ଦେଖନ୍ତୁ ollywood ଭିଡିଓ- ଯାଆଁଳା ଛୁଆଙ୍କ ମା ହେଲେ ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍। ଦେଖନ୍ତୁ ଏହି ଖୁସି ଖବର କୁ ନେଇ କଣ କହିଲେ ଝିଲିକ୍
ନିଜ ଜନ୍ମଦିନରେ ମାଆ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ଝିଲିକ୍। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ, ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍। ଜନ୍ମ ଦେବା ପରେ ଝିଲିକକୁ ଦୁଇ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଏଥିପାଇଁ ଝିଲିକଙ୍କ ପରିବାରରେ ନାହିଁ ନଥିବା ଖୁସି। ନିଜ ଜନ୍ମ ଦିନରେ ଏଭଳି ଉପହାର ପାଇ ଭଗବାନଙ୍କ ନିକଟରେ ରୁଣି ବୋଲି ସୋସିଆଲ ମିଡିଆରେ ସେ କହିଛନ୍ତି। ଏହା ପରେ ଝିଲିକଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ।
ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିର ଏହି ଚୁଲବୁଲି ନାୟିକା ଝିଲିକଙ୍କୁ ନିଶ୍ଚୟ ଭାବେ ଜାଣିଥିବେ। ସେ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଖୁବ କମ ଦିନରେ ବହୁତ ସଫଳତା ହାସଲ କରିପାରିଛନ୍ତି।ଝିଲିକ ବହୁତ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତି।
ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ କିଏ ବା ନ ଜାଣେ। ବଙ୍ଗାଳୀ ହୋଇ ମଧ୍ୟ ଓଡ଼ିଶାରେ ଝିଲିକ୍ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟ ହୋଇ ପାରିଥିଲେ। ସେ ଓଲିଉଡ଼କୁ ବହୁତ୍ ସାରା ସୁପରହିଟ୍ ସିନେମା ଦେଇଛନ୍ତି।
ତେବେ ଏହି ବଙ୍ଗୀୟ ସୁନ୍ଦରୀ କେବଳ ଓଲିଓଡ ନାୟିକା ନୁହଁନ୍ତି। ସେ ଜଣେ ଓଡ଼ିଆ ବୋହୂ ଭାବରେ ବେଶ ଜଣାଶୁଣା। ଝିଲିକ ୨୦୨୦ ମାର୍ଚ୍ଚ ୧୧ରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ସେ ହେଉଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ତେବେ ନିଜ ଜନ୍ମ ଦିନରେ ଫ୍ୟାନ ମାନଙ୍କୁ ଏବଂ ଘଡାଇ ପରିବାରକୁ ଝିଲିକ୍ ଦେଇଛନ୍ତି ଏହି ଖୁସି ଖବର। ଘଡାଇ ପରିବାରରେ ଆରମ୍ଭ ହୋଇଯାଇଛି ଏବେ ସେଲିବ୍ରେସନ।
ମା ହେବା ପ୍ରତ୍ୟେକ ନାରୀ ମାନଙ୍କ ଏକ ସ୍ବପ୍ନ।ମାତୃତ୍ଵ ଲାଭ ଜଣେ ମହିଳା ପାଇଁ ଅପୂର୍ବ ଆନନ୍ଦ ଆଣିଥାଏ। ବିବାହ ପରେ ପ୍ରତ୍ୟେକ ନାରୀ ପାଇଁ ମା ହେବାକୁ ଚାହିଁଥାନ୍ତି। ମା ହେବା ଠାରୁ ବଡ ସୌଭାଗ୍ୟ ଜଣେ ମହିଳା ପାଇଁ ଆଉ କିଛି ବି ନାହିଁ।
ଜଣେ ନାରୀ ପାଇଁ ମା ହେବା ଦୁନିଆର ସବୁଠାରୁ ସୁନ୍ଦର୍ ଅନୁଭବ ହୋଇଥାଏ। ତେବେ ଯଦି ଜଣେ ସାଧାରଣ ନାରୀ ମା ହୋଇଥାଏ ତେବେ ସେ ଖବର ପରିବାର ଲୋକ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ସୀମିତ ହୋଇ ରହିଯାଏ। କିନ୍ତୁ ଯେତେବେଳେ ଜଣେ ସେଲବ୍ରେଟି ମା ହୋଇଥାଏ ସେତେବେଳେ ସାରା ଦୁନିଆ ଏ ଖବର ଜାଣିଥାଏ।
ତେବେ ଝିଲିକଙ୍କ ମା ହେବାର ଖୁସି ଖବର ଏବେ ପୁରା ଓଡ଼ିଶାରେ ଛାଇ ଯାଇଛି। ଓଲିଉଡ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ମା ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।