ଫେସବୁକ ରେ ପ୍ରେମ କରି ବାହା ହେଲା ଯୁବକ ଚଉଠି ରାତିରେ ଜଣାପଡିଲା ଝିଅ ନୁହଁ ପୁଅ ବୋଲି ଆଉ ତା ପରେ ଯାହାହେଲା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ପ୍ରଥମେ ଫେସବୁକରେ ଚାଟିଂ ପରେ ପ୍ରେମ।ଫେସବୁକ୍ ପ୍ରେମରୁ ହେଲା ବିବାହ। ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା।ବନ୍ଦାପନା ପରେ ଗୃହ ପ୍ରବେଶ କଲେ ବରକନ୍ୟା। ମଥାରେ ସିନ୍ଦୂର ହତାରେ ମେହେନ୍ଦି ଓ ପାଦରେ ଲାଲି ଅଳତା ନାଇଁ ଘରକୁ ନୂଆ ବୋହୂ ଆସିଥିଲା।
ଏହାପରେ ଏପରି ଏକ ସତ ସାମ୍ନାକୁ ଆସିଥିଲା ଯାହା ଶୁଣିଲେ ସହଜରେ ବିଶ୍ୱାସ କରିହେବ ନାହିଁ। ଓଢଣା ତଳେ ନୂଆ ବୋହୂର ଅସଲ ଚେହେରା ଯେତେବେଳେ ପଦାକୁ ଆସିଥିଲା ସମସ୍ତେ ଅବାକ୍ ହୋଇ ଯାଇଥିଲେ। କାହିଁକି ନା ଓଢଣା ତଳେ ନୂଆ ବୋହୂ ଝିଅ ନଥିଲା ସେ ଗୋଟେ ପୁଅ ଥିଲା।
ମାତ୍ର ୧୫ ଦିନରେ ଫେସବୁକ୍ ଚାଟିଂ କରିବା ପରେ ହୋଇଥିଲା ପ୍ରେମ। ଏହା ପରେ ଉଭୟ ଉଭୟଙ୍କ ସୁନ୍ଦର ସୁନ୍ଦର ଫୋଟ ଦିଆ ନିଆ ଏବଂ ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଯୁବକଙ୍କ ନାମ ଆଲୋକ ମିଶ୍ର ଘର ପଶ୍ଚିମ ବଙ୍ଗ ଓ ଛଦ୍ମ ବେଶରେ ଥିବା ଝିଅ କେନ୍ଦ୍ରାପଡ଼ା ଜମ୍ବୁ ମେରାଇ ରାମନଗରପୁର ମେଘନାଦ ମଣ୍ଡଳ ଓରଫ୍ ମେଘନା। ଫେସବୁକରେ ପ୍ରେମ୍ କରିବା ପରେ ଉଭୟ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ। ଏହା ପରେ ବିବାହ ମଧ୍ୟ କରିଥିଲେ।
ବିବାହ ଖବର ପାଇ ପୁଅ ଘର ଲୋକେ ଅତି ଆଦରରେ ନବବଧୂକୁ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଇଥିଲେ। କିନ୍ତୁ ପରେ ଜଣା ପଡିଥିଲା ନୂଆ ବୋହୂ ଜଣେ ଛଦ୍ମବେଶୀ। ନୂଆ ବୋହୂର ପୁରୁଷ ବେଶ ଦେଖି ବର ଓ ସମସ୍ତେ ଛାନିଆ।ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ। ଏବେ ଏହି ଘଟଣାକୁ ନେଇ ସାଇ ପଡ଼ିଶାରେ ସମସ୍ତେ ଟୁପୁରୁଟାପୁର ମଧ୍ୟ ହେଉଛନ୍ତି।
ତେବେ ମେଘନାଦ ନିଜର ପରିଚୟ ଗୋପନ ରଖି ନାଁ ବଦଳାଇ ମେଘନା ରଖିଥିଲେ। ଏମିତିକି ମେଘନାଦର ବେଶ ଚାଲିଚଳନ ଓ ଓ କଥାବାର୍ତ୍ତା ସବୁ ଝିଅ ପରି ରହିଥିଲା। ଲମ୍ବା ଚୁଟି ମଧ୍ୟ ରହିଥିଲା।ଆଉ ଝିଅ ବେଶ ଧରି ମେଘନା ନାଁରେ ବିବାହ ବି କରିଥିଲେ ମେଘନାଦ।
ପରେ ବଧୂବେଶ ସାଜିଥିବା ନୂଆବୋହୁ ଝିଅ ବଦଳରେ ପୁଅ ବୋଲି ଜଣା ପଡିଗଲା । ନବବଧୂ ମେଘନା ନୁହେଁ ମେଘନାଦ ବୋଲି ସତ ପଦାକୁ ଆସିଲା ପରେ ଲୋକେ ଖୁବ୍ ରାଗି ଯାଇଥିଲେ। ମେଘନାଦ ପୁଣି ଥରେ ଆଉ କାହାକୁ ଏହିଭଳି ଭାବରେ ନଠକୁ ସେଥିପାଇଁ ଲୋକେ ମେଘନାଦର ଡ୍ରେସ୍ ଖୋଲି ଗାଁ ଦାଣ୍ଡରେ ତାଙ୍କର ଲମ୍ବା ଚୁଟିକୁ କାଟି ଦେଇଥିଲେ । ଏହା ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତା’ର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।