motivation-ଆପଣଙ୍କ ର ପାଠ ମନେ ରହୁନି ନାହିଁ କି ? ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ । ଏହି ତିନୋଟି ଉପାୟ କୁ ଦେଖନ୍ତୁ , ଜୀବନ ସାରା ପାଠ ମନେ ରହି ଯିବ ।

ଆଜି କାଲି ଦୁନିଆ ର ପିଲା ମାନଙ୍କ ର ସବୁ ଠାରୁ ବଡ଼ ଟେନସନ ହେଉଛି । ଯେତେ ପାଠ ପଢିଲେ ମଧ୍ୟ ତାଙ୍କର ପାଠ ମନେ ରହୁ ନାହିଁ । ଆଜି ପଢି ଥିବା ପାଠ କାଲିକି ଭୁଲି ଯାଉଛି । ଏବେ କିନ୍ତୁ ଡରିବାର ନାହିଁ ଆଜି ଆମେ ଆପଣଂକୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉ ଅଛୁ । ତାହା ଆପଣ କରି ଦେଲେ ପଢି ଥିବା ପାଠ ଜୀବନ ସାରା ମନେ ରହି ଯିବ।

ସାଧାରଣ ଭାବରେ ଦେଖିବା ପାଇଁ ଗଲେ ଗୋଟେ ଗୋଟେ ପିଲା ଅଛନ୍ତି , ସେମାନେ ଅଳ୍ପ ପାଠ ପଢି ଅଧିକ ମାର୍କ ରଖି ଥାନ୍ତି । ଏହାକୁ ଦେଖି ଲୋକେ କହି ଥାନ୍ତି ତାକୁ ଭଗବାନ ସେହି ପରି ମସ୍ତିଷ୍କ ଦେଇଛି । ସେଥି ପାଇଁ ତାର ସବୁ କିଛି ପାଠ ମନେ ରହି ଯାଉଛି । କିନ୍ତୁ ଏଥିରେ କୌଣସି କିଛି ନ ଥାଏ । ଆପଣଙ୍କ ପାଖରେ ମଧ୍ୟ ବହୁତ ମନେ ରଖିବା ଶକ୍ତି ରହିଛି । ତାହା ଆପଣ ମାନେ ଠିକ ସେ ବ୍ୟବହାର କରି ପାରି ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଉପାୟ ବିଷୟ ରେ ।

ପ୍ରଥମେ ଉପାୟ ଟି ହେଉଛି , ଆପଣ ମାନେ ନିଶ୍ଚିତ ରୂପ ରେ ଫିଲ୍ମ ଦେଖୁ ଥିବେ । ଆଉ ଥରେ ଦେଖି ସାରିବା ପରେ ଆପଣଙ୍କ ର ମନେ ରହି ଯାଉଛି 10 ବର୍ଷ ପର୍ଯ୍ୟନ୍ତ । କିନ୍ତୁ କେମିତି ଆପଣଙ୍କ ର ମନେ ରହୁଛି ।

ଠିକ ସେହି ପରି ପାଠ କଣ ପାଇଁ 10 ବର୍ଷ ପର୍ଯ୍ୟନ୍ତ ମନେ ନ ରହିବ । ସେହି ଭଳି ଆପଣ ନିଜ ମନ ଭିତରେ ପାଠ ଟିକୁ ରଖି ପଢନ୍ତୁ ଦେଖିବେ ଆପଣଙ୍କ ର ପାଠ ମନେ ରହି ଯିବ । ପାଠ ଟିକୁ ପ୍ରେସର ରେ ନ ପଢି ଖୁସି ରେ ବୁଝି ପଢନ୍ତୁ ଦେଖିବେ ଆପଣଙ୍କ ର ମନେ ରହି ଯିବ ।


ଠିକ ସେହି ପରି ଦ୍ୱିତୀୟ ରେ , ଆପଣ କାହାକୁ ଭଲ ପାଇ ଥିବେ । ତା ସହି ଗୋଟେ ମୁହୂର୍ତ୍ତ କିମ୍ବା ଗୋଟେ ଦିନ ବିତେଇ ଥିବେ । ସେତିକି ସମୟ ରେ ଆପଣ ଯାହା କଥା ହୋଇ ଥିବେ ତାହା ଆପଣ ମରିବ ପର୍ଯ୍ୟନ୍ତ କେବେ ଭୁଲି ପାରିବେ ନାହିଁ । ଠିକ ସେହି ଭଳି ଯଦି ଆପଣ ପାଠ କୁ ଅନ୍ୟ ସହିତ ଡିସ୍କସନ କରି ପଢିବେ ତାହାଲେ ଆପଣ ସେହି ପାଠ କୁ କେବେ ହେଲେ ଭୁଲି ପାରିବେ ନାହିଁ ।

ତୃତୀୟ ରେ ଜାଣିବା , ପାଠ ଟିକୁ ଆପଣ ପଢିବା ସହିତ ଲେଖନ୍ତୁ , ବାରମ୍ବାର ଲେଖି ପଢନ୍ତୁ ଦେଖିବେ ଆପଣଙ୍କର ପାଠ ସମ୍ପୂର୍ଣ ମନେ ରହି ଯିବ । ଆଉ ଆପଣ କେବେ ହେଲେ ଭୁଲି ପାରିବେ ନାହିଁ । ତେବେ ଆପଣ ମାନେ ଏହି ତିନୋଟି କଥା କୁ ଭାବି , ଠିକ ସେହି ପରି ପାଠ ପଢନ୍ତୁ , ଦେଖିବେ ନିଶ୍ଚିତ ରୂପରେ ସଫଳ ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।