବହୁ ପରିକ୍ଷୀତ ଘରୋଇ ଉପଚାର ଅଟେ । ଏବେ ଏହି ଉପଚାର ବନି ପ୍ରସ୍ତୁତ ।

ସେବନ ପ୍ରଣାଳୀ :-

ଯଦି ଆପଣ ଛୋଟ ପିଲାଙ୍କୁ ଏହା ଦିଅନ୍ତି ତେବେ ଆଙ୍ଗୁଳି ଟିପରେ ଏମିତି ନେଇ ଯାଆନ୍ତୁ ଓ ଚଟେଇ ଦିଅନ୍ତୁ । ଦିନକୁ ଆପଣ ଦୁଇଥର ଦେଇ ପାରିବେ କିନ୍ତୁ ଛୋଟ ପିଲାମାନଙ୍କୁ ଅଧିକ ମାତ୍ରାରେ ନଦେଇ ଏମିତି ଆଙ୍ଗୁଳି ଟିପରେ ଚଟେଇ ଦିଅନ୍ତୁ ।

ବଡ ଲୋକ ଯଦି ଏହାର ସେବନ କରନ୍ତି ତେବେ ସମ୍ପୂର୍ଣ୍ଣ ଉପଚାରକୁ ଚାଟି ଖାଇ ଦିଅନ୍ତୁ । ସକାଳୁ ଯେତେବେଳେ ଆପଣ ଜଳଖିଆ ବା ବ୍ରେକଫାଷ୍ଟ କରି ସାରିବେ ବ୍ରେକଫାଷ୍ଟ କରିବାର 1 ଘଣ୍ଟାପରେ ଆପଣ ଏହାର ସେବନ କରନ୍ତୁ ।

ଦ୍ୱିତୀୟରେ ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ । ଏହିପରି ଭାବରେ ଆପଣ ଏହାକୁ ଥରେ କିମ୍ୱା ଦୁଇଥର ସେବନ କରି ଦେଖନ୍ତୁ ଆପଣଙ୍କ ଛାତିରେ ଜମା କଫ , ଗଳାରେ ଜମା କଫ ବା ନାକରେ ଜମା କଫ ସମ୍ପୂର୍ଣ୍ଣ ରୂପେ ବାହାରକୁ ବାହାରିଯିବ । ପିଲାଙ୍କଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାର ସେବନ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ