new twist – ରାଜା ମୋ ଝିଅ ସହ ବାହା ହେବ ବୋଲି କହି ସମ୍ପର୍କ ରଖିଲା ,ଏବେ ସେ ଭିଡ଼ିଓ ଦେଖାଇ ବ୍ଲାକମେଲ କରୁଛି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପ୍ରେମ,ସମ୍ପର୍କ ଓ ପ୍ରତାରଣା ପୁଣି ପ୍ରେମରେ ଧୋକା ଖାଇଲେ ଜଣେ ଯୁବତୀ।ବିବାହ କରିବାର କଥା ଦେଇଥିଲେ ପ୍ରେମିକ ଆଉ ଏବେ ବିବାହ କରିବା ବଦଳରେ ପ୍ରେମିକାଙ୍କୁ କରୁଛନ୍ତି ବ୍ଲାକମେଲ। ବିବାହର କଥା ଦେଇ ରଖିଥିଲେ ଶାରିରୀକ ସମ୍ପର୍କ ହେଲେ ଏବେ ବିବାହ ନ କରି ଯୁବତୀଙ୍କୁ ଫୋଟ ଭିଡିଓ ଦେଖାଇ କରୁଛନ୍ତି ବ୍ଲାକମେଲ୍ ।ଏହାପରେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ଯୁବତୀ ଆଉ ଏବେ ଥାନାର ନ୍ୟାୟ ପାଇଁ ଥାନାରେ ହାଜିର୍ ହେଲେ ଯୁବତୀ ଓ ତାଙ୍କ ମା।

ଯୁବତୀଙ୍କ ମାଙ୍କ କହିବା ଅନୁସାରେ ସହିଦନଗରର ରାଜା ନାମକ ଏକ ଯୁବକ ବିବାହ କରିବା ପାଇଁ କଥା ଦେଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯୁବତୀ ଓ ରାଜା ନାମକ ଯୁବକ ଜଣକ ୨ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ।

 ସୂଚନା ଯୋଗ୍ୟ ଯୁବତୀଙ୍କ ମା ସଂପୃକ୍ତ ଯୁବକଙ୍କ ଘରେ କାମ କରନ୍ତି।ମାସେ ତଳେ ରାଜା ଯୁବତୀଙ୍କ ଘରକୁ ଆସି ମାଙ୍କ ହାତ ଧରି ତାଙ୍କ ଝିଅଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲେ। ଏବେ ରାଜା ଯୁବତୀଙ୍କ ସହ ଖେଳ ଖେଳୁଛନ୍ତି ଆଉ ବିବାହ କରିବା ପାଇଁ ମନା କରିଛନ୍ତି।୧୦ ଦିନ ତଳେ ରାଜା କୁଆଡେ ଚାଲି ଯାଇଛନ୍ତି ଆଉ ବିବାହ କରିବେ ନାହିଁ ବୋଲି କହିଛନ୍ତି।ଏଥି ସହ ଯୁବତୀଙ୍କ ଭିଡିଓ ଦେଖାଇ କରୁଛନ୍ତି ବ୍ଲାକମେଲ।

ଯାହାକୁ ସହି ନ ପାରି ଯୁବତୀ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ସେଠାରେ ଯୁବତୀଙ୍କୁ କିଛି ଲୋକେ ଉଦ୍ଧାର କରିଥିଲେ ତା ପରେ ଯୁବତୀ କହିଥିଲେ ତାଙ୍କ ବୟଫ୍ରେଣ୍ଡ ରାଜାକୁ ସେ ଦୀର୍ଘ ୩ ବର୍ଷ ଧରି ପ୍ରେମ କରି ଆସୁଥିଲେ।

ରାଜା ଯୁବତୀଙ୍କୁ ବିବାହ କରିବା ପାଇଁ କଥାଦେଇ ସମ୍ପର୍କ ରଖିଥିଲେ। ତେବେ ଯୁବତୀ ଜଣକ କହିଛନ୍ତି ରାଜା ଆଗରୁ ବିବାହ କରି ସାରିଥିଲେ ଆଉ ତାଙ୍କର ୩ ବର୍ଷର ଛୁଆଟିଏ ମଧ୍ୟ ରହିଛି। ଏହା ଜାଣି ପାରି ଯୁବତୀ ତାଙ୍କ ରାଜାଠାରୁ ଖସି ଆସିବା ପାଇଁ ଚାହୁଁଥିବା ବେଳେ ସେ ଯୁବତୀଙ୍କ ଭିଡିଓ କରି ଭାଇରାଲ କରିବାର ବ୍ଲାକମେଲ କରୁଛନ୍ତି। ଆଉ ବ୍ଲାକମେଲ ହେବା ପରେ ଯୁବତୀ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଜୀବନ ଦେବା ପାଇଁ ଉଦ୍ୟମ କରିଥିବାର କହିଛନ୍ତି।

ତେବେ ଯୁବତୀ ଓ ତାଙ୍କ ମା ଯୁବକଙ୍କ ନାରେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ କରିବା ପରେ ମଧ୍ୟ ସହିଦ ନଗର ଥାନାର ଅଫିସର ମାନେ କିଛି କଥା ବୁଝୁ ନଥିବାର ଯୁବତୀଙ୍କ ମା କହିଛନ୍ତି। ତେବେ ପ୍ରେମ ଓ ପ୍ରତାରଣାର ଏ ହେଉଛି ଆଉ ଏକ ଚିତ୍ର। ପ୍ରେମକୁ ନେଇ ଆଜିର ଦିନରେ ଆମ ସମାଜରେ ଏହି ଭଳି ଅନେକ ଗୁଡ଼ିଏ ଘଟଣା ଦେଖିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।