Exclusive : ମୁଁ ରାଣୀ ପଣ୍ଡାଙ୍କ ପ୍ରେମିକ ..ମୁଁ କାହାକୁ ଖାଲି ହାତରେ ଫେରାଏନି କି କେଉଁଠୁ ଖାଲି ହାତରେ ଫେରେନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ରାଣୀ ପଣ୍ଡା କହୁ କହୁ ଏହା ବି କହିଦେଇଛନ୍ତି ଯେ, ସେ ପ୍ରେମରେ ପଡ଼ିଥିଲେ ଆଉ ଏହି ପ୍ରେମ ହିଁ ତାଙ୍କୁ ଦେଇଛି ଅନେକ ଅଭିଜ୍ଞତା । ସେ ସାଉଁଟିଛନ୍ତି ଅନେକ ଭଲ ମନ୍ଦ କ୍ୟାମେରା ସାମ୍ନାରେ ବି ଅନେକ ଥର ନିଜ ଅକୁହା କଥା କହିଛନ୍ତି ।

ଠିକ୍ ଏଇ ଯେମିତି ରାଣୀ ପଣ୍ଡା ମାନିଛନ୍ତି ଯେ, ସେ ଅନେକ ଥର ପ୍ରେମରେ ପଡ଼ିଛନ୍ତି । ଥରେ ଦଶ ଥର କି ଶହେ ଥର ନୁହଁ । 5ଶହରୁ ଅଧିକ ଥର ପ୍ରେମରେ ପଡିଛନ୍ତି ଲୋକପ୍ରିୟ, ଚର୍ଚ୍ଚିତ, ବିବାଦୀୟ ରାଣୀ ପଣ୍ଡା । ଇଏ ନିକଟରେ ଏକ ସାକ୍ଷାତକାର ଅବସରରେ ରାଣୀ ପଣ୍ଡା କହିଛନ୍ତି ଯେ, ସେ 532 ଜଣଙ୍କୁ ପ୍ରେମ କରିଛନ୍ତି ।

ଏବେ ଆସନ୍ତୁ ଜାଣିବା ରାଣୀ ପଣ୍ଡାଙ୍କ ସମ୍ପର୍କରେ ଆଉ କିଛି ତଥ୍ୟ । ରାଣୀ ପଣ୍ଡା, ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା । କେବେ ନାଚନ୍ତି, କେବେ ଅଭିନୟ କରନ୍ତି ଆଉ କେତେବେଳେ ବିବାଦ ସୃଷ୍ଟି କରନ୍ତି । ପୁଣି କେତେବେଳେ ଅସଭ୍ୟ ଭାଷା ବ୍ୟବହାର କରି ସମାଲୋଚିତ ହୁଅନ୍ତି । ପୁଣି କେତେବେଳେ ସମାଜସେବା କରି ଲୋକଙ୍କ ହୃଦୟ ଜିଣନ୍ତି ।

ହେଲେ ରାଣୀଙ୍କ ହୃଦୟରେ କିଏ କାହାକୁ ରାଣୀ ନିଜ ମନ ଦେଇଛନ୍ତି ? କାହାକୁ ରାଣୀ ନିଜର ଭାବି ହୃଦୟ ମନ୍ଦିରରେ ଦେବତା ସଜେଇଛନ୍ତି ? ଶେଷରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ବାହା ହେବ ରାଣୀ ପଣ୍ଡା, ଯଦି ହେବେ କାହାକୁ ହେବେ ବାହା । କାହା ସହ ଲଙ୍ଗ୍ ଡ୍ରାଇଭରେ ଯିବେ, ଗୁପଚୁପ, ଚାଟ୍ ଖାଇବେ ଆଉ କ୍ବାଲିଟି ଟାଇମ ସେୟାର କରିବେ ।


ଏହା ପୂର୍ବରୁ ରାଣୀ ପଣ୍ଡା ନିଜ ବାହାଘରକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ନିକଟ ଭବିଷ୍ୟତରେ ମୋର ବିବାହ କରିବାର ନାହିଁ । କେହି ମୋତେ ଦିଲ୍ ସେ ଭଲ ପାଇନାହାନ୍ତି, ସବୁ ସ୍ୱାର୍ଥ ରକ୍ଷି ମୋ ସହ ସମ୍ପର୍କ ରଖିଛନ୍ତି ।

ଉଦ୍ଦେଶ୍ୟ ପୁରଣ ହୋଇଗଲେ ଧୋକା ଦେଇ ଚାଲିଯାଆନ୍ତି । ମୁଁ ବି କାହାକୁ ମନ ଦେଇଛି ମ୍ୟାରେଜ ପାଇଁ ପ୍ରୋପଜାଲ ଦେଇଛି କିନ୍ତୁ କିଛି ଫାଇଦା ହୋଇନି। କେବଳ ଏତିକି ନୁହେଁ ନିଜ ପ୍ରେମ ଓ ଲଭ୍ ଆଫାୟର୍ସ ପ୍ରସଙ୍ଗରେ ମଧ୍ୟ ସବୁଥର ଭଳି ଏଥର ବି ମୁହଁ ଖୋଲି କହିଛନ୍ତି ରାଣୀ ପଣ୍ଡା । କହିଛନ୍ତି ଆସ ଖାଇ ପିଇ ଶୋଇକି ଯାଅ କିନ୍ତୁ ମୋତେ କେହି ବଦନାମ କରନ୍ତୁ ନାହିଁ ।….

ଯେମିତି ଆପଣ ଜାଣନ୍ତି ଯେ, ସେ ଖୁଲମ ଖୁଲା କୁହନ୍ତି, ଦେହରୁ ପୋଷାକ ବି ଖୋଲି ଦିଅନ୍ତି ଆଉ କହୁ କହୁ ଅନେକ ଏମିତି କଥା କହିଦିଅନ୍ତି ଯାହାକୁ ନ୍ୟୁଜର ହେଡଲାଇନ୍ସ ବନିଯାଏ । ଠିକ୍ ଯେମିତି ଏଇ ନିକଟରେ ରାଣୀ ପଣ୍ଡା କହିଛନ୍ତି ଯେ, ତାଙ୍କ ଜୀବନରେ ଅନେକ ପୁରୁଷ ଆସିଛନ୍ତି, ଅନେକ ଯାଇଛନ୍ତି ମଧ୍ୟ ।

ସେମାନଙ୍କ ମଧ୍ୟରୁ ଅନେକଙ୍କ ସହ ରାଣୀଙ୍କ ଘନିଷ୍ଠତା ମଧ୍ୟ ବଢ଼ିଛି । ପ୍ରେମ ବ୍ୟାପର ସମ୍ପର୍କରେ ରାଣୀ ଏଭଳି ଖୁଲମଖୁଲା ବୟାନ ଦେବା ସହ ଆହୁରି କହିଛନ୍ତି ଯେ, ମୋ ଜୀବନରେ ଅନେକ ଆସିଛନ୍ତି, ଖାଇଛନ୍ତି , ପିଇଛନ୍ତି ଶୋଇଛନ୍ତି । ହେଲେ ମୁଁ ସେମାନଙ୍କୁ କୁହେ ଖାଅ, ପିଇ, ସୁଅ କିନ୍ତୁ କେହି ବଦନାମ କରନ୍ତୁନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।