Exclusive Video -ରାଇମୋହନଙ୍କ ମୃତ୍ୟୁ ପୂର୍ବ ଦିନ ଘରେ ହେଇଥିଲା ପ୍ରବଳ ଝଗଡ଼ା,ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ପରଦା।,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ରାଇମୋହନଙ୍କ ମୃତ୍ୟୁ ପୂର୍ବ ଦିନ ଘରେ ହେଇଥିଲା ପ୍ରବଳ ଝଗଡ଼ା। ଝଗଡ଼ା କାରଣରୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ ରାଇମୋହନ। ଦୁଇ ଝିଅଙ୍କ ପାଇଁ ସର୍ବଦା ଲାଗି ରହିଥିଲା ପାରିବାରିକ କଳହ। ଆଉ ଝଗଡ଼ା ଏତେ ଜଟିଳ ହୋଇ ଯାଇଥିଲା ଯେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ରାଇମୋହନ। ଯାହାପରେ ଏ ଦୁନିଆ ଛାଡି ଚାଲି ଯିବାକୁ ନେଇଥିଲେ ନିଷ୍ପତି।

ରହସ୍ୟ ଘେରରେ ରହିଛି ଅଭିନେତା ରାଇମୋହନଙ୍କ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣା। କ୍ୟାରିୟରର ଶୀର୍ଷରେ ଥିବା ଅଭିନେତା ଜଣକ କଣ ପାଇଁ କଲେ ଆତ୍ମହତ୍ୟା। ପରଦା ଉପରେ ଭୟଙ୍କର ଅଭିନୟ କରି ନାଲି ଆଖି ଦେଖାଇ ସମସ୍ତଙ୍କୁ ଡରାଉଥିବା ରାଇମୋହନ କିଭଳି ଭାବେ ନିଜେ ଡରିଯାଇ ଆତ୍ମହତ୍ୟା କରି ପାରିଲେ।

ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ଏ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଆଉ ଏହା ଭିତରେ ପୋଲିସ ହତାରେ ଲାଗିଛି ଚାଞ୍ଚଲ୍ୟକର ଖବର।

ଆତ୍ମହତ୍ୟା କରିବା ପୂର୍ବ ଦିନ ରାଇମୋହନଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ସହ ହୋଇଥିଲା ପ୍ରବଳ ଝଗଡ଼ା। ଝଗଡ଼ା ଏତେ ଉଗ୍ର ରୂପ ନେଲା ଯେ ଶେଷରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ରାଇମୋହନ। ସେ ଦିନ ରାତିରେ ସେ ଏଭଳି ଏକ ନିଷ୍ପତି ନେବାକୁ ସ୍ଥିର କରିଥିଲେ।

 ଆଉ ତା ପରଦିନ ସେ ଦ୍ୱିପ୍ରହର ରେ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତି ନେଇଛନ୍ତି ବୋଲି ସନ୍ଦେହ କରୁଛି ପୋଲିସ୍। ପୋଲିସ ଅନୁମାନ କରୁଛି ଯେ ରାଇମୋହନ ହୁଏତ ରାତିରେ ହୋଇଥିବା ଝଗଡ଼ାକୁ ସହି ପାରି ନଥିଲେ ଆଉ ଭାଙ୍ଗି ପଡ଼ିଥିଲେ ରାତିରେ ସମସ୍ତେ ଘରେ ରହି ଥିବାରୁ ସେ କିଛି କରି ପାରି ନଥିଲେ କିନ୍ତୁ ସକାଳେ ୧୦.୩୦ ସମୟରେ ଘରୁ ସମସ୍ତେ ବାହାରି ଯାଇଥିଲେ। ହୁଏତ ଏଇ ସମୟକୁ ଅପେକ୍ଷା କରିଥିଲେ ରାଇମୋହନ ଆଉ ସମସ୍ତେ ଘରୁ ବାହାରି ଯିବା ପରେ କରିଥିଲେ ଆତ୍ମହତ୍ୟା।

ତେବେ ରାଇମୋହନଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ପୋଲିସ ହତାରେ କିଛି ସୁରାକ ମଧ୍ୟ ଲାଗିଛି। ରାଇମୋହନଙ୍କ ଏଭଳି ନିଷ୍ପତି ନେବା ପଛରେ ତାଙ୍କ ଦୁଇ ଝିଅ ଥିବା ଜଣା ପଡ଼ିଛି। ବଡ ଝିଅ ବିବାହ ଠାରୁ ରାଇମୋହନ ମନ ଭଲ ରହିନଥିଲା ଉଦାସ ମଧ୍ୟ ରହୁଥିଲେ।

ଆଉ କିଛି ଦିନ ଧରି ସାନ ଝିଅ ପାଇଁ ମଧ୍ୟ ଚିନ୍ତିତ ହୋଇ ପଡ଼ିଥିଲେ ରାଇମୋହନ। କାରଣ ସାନ ଝିଅ ନିଶା ସେବନ କରୁଥିବା ବେଳେ ଜଣେ ଡ୍ରକ୍ସ ନେଉଥିବା ଜଣେ ଯୁବକଙ୍କୁ ଭଲ ପାଉଥିବା ଖବର ଏବେ ସାମ୍ନାକୁ ଆସିଛି। ଯେଉଁଥି ପାଇଁ ପରିବାରରେ ବିବାଦ ଲାଗି ରହିଥିବା ପୋଲିସ୍ କହିଛି। ସୂଚନା ଅନୁଯାୟୀ ପୋଲିସ ଏ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ୧୨ ଜଣକ ବୟାନ ରେକର୍ଡ କରିଛି ଏହା ସହ ତଦନ୍ତ ଜାରି ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।