ବନ୍ଧୁଗଣ ଆଜି ଆମେ ଏହି ଲେଖାରେ ଯାତ୍ରା ଜଗତର ଜଣେ ପରିଚିତ ଚେହେରା, ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣିବା। ଯିଏକି ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଆପଣ ତ ଜାଣିଛନ୍ତି ଯାତ୍ରା ଏକ ଏଭଳି ମନୋରଂଜନ ର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନେକ ଯାତ୍ରା ପ୍ରେମୀ ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।
ଯେଉଁଠି ବି ଅପେରା ପଡ଼ିଲେ ଏବଂ ତାଂକ ପସନ୍ଦର କଳାକାର ସେହି ପାର୍ଟିରେ ଅଛନ୍ତି ଜାଣିଲେ ସେମାନେ ଆଗ୍ରହର ସହିତ ଯାତ୍ରା ଦେଖିବାକୁ ଦୌଡ଼ି ଯାଇଥାନ୍ତି।ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।
ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ସେହିପରି ଜଣେ ଯାତ୍ରା ଅଭିନେତ୍ରୀ ହେଉଛନ୍ତି ମାମା। ଏକ ଗଣମାଧ୍ୟମକୁ ଏବେ ସେ ଦେଇଥିବା ଏକ ସାକ୍ଷାତକାର ର ଭିଡିଓ ସାମ୍ନାକୁ ଆସିଛି।ଏହି ଭିଡିଓରେ ଆପଣ ତାଙ୍କ ବିଷୟରେ ଅନେକ କଥା ଜାଣି ପାରିବେ। ତାଙ୍କର ଘର ବାଲେଶ୍ଵର ଜିଲ୍ଲାରେ।ସେ କିପରି ଯାତ୍ରା ପାର୍ଟିକୁ ଆସିଲେ ଏବଂ ତାଙ୍କର ଯାତ୍ରା କେରିଆର କିପରି ଚାଲିଛି ଏହାଛଡା ତାଙ୍କର ବୈବାହିକ ଜୀବନ ବିଷୟରେ ସେ କିଛି କଥା କହିଛନ୍ତି।ସେ ଜଣେ ହାସ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରନ୍ତି।
ସେ ପ୍ରଥମେ ଧଉଳି ଗଣନାଟ୍ୟ ରେ ଅଭିନୟ କରିବା ପରେ ଅନ୍ଯ ଯାତ୍ରା ପାର୍ଟି ବଦଳାଇ ଥିଲେ ବୋଲି କହିଛନ୍ତି।ସେ ପ୍ରେମ ବିବାହ କରିଛନ୍ତି ଏବଂ ତାଂକ ଦିଦିଙ୍କ ମାଧ୍ୟମରେ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା। ତାଙ୍କ ସ୍ବାମୀ ସ୍ଵର୍ଣ୍ଣ ମନ୍ଦିର ରେ ସିଙ୍ଗର ଅଟନ୍ତି। ଯାତ୍ରା ଜୀବନରେ ସେ ବେଶ୍ ଖୁସିରେ ଅଛନ୍ତି।ସେ ପାର୍ଶ୍ଵ ନାୟିକା ଭାବରେ ମଧ୍ୟ ଯାତ୍ରା ନାଟକରେ କାମ କରିଥିବା କହିଛନ୍ତି। ସବୁ ଅଭିନୟକୁ ସେ ନିଖୁଣ ଭାବରେ କରିବାକୁ ଚେଷ୍ଟା କରନ୍ତି। ତେବେ ଅଭିନେତ୍ରୀ ମାମା ତାଙ୍କର ଏକ ଡାଏଲଗ୍ କୁ ଏଠାରେ ଏହି ସାକ୍ଷାତକାର ରେ ଏକ ଭିନ୍ନ ଢ଼ଙ୍ଗରେ କହୁଥିବା ଦେଖିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।