Exclusive : ମୋ ବ୍ଲାଉଜ ଚିରି ମତେ ମାରିଲେ,ଦୀପିକାଙ୍କ ପ୍ରେମର ଗୁମର ଖୋଲିଲେ ମାଆ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସ୍ତ୍ରୀ ର ମାନ୍ୟତା ସହ ପୁଅର ପରିଚୟ ଦାବି ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଧାରଣାରେ ବସିଥିବା କେ. ଦୀପିକାଙ୍କୁ ନେଇ ଆଜି ଧାରଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି । ଦେଶୀବେହେରା ସାହି ବାସିନ୍ଦା ଓ କେ ଦୀନେଶଙ୍କ ପରିବାର ଲୋକ ଦୀପିକାଙ୍କୁ ସେଠାରୁ ଉଠାଇବାକୁ ଚେଷ୍ଟା କରି ତାଙ୍କୁ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି ।

ଏପରିକି ଧାରଣାସ୍ଥଳରେ ଥିବା ପାଲ ଓ ଛତାକୁ ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ରାକ୍ଷୀ ପୂର୍ଣ୍ଣିମା ହୋଇଥିବାରୁ କେ ଦୀନେଶଙ୍କ ମାମୁଁ ତାଙ୍କ ଘରକୁ ଆସିଥିଲେ । ଦୀନେଶଙ୍କ ଘର ସାମ୍ମନାରେ ପାଲ ଓ ଛତା ବନ୍ଧା ଯାଇଥିଲାବେଳେ ଗ୍ରୀଲ୍ ଖୋଲିବାକୁ ନେଇ କେ.ଦୀପିକାଙ୍କ ସହ ପାଟିଟୁଣ୍ଡ ହୋଇଥିଲା । ଏହି ଘଟଣା ପରେ ଦୀନେଶଙ୍କ ମା’ ଓ ବାପା ଦିଲ୍ଲୀପ ବାହାରକୁ ଆସିଥିଲେ ।

ଏହା ପରେ ଧାରଣାକାରୀଙ୍କ ସହ ସେମାନଙ୍କ ପାଟିତୁଣ୍ଡ ହୋଇଥିଲା । ଏହା ପରେ ଧାରଣାସ୍ଥଳରେ ସାହିବାସିନ୍ଦା ଏକାଠି ହୋଇ କେ.ଦୀପିକାଙ୍କୁ ବିରୋଧ କରିଥିଲେ । ପରେ କେ ଦୀନେଶଙ୍କ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ସେଠାରେ ଥିବା ପାଲ ଓ ଛତାକୁ ଭାଙ୍ଗିଦେଇଥିଲେ । ପୁଲିସର ଉପସ୍ଥିତିରେ ଏହି ସବୁ ଘଟଣା ହୋଇଥିବାବେଳେ ସାହିର ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଜମାହୋଇଥିଲେ ।

ଏ ନେଇ ଖବର ପାଇ ବଡ଼ବଜାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ସାହିବାସିନ୍ଦାଙ୍କ ସହ ପ୍ରମିଳା ତ୍ରିପାଠୀ ବଡ଼ ବଜାର ଥାନାକୁ ଯାଇସେଠାରେ ଏସ୍‌ଡିପିଓ ବିଷ୍ଣୁ ପତି ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସହ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଧାରଣାସ୍ଥଳକୁ ଯେଉଁ ପର୍ଯ୍ୟନ୍ତ ଦୀନେଶ ଆସି ତାଙ୍କ ସହ ଆଲୋଚନା କରିନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ଘର ସାମ୍‌ନାରେ ବସିରହିବେ ବୋଲି କେ.ଦୀପିକା କହିଛନ୍ତି । ସାହିବାସିନ୍ଦାଙ୍କ କହିବା ଅନୁଯାୟୀ ଦୀପିକା ଉକ୍ତ ସାହିରେ ଧାରଣାରେ ବସିବା ଫଳରେ ସାହିର ଛୋଟ ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି ।

ସୂଚନାଯୋଗ୍ୟ ଯେ ଗତ ୨୦୨୦ ମସିହାରେ କେ. ଦୀନେଶ କୁମାରଙ୍କ ସହ କେ. ଦୀପିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦୀନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ହେଁ ପରେ ବିବାହ କରିନଥିଲେ । ଏ ନେଇ ଦୀପିକା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୀନେଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଇତି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପୁଅ ଜନ୍ମ ହୋଇଛି । ଏହାକୁ ପ୍ରମାଣ କରିବା ପାଇଁ କୋର୍ଟଙ୍କ ଅନୁମତି ପ୍ରକାରେ କେ. ଦୀପିକା ଓ ଦୀନେଶଙ୍କ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା । କିନ୍ତୁ ଦିନେଶ ଅନ୍ୟତ୍ର ବିବାହ କରୁଥିବା ଶୁଣି ଦୀପିକା ତାଙ୍କ ଘର ଆଗରେ ଧାରଣା ଜାରି ରଖିଛନ୍ତି । ଦୀପିକା ଫୋନ୍ ରେ ଚାର୍ଜ କାଟିବା ପାଇ ଯିବା ବେଳେ କୁ ତାଙ୍କ ବ୍ଲାଉଜ୍ ଚିରି ଦେଇଥିଲେ ଦିନେଶ ର ଘର ଲୋକ ଓ ତାଙ୍କୁ ମାରିବାକୁ ମଧ୍ୟ ଧମକ ଦେଲେ ଦିନେଶ ର ଘର ଲୋକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।