Exclusive : ମୋ ସ୍ୱାମୀ ଦରବୁଢୀ ପ୍ରେମରେ ମୋ ସଂସାର କୁ ଉଜାଡି ଦେଲା,ଏମିତି କହିଲେ ମହିଳା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବିବାହ ର ପବିତ୍ର ବେଦି ରେ ହୋମ ନିଆଁ କୁ ସାକ୍ଷୀ ରଖି ଗୋଟେ ଜନମ ପାଇଁ ନୁହେଁ, ସାତଜନମ ପାଇଁ ଏକାଠି ରହିବା ର ପଣ କରି ଥାଆନ୍ତି ପତିପତ୍ନୀ । ହେଲେ ଯେତେବେଳେ ସେ ପ୍ରତିଶୃତି ରେ ଫାଟ ଦେଖାଦିଏ,ଚାହୁଁଚାହୁଁ ସମ୍ପର୍କ ଟା ମିଛ ବୋଲି ପ୍ରମାଣିତ ହୋଇପଡେ ଏଭଳି ଏକ ପ୍ରାସଙ୍ଗିକତା ବହନ କରୁଥିବା ଘଟଣା ଟି ଘଟିଛି ରାଜକନିକା ଥାନା ଭାମଣ୍ଡା ଗ୍ରାମ ରେ। ମୃତ ସ୍ୱାମୀ ର ଜୂଇ ଜଳୁଥିବା ଅଵସ୍ଥା ରେ ନିଜ ପ୍ରେମିକ ର ହାତଧରି ସ୍ତ୍ରୀ ଫେରାର ହୋଇଯିବା ଭଳି ଅମାନବୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ଭାମଣ୍ଡା ଗ୍ରାମ ପାଖ ଏକ ନାଳ ରୁ ମିଳିଥିଲା ଏକ ଗଳିତ ଶବ। ଶବ ଟି ରଙ୍ଗାଧର ଙ୍କ ର ବୋଲି ମଧ୍ୟ ଚିହ୍ନଟ ପରେ କ୍ରମଶଃ ତାଙ୍କ ଭାଇ ଗଙ୍ଗାଧର କରୁଥିବା ସନ୍ଦେହ ଘନିଭୂତ ହୋଇ ଥିଲା। ମୃତ ଦେହ ରେ ବିଭିନ୍ନ କ୍ଷତଥିବା ସହ ମୁଣ୍ଡ ରେ ମଧ୍ୟ ଗଭୀର କ୍ଷତ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଶବବିଳିବା ପରେ ରାଜକନିକା ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଏହା ପରେ ରାଜକନିକା ପୁଲିସ ପକ୍ଷ ରୁ ଶଵ ବ୍ୟବଚ୍ଛେଦ କରାଯାଇ ଗତ କାଲି ଅପରାହ୍ନ ରେ ପରିବାର କୁ ଦିଆ ଯାଇ ଥିଲା।

ପରିବାର ଲୋକ ଗତକାଲି ରଙ୍ଗାଧରଙ୍କ ଅନ୍ତେଷ୍ଟି କାର୍ଯ୍ୟ କରିଥିଲେ। ହେଲେ ତାଜୁବ କରିବା ଭଳି କଥାଟି ହେଉଛି ଯେଉଁ ସ୍ତ୍ରୀ ସ୍ୱାମୀର ଏଭଳି ମୃତାହତ ହେବା ବେଳେ ଦୁଃଖରେ ମ୍ରିୟମାଣ ହେବା କଥା ତାହା ତାଙ୍କ ପାଖେ ଦେଖିବାକୁ ମିଳିନଥିଲା ମଶାଣୀକୁ ଶବ କୋକେଇ ଯୋଗେ ବୁହା ହେଲା।ଜୂଇରେ ବି ନିଆଁ ଲାଗିଲା।

ହେଲେ ସାତଜନମକୁ ସାଥି ହୋଇ ଥିବା ପତ୍ନୀ ଜଣକ କିନ୍ତୁ ମୁହଁ ମୋଡି ଚାଲିଗଲା ପ୍ରେମିକ ସହ। ଯାହାକି ପରକୀୟା ପ୍ରୀତି ନେଇ ଉଠିଥିବା କଥାଟି ଏଠାରେ ସତ୍ୟ ବୋଲି ବିବେଚିତ ହୋଇଛି। ସ୍ୱାମୀର ଜୂଇ ଲିଭି ନ ଥିଲା,ଏପାଖରେ ହାତରୁ ଶଂଖା ଖୋଲି ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର ହୋଇଯିବା ବୋଧହୁଏ ବିରଳ ଉଦାହରଣ ବୋଲି ଆଲୋଚନା ହେଉଛି।

ଉଳ୍ଲେଖଯୋଗ୍ୟ ରଙ୍ଗାଧର ଓ ରତ୍ନମଣିଙ୍କର ଏବେ ଦୁଇ ଝିଅ,ଦୁଇ ପୁଅ ରହିଛନ୍ତି। ଦୁଇ ଝିଅ ନିଜ ପ୍ରତିକ୍ରିୟାରେ ଆମ ମାଆ ଅନ୍ୟ ଲୋକ ସହିତ ଖରାପ ସମ୍ପର୍କ ରଖି ଆମ ବାପାକୁ ମାରିଦେଲେ ବୋଲି କହିବା ସହ ଏମିତି ମାଆ କାହାକୁ ନ ମିଳୁ।

ଏଭଳି ମାଆଙ୍କୁ ଆମେ ଚାହୁଁନା ବୋଲି କାନ୍ଦ କାନ୍ଦ ହୋଇ କହିଥିଲେ। ଅନ୍ୟପଟେ ରତ୍ନମଣିଙ୍କ ପ୍ରେମିକ ବି ରୋକଠୋକ୍ ଚାରିବର୍ଷ ହେବ ରତ୍ନମଣିଙ୍କ ସହ ସମ୍ପର୍କ ଥିବା ନେଇ କହିଥିଲେ।ଏମିତିକି ଏକଥା ରଙ୍ଗାଧର ବି ଏହାକୁ ଜାଣିଥିଲେ ବୋଲି ମଧ୍ୟ କହିଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ !

ଏସବୁ ଘଟଣାରେ ରତ୍ନମଣିଙ୍କ ପ୍ରତିକ୍ରିୟା ନେଇଥିଲୁ ସେ ବି ସ୍ପଷ୍ଟ ଭାବେ ଅନ୍ୟ ସେହି ବିବାହିତ ଯୁବକଙ୍କ ସହ ଅବୈଧ ମିଳାମିଶା ଅଛି ବୋଲି ମାନିଥିଲେ।ଏମିତିକି ସ୍ୱାମୀ ଗଲାପରେ ବିଧବା ହୋଇ ଶାଶୁଘରେ ପିଲାମାନଙ୍କ ସହ ରହିବ କି ନାହିଁ ପଚାରିଲା ପରେ ପିଲାମାନେ ତାଙ୍କୁ ରଖାଇ ଦେବେ ନାହିଁ।ସେଥିପାଇଁ ପ୍ରେମିକ ସହ ରହିବାକୁ ପସନ୍ଦ କରିବେ ବୋଲି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।