ବେଡରୁମ୍‌ରେ ମୁଁ କାହା ସହ ସେକ୍ସ କଲେ ସନ୍ତୁଷ୍ଟ ହେବି ସେଇଟା ମୋର ବ୍ୟକ୍ତିଗତ ପସନ୍ଦ

ଆପଣ ତ ଜାଣିଛନ୍ତି ଏହି କିଛି ଦିନ ହେବ ଝିଅ ମାନେ ଜେଣ୍ଡର ଚେଞ୍ଜ କରିବାକୁ ନେଇ କେତେ ଯେ ଚର୍ଚ୍ଚା ଉଠିଛି | ଏମିତି କି ଜଣେ ଲଭ ପାଇଁ ମଧ୍ୟ ଜେଣ୍ଡର ଚେଞ୍ଜ କରିଥିବା କଥା ସାମ୍ନାକୁ ଆସି ଥିଲା | ତେବେ ଏହି ସବୁକୁ ନେଇ ଜଣେ ଜେଣ୍ଡର ଚେଞ୍ଜ କରିଥିବା ମହିଳା ସୋସିଆଲ ମିଡ଼ିଆ ମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି କି ଆଜିକାଲି ର ଦୁନିଆଁ ରେ ଆଉ ବର୍ତ୍ତମାନ ସମୟରେ ଲଭ କୁ ନେଇକି ସୋସିଆଲ ମିଡ଼ିଆ ରେ ଅନେକ କଥା ଆସୁଛି , ଏମିତି କି ଲଭ ପାଇଁ ଝିଅ ନିଜ ଜେଣ୍ଡର ଚେଞ୍ଜ କରି ଦେଉଛନ୍ତି |

କିନ୍ତୁ ଏଇଟା ଲଭ ନୁହେଁ ଆପଣ ନିଜେ ଭାବନ୍ତୁ କି ଆପଣ କଣ ଲଭ ପାଇଁ ନିଜ ଜେଣ୍ଡର ଚେଞ୍ଜ କରି ଦେବେ କି ଏଇଟା ପୁରା ଅସମ୍ଭବ କଥା ଅଟେ | ଏବେ ସମାଜସେବୀ ମାନେ ବି ଆକ୍ଷେପ କରୁଛନ୍ତି କି ଏଇଟା ଗୋଟେ ଲଭ ପାଇଁ ଏମିତି ହୋଇ ଗଲା ଝିଅ ମାନଙ୍କର ସଂଖ୍ୟା ଏମିତି କମି ଯାଉଛି ଯାହାକି ସମାଜ ପାଇଁ ଏକ କୁ କଥା |

ଆପଣ ଯେଉଁ ଏତେ ସମାଜ ର ପରମ୍ପରା ଆଉ ସଂସ୍କୃତି କଥା କହୁଛନ୍ତି ଆପଣ କହି ପାରିବେ କି ଶିଖଣ୍ଡିନୀ କଣ ଥିଲେ, ଶିଖଣ୍ଡିନୀ ମଧ୍ୟ ଜଣେ ଟ୍ରାନ୍ସ ମ୍ୟାନ ଥିଲେ ସେ ବି ଶିଖଣ୍ଡିନୀ ରୁ ଶିଖଣ୍ଡି ହୋଇ ଥିଲେ | କେବଳ କିନ୍ନର ନୁହଁନ୍ତି ବହୁତ ସାରା ଝିଅ ଅଛନ୍ତି ଯେଉଁ ମାନେ ଝିଅରୁ ପୁଅ ହୋଇଛନ୍ତି ସେମାନଙ୍କର ବି ଅସ୍ତିତ୍ୱ ଅଛି |ଆଉ ଜଣେ ମ୍ୟାଡ଼ାମ କହୁ ଥିଲେ କି ପୁଅ ପୁଅ ଭିତରେ ବିବାହ ହେଉଛି ଆଉ ଝିଅ ଝିଅ ଭିତରେ ବିବାହ ହେଉଛି, କିନ୍ତୁ ଏଇଟା ଏବେକା ସମୟରେ ନୁହେଁ, କାରଣ କୋଣାର୍କ ମନ୍ଦିର ରେ ବି ଦେଖିବେ କି ଲେସବିୟନ ମାନଙ୍କର ଚିତ୍ର ରହିଛି ତେଣୁ ଏହା କେତେ ପୁରାତନ କାଳରୁ ହୋଇ ଆସୁଛି |

ଆଉ ଆମେ ମାନେ କୁଆଡେ ଉଡ଼ି ଆସିନୁ ଆମେ ମାନେ କେଉଁ ଅଲଗା ଦୁନିଆଁ ରୁ ପଳେଇ ଆସିନୁ ଏଇଟା ଆମର ଫିଲିଂସ | ବହୁତ ଲୋକ ଅଛନ୍ତି କୁହନ୍ତି କି ଏମାନେ ହେଉଛନ୍ତି କୁସଂସ୍କାରୀ ଏମିତି ଅନେକ କଥା | କିନ୍ତୁ ଯଦି ଜଣେ ବ୍ୟକ୍ତି ଗାଈ ସହିତ ସେକ୍ସ କରି ପାରୁଛି କୌଣସି ପଶୁ ସହିତ ସେକ୍ସ କରି ପାରୁଛି ତେବେ ଏମିତି କାହିଁକି ହୋଇ ପାରିବ ନାହିଁ |

ଜେଣ୍ଡର ଚେଞ୍ଜ କରିବା କିଛି ବଡ଼ ପାପ ନୁହଁ କାରଣ ଅନେକ ଲୋକ କହୁଛନ୍ତି କି ଏଇଟା ସମାଜ କଣ କହିବ ଏଇଟା ଜାତି ଧର୍ମ ବିରୋଧ ଏମିତି ଅନେକ କିଛି କହୁଛନ୍ତି | ତେଣୁ ଏଇଟା କୁସଂସ୍କାର ଆମେ କେବେ ବି କହିବା ଉଚିତ ନୁହେଁ କାରଣ ଆମ ମାନସିକତା ଆମକୁ ସେମିତି କରି ଦେଇଛି | ଆଉ ସମ୍ବିଧାନ ହିସାବରେ ଏହା ସମସ୍ତଙ୍କର ଅଧିକାର ଅଛିକି ଆମେ ଆମର ପାର୍ଟନର ନିଜେ ପସନ୍ଦ କରି ପାରିବୁ | ଆଉ ଆମେ ବେଡ଼ରୁମ ରେ ଆମେ କାହା ସହିତ ଶାରୀରିକ ସମ୍ପର୍କ ରଖିବୁ ସେଇଟା ଆମର ବ୍ୟକ୍ତିଗତ ପସନ୍ଦ ତେଣୁ କରି କାହାକୁ ସେମିତି ଜଜ କରନ୍ତୁ ନାହିଁ ବୋଲି କହିଛନ୍ତି | ତେବେ ମହିଳା ଙ୍କର ଏହି କଥା ଶୁଣି ସୋସିଆଲ ମିଡ଼ିଆ ରେ ଅନେକ ଲୋକ ସମର୍ଥନ ମଧ୍ୟ କରିଛନ୍ତି |