ଭିଡିଓ ଦେଖିଲେ ସହି ପାରିବେନି- ଏଇ ଉଠଗୋ କହି ଡାକିଲେ ରାଇମୋହନଙ୍କ ସ୍ତ୍ରୀ ,ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡ଼ିଓ….

ଆଉ ନାହାଁନ୍ତି ଲୋକପ୍ରିୟ ଅଭିନେତା ରାଇ ମୋହନ। ଆଉ ଶୁଭିବନି ସେଇ ଛାତିଥରା ଲୋମ ଟାଙ୍କୁରା ସଂଳାପ।ଯାହାଙ୍କ ଡାଇଲଗ୍ ଶୁଣିଲେ ପୁରା ଓ ଲୁକ୍ ଅତି ଭୟଙ୍କର। ପରଦା ଉପରେ ସମସ୍ତଙ୍କୁ ଡରାଉ ଥିବା ଏହି ଅଭିନେତା ଜଣକ ଜିବନ ଯୁଦ୍ଧରେ ହାରି ଯାଇ ଆତ୍ମହତ୍ୟା ପରି ଏକ ବଡ ନିଷ୍ପତି ନେଇଗଲେ। ଆଉ ରାଇମୋହନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ଓଲିଉଡ, ଜଲିଉଡ ସହ ସାରା ଓଡ଼ିଶା। ରାଜ୍ୟ ସହ ଜାତୀୟ ଗଣ ମାଧ୍ୟମରେ ମୁଖ୍ୟ ସିରୋନାମା ପାଲଟିଛି ରାଇମୋହନଙ୍କ ବିୟୋଗ ଖବର।

ଦୁଃଖରେ ଭାଙ୍ଗି ପଡିଛନ୍ତି ରାଇମୋହନଙ୍କ ପୁରା ପରିବାର। କେମିତିବା ଏ କଥାକୁ ବିଶ୍ଵାସ କରି ପାରିବେ ପରିବାର। ଯେତେବେଳେ ରାଇମୋହନଙ୍କ ମୃତ୍ୟୁ ଖବର ପାଇ ସାରା ଓଡିଶା ସ୍ତବ୍ଧ ହୋଇ ଯାଇଛି ସେତେବେଳେ ତ ପରିବାର ଅବସ୍ଥା କେତେ ଖରାପ ଥିବ ଅନୁମାନ କରି ହେଉଛି।

 ତେବେ ଏହି ଭିଡିଓ ଟିକୁ ଭଲ ଭାବରେ ଦେଖନ୍ତୁ ସ୍ଵାମୀଙ୍କ ମର ଶରୀର ପାଖରେ ବସି କିଭଳି କାନ୍ଦୁଛନ୍ତି ତାଙ୍କ ଧର୍ମପତ୍ନୀ ରଞ୍ଜିତା। ଭୋ ଭୋ ହୋଇ କାନ୍ଦି ଉଠୁଛନ୍ତି କହୁଛନ୍ତି ଏଇ ଉଠଗୋ। ରାଇମୋହନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପତ୍ନି ରଞ୍ଜିତା। ଭିଡିଓ ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ।

ତେବେ ଆପଣ ମାନେ ହୁଏତ ଜାଣି ଥିବେ କି ରାଇମୋହନ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ। ଦୀର୍ଘ ୬-୭ ବର୍ଷ ପ୍ରେମ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ। କଲେଜରେ ପାଠ ପଢିଲା ବେଳେ ରଞ୍ଜିତାଙ୍କୁ ପ୍ରଥମ ଦେଖାରେ ପ୍ରେମ କରି ବସିଥିଲେ ରାଇମୋହନ।

 ଆଉ ଏହାପରେ ପାଗଳ ହୋଇ ରଞ୍ଜିତାଙ୍କ ପଛରେ ପଡ଼ିଥିଲେ ତାଙ୍କ ଉତ୍ତର ଅପେକ୍ଷାରେ। ତେବେ ରଞ୍ଜିତାଙ୍କ ଠାରୁ ଗ୍ରୀନ ସିଗ୍ନାଲ ପାଇବା ପରେ ରାଇମୋହନ ଏକଥା ଘରେ ଜଣାଇଥିଲେ।ଏହାପରେ ରାଇମୋହନଙ୍କ ପରିବାର ବିବାହ ପାଇଁ ରାଜି ହୋଇ ଥିଲେ ମଧ୍ୟ ରଞ୍ଜିତାଙ୍କ ବାପା ଏହାକୁ ପସନ୍ଦ କରୁନଥିଲେ କିନ୍ତୁ ରଞ୍ଜିତା ବାପାଙ୍କ କଥା ନଶୁଣି ରାଇମୋହନଙ୍କ ହାତ ଧରିଥିଲେ।

ତେବେ ରାଇମୋହନ ଏକ ସାକ୍ଷାତକାରରେ ସେ ପ୍ରେମ ବିବାହ କରିବା କଥା କହିଥିଲେ। ଏଥି ସହିତ ତାଙ୍କ ଜୀବନର ସବୁ ସଫଳତାର ଶ୍ରେୟ ସେ ତାଙ୍କ ଧର୍ମପତ୍ନି ରଞ୍ଜିତାଙ୍କୁ ଦେଇଥିଲେ। ସେ ତାଙ୍କ ଧର୍ମପତ୍ନୀ ରଞ୍ଜିତାଙ୍କୁ ବହୁତ୍ ଭଲ ପାଆନ୍ତି ବୋଲି ମଧ୍ୟ କହିଥିଲେ।

ତେବେ ନିଜ ପରିବାର ଓ ପତ୍ନୀଙ୍କୁ ଏତେ ଭଲ ପାଉଥିବା ମଣିଷଟା ଆଜି ହଠାତ୍ କାହିଁକି ଆତ୍ମହତ୍ୟାକୁ ବାଛି ନେଲେ ତାର କାରଣ ଅସ୍ପଷ୍ଟ ରହିଛି। ତେବେ ତାଙ୍କର ମୃତ୍ୟୁ ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଯାହା ଆଉ କେବେ ପୂରଣ ହୋଇ ପାରିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।