ଆମ ଓଡ଼ିଆ କଳାକାର ଜଗତ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ରହିଛନ୍ତି ଆଉ ତାଙ୍କ ମଧ୍ୟରୁ ସବୁଠୁ ନମ୍ବର ୱାନ ନାୟକ ଭାବରେ ଯିଏ ପରିଚିତ ସେ ହେଉଛନ୍ତି ସୁପରଷ୍ଟାର ବାବୁସାନ ମହାନ୍ତି | ସେ ତାଙ୍କର ନିଖୁଣ ଅଭିନୟ ମାଧ୍ୟମ ରେ ସମସ୍ତଙ୍କ ହୃଦୟ କୁ କିଣି ପାରିଛନ୍ତି | ତେବେ ବର୍ତ୍ତମାନ ସମୟରେ ବାବୁସାନ ଙ୍କର ରିଲିଜ ହୋଇ ଥିବା ଦମନ ଫିଲ୍ମ ଟି ଖୁବ ହାଇ ଲାଇଟ ହୋଇଛି ଯାହାକି ଖୁବ ଲୋକ ପ୍ରିୟତା ହାସଲ କରିଛି | ଏହି ଫିଲ୍ମ ଟି ଏକ ଜୀବନ୍ତ କାହାଣୀ ଉପରେ ଆଧାରିତ ହୋଇଛି ଆଉ ଯିଏ ବି ଦେଖୁଛି ଏହି ଫିଲ୍ମ ଟିକୁ ଖୁବ ପସନ୍ଦ କରୁଛନ୍ତି | ଏହି ଫିଲ୍ମ ରେ ଜଣେ ଅଭିନୟ କରିଥିବା ଅଭିନେତ୍ରୀ ଏହି ଫିଲ୍ମ କୁ ନେଇ କିଛି କହିଛନ୍ତି |
ତେବେ ସେ କହିଛନ୍ତି କି ମୁଁ ଜଣେ ଡକ୍ଟର ଆଉ ମୁଁ ଏହି ଦମନ ଫିଲ୍ମ ରେ ଜଣେ ଗର୍ଭବତୀ ମହିଳା ଭାବରେ ଅଭିନୟ କରିଛି | ମୋ ଘର କଟକ ରେ କିନ୍ତୁ ମୁଁ କୋରାପୁଟ ରେ ରହୁଛି ଆଉ ଏଠି ଡକ୍ଟର ମଧ୍ୟ ଅଛି | ତେବେ ଏହି ଫିଲ୍ମ ରେ ମୁଖ୍ୟ ହେଉଛି ଏକ ଅପହଞ୍ଚ ସ୍ଥାନକୁ ଯାଇଁ କିପରି ଏକ ମହିଳା କୁ ସାହାଯ୍ୟ କରା ଯାଉଛି, ଆଉ ମୁଁ ହେଉଛି ସିଏ ଯିଏ ଗର୍ଭ ଯନ୍ତ୍ରଣା ଛଟପଟ ହେଉ ଥିଲେ |
ତେବେ ଫିଲ୍ମ ରେ ଯାହା ହୋଇଛି ମୁଁ ମଧ୍ୟରେ ସତରେ ସେ ସବୁକୁ ବହୁତ ଥର ଫେସ କରିଛି କାରଣ ମୁଁ ଜଣେ ଡକ୍ଟର | ଆଉ କଟକ, କୋରାପୁଟ ରେ ମଧ୍ୟ ଏଭଳି ଅପହଞ୍ଚ ସ୍ଥାନ ବହୁତ ଅଛି ଯେଉଁଠି ଇଲେକ୍ଟ୍ରି ନାହିଁ କି କୌଣସି ସୁବିଧା ଯୋଗା ଯାଇ ନାହିଁ | ଏମିତି କି ସେଠି ମୋବାଇଲ ନେଟୱାର୍କ ମଧ୍ୟ ନଥାଏ ତେବେ ଏହି ସବୁ ଭିତରେ ଲୋକ ମାନଙ୍କୁ ସେବା ଦେବା ବହୁତ କଷ୍ଟକର ହୋଇ ପଡ଼େ |
ତେବେ ଯିଏ ଡ଼କ୍ଟର ଓମକାର ଅଛନ୍ତି ଓରଭ ବାବୁସାନ ଯେଉଁ କ୍ୟାରେଟ ଲିଭାଇଛନ୍ତି ତାହାକୁ କେମିତି ସବୁ ଦମନ କରିବେ ତାହାକୁ ନେଇ ଏହି ଫିଲ୍ମ ଟି ହୋଇଛି | ଆଉ ମାଲକାନଗିରି ରେ ଯେତେ ବେଳେ ମ୍ୟାଲେରିଆ ହାଏସ୍ଟ ପଏଣ୍ଟ ଥିଲା ସେତେ ବେଳେ ଡ଼କ୍ଟର ଓଁକାର ତାହାକୁ ଜିରୋ ପଏଣ୍ଟ ରେ ଆଣି ଥିଲେ ବୋଲି ଏହି ଅଭିନେତ୍ରୀ ଜଣଙ୍କ କହିଛନ୍ତି | ତେବେ ବର୍ତ୍ତମାନ ସମୟ ରେ ଏହି ଫିଲ୍ମ ଟି ଖୁବ ନାଁ କରି ଚାଲିଛି ଆଉ ଯେଉଁ ମାତ୍ରା ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ତଳକୁ ଖସି ଯାଇ ଥିଲା ତାହା ଏମିତି ହଠାତ ପୁଣି ଲୋକ ମାନଙ୍କ ଭଲ ପାଇବା ହାସଲ କରିବ ତାହା କେହି ମଧ୍ୟ କଳ୍ପନା କରି ପାରି ନଥିଲେ |