ପ୍ରତ୍ୟକ ମଣିଷ ଜୀବନରେ ଯାହା ବି କିଛି କାର୍ଯ୍ୟ କରି ଥାଏ ତାହା ମୁଖ୍ୟତଃ ଅର୍ଥ ଉପାର୍ଜନ ପାଇଁ , କାହିଁକି ନା ଅର୍ଥ ବର୍ତମାନ ସମୟରେ ଏକ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ମଣିଷ ନିଜର ସବୁ ଇଚ୍ଛା କୁ ପୂରଣ କରି ପାରିବ। କିନ୍ତୁ ଅଧିକାଂଶ ଲୋକ ନିଜ ଜୀବନ କାଳ ମଧ୍ୟରେ ବହୁତ କାମ କରି ଥାଆନ୍ତି ମାତ୍ର ସେହି ଅନୁପାତ ରେ ଧନ ଉପାର୍ଜନ କରି ପାରନ୍ତି ନାହିଁ।
ଏହା ସତ ଯେ ସବୁ ଲୋକୋ ଜୀବନରେ ପ୍ରଚୁର ଧନ ଉପାର୍ଜନ କରିବାକୁ ଚାହିଁ ଥାଆନ୍ତି ଓ ଏକ ସୁଖମୟ ଜୀବନ ଅତିବାହିତ କରିବାକୁ ଇଛା ପ୍ରକାଶ କରି ଥାଆନ୍ତି। ହେଲେ ସମସ୍ତଙ୍କ ର ଏହି ଆଶା ପୁରଣ ହୋଇ ନଥାଏ। ତେବେ ଆଜି ଆମେ ଆପଣ ଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଘରେ ଓ ଆପନଙ୍କ ପାଖରେ କେବେବି ଧନ ର ଅଭାବ ରହିବ ନାହିଁ।
ଆବଶ୍ୟକ ସାମଗ୍ରୀ।
କର୍ପୁର,ଲବଙ୍ଗ,ମାଟିଦିପ,ଲୁଣ
ପ୍ରଥମ ଉପାୟ।
ଆପଣ ଧ୍ୟାନ ଦେବେ ଯେ ଏହି ଉପାୟ କୁ ସର୍ବଦା ରାତିରେ କରିବା ଉଚିତ। ଏହି ଉପାୟ କରିବା ପାଇଁ ଏକ ମାଟି ଦୀପ ନିଅନ୍ତୁ। ସେଥିରେ କର୍ପୁର ରଖିବା ସହ ପାଞ୍ଚଟି ଲବଙ୍ଗ ନେଇ ସେହି ଦୀପରେ ରଖନ୍ତୁ। ଏହା ପରେ ଏଥିରେ ନିଆଁ ଲଗାଇ ଦିଅନ୍ତୁ ଦେଖିବେ କର୍ପୁର ଆପେ ଆପେ ଜଳି ବାକୁ ଲାଗିବ। କାହିଁକି ନା ସେଥିରେ କର୍ପୁର ରହିଥିଲା।
ଏହା ପରେ ସେହି ଜଳୁଥିବା ଦୀପ କୁ ନେଇ ଆପଣଙ୍କ ଘର ର ମୁଖ୍ୟ ଦ୍ୱାର ର ବାମ ପଟେ ରଖି ଦିଅନ୍ତୁ। କର୍ପୁର ଜଳିବା ଦ୍ୱରା ଆପଣଙ୍କ ର ଧନ ଜନିତ ସବୁ ସମସ୍ୟା ଦୂର ହୋଇଥାଏ। ଘର ଉପରେ ନକାରାତ୍ମକ ପ୍ରଭାବ ପଡି ନଥାଏ। ଏହା ସହ ମାତା ଲକ୍ଷ୍ମୀ ଙ୍କ ର କୃପା ଆପଣଙ୍କ ଉପରେ ପଡିଥାଏ। ଯାହା ଫଳରେ ବିଭିନ୍ନ ଦିଗରୁ ଆପଣଙ୍କ ର ଧନ ଆଗମନ ହେବା ସହ ସଞ୍ଚୟ ରେ ବୃଦ୍ଧି ଘଟି ଥାଏ।
ଦ୍ୱିତୀୟ ଉପାୟ।
ଆପଣ ଏକ ଲାଲ କପଡା ନିଅନ୍ତୁ ଓ ସେଥିରେ କିଛି ଲୁଣ ଭଲ ଭାବେ ବାନ୍ଧି ଦିଅନ୍ତୁ। ଏହା ପରେ ସେହି କପଡା କୁ ନେଇ ଘର ର ମୁଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଘରକୁ କୌଣସି ନକାରାତ୍ମକ ସକ୍ତି ପ୍ରବେଶ କରି ପାରିବ ନାହିଁ।
ଏହା ସହ ସେହି ନାଲି କପଡା କୁ ଆପଣଙ୍କ ର ଧନ ଥିବା ଟ୍ରେଜେରୀ ରେ ମଧ୍ୟ ରଖିଦେବେ ଏହା ଦ୍ୱାରା ଆପଣଙ୍କ ର ଧନ ବୃଦ୍ଧି ହେବାକୁ ଲାଗିବ। ଆଉ ସେହି ଲୁଣ କୁ ଏକ କାଚ ଜାର ରେ ପୁରାଇ ବାଥରୁମ ରେ ରଖି ଦେଲେ ଘର ର ବାସ୍ତୁ ଦୋଷ ଦୂର ହେବା ସହ ଘରେ ଧନ ବଢିବାକୁ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।