Big News – ଝିଅ ମାନେ ଛୋଟ ଡ୍ରେସ ପିନ୍ଧିବା ନେଇ କଣ କହିଲେ ଅଭିନେତ୍ରୀ ଅର୍ଚିତା ? ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଆଜିର ଦିନରେ ନାରୀ ମାନଙ୍କୁ ନେଇ ଅନେକ ପ୍ରସଙ୍ଗ ସାମ୍ନାକୁ ଆସୁଛି। ନାରୀକୁ ସମାଜରେ ପୁରୁଷର ସମକକ୍ଷ ହେବା ପାଇଁ ସରକାର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ତେବେ ଆଜିର ନାରୀମାନେ ପୁରୁଷ ଠାରୁ କେଉଁ ଗୁଣର କମ୍ ନୁହଁନ୍ତି। ଗୋଟେ ପୁରୁଷର ସମାଜରେ ଯେତିକି ସ୍ଵାଧୀନତା ରହିଛି ଜଣେ ନାରୀର ମଧ୍ୟ ସମାଜରେ ସେତିକି ସ୍ୱାଧୀନତା ରହିଛି।

ଆଜିର ଦିନରେ ନାରୀମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି ।ତେବେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ଠିକ କିନ୍ତୁ କିଛି ଝିଅ ଏହି ସ୍ୱତନ୍ତ୍ରତା ର ଏବଂ ନିୟମ ର ସଠିକ ଭାବେ ବିନିଯୋଗ ନ କରି ନିଜର ଫାଇଦା ଉଠାଇବା ରେ ବ୍ୟସ୍ତ ହୋଇ ଯାଉଛନ୍ତି।

ତେବେ ଏହା ନିଶ୍ଚିତ ଭାବେ ଭୁଲ ଆଟେ। ନାରୀ ଯେତେ ସ୍ଵାଧୀନତା ପାଇଲେ ମଧ୍ୟ ସେ ତାର ଚାଲିଚଳନ ପୋଷାକ ଉପରେ ଧ୍ୟାନ ଦେବା ଦରକାର। କାରଣ ଆଜିର ଦିନରେ ଏମିତି ବି କିଛି ଲୋକେ ରହିଛନ୍ତି ଯେଉଁମାନେ ଝିଅ ବା ମହିଳା ମାନଙ୍କୁ ଅନେକ ଲୋକ ଛୋଟ ନଜର ରେ ଦେଖିଥାନ୍ତି।

ନାରୀ ମାନେ ଆଜିକାଲି ସମାଜରେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସେମାନଙ୍କର ବେଶଭୂଷାକୁ ନେଇ ସେମାନଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିଥାଏ ଏଥିସହ ଆଜିର ଦିନରେ ମହିଳା ମାନଙ୍କ ଡ୍ରେସକୁ ନେଇ ବିଭିନ୍ନ ସମୟରେ ସେହି ମହିଳା ମାନଙ୍କୁ ଟ୍ରୋଲର ଶୀକାର ହେବା ପାଇଁ ମଧ୍ୟ ପଡୁଛି।

ତେବେ ଏହି ଛୋଟ ଡ୍ରେସକୁ ନେଇ ଓଲିଓଡ଼ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଯେତେବେଳେ ପ୍ରଫେସନରେ ଜଣେ ଛୋଟ ଡ୍ରେସ ପିନ୍ଧୁଛି ତାହା ହେଉଛି କ୍ୟାରେକ୍ଟର ହିସାବରେ ପିନ୍ଧୁଛି । କିନ୍ତୁ ବେଳେବେଳେ ଝିଅମାନେ ନିଜ କ୍ୟାରେକ୍ଟରରୁ ବାହାରିକି ବି ଯେଉଁ ସ୍ଥାନକୁ ଛୋଟ ଡ୍ରେସ ପିନ୍ଧି ଯିବା କଥା ନୁହେଁ ସେଠାରେ ପିନ୍ଧୁଛନ୍ତି , ଆଉ ସେହି ଜାଗାକୁ ଛୋଟ ଡ୍ରେସ ପିନ୍ଧି ଗଲେ ଲୋକମାନେ ନିହାତି କହିବେ।

ତେବେ ଅର୍ଚ୍ଚିତାଙ୍କ ମତରେ ଆପଣ ଯଦି ପ୍ରଫେସନରେ ରହିଛନ୍ତି ତେବେ ଆପଣ ଯାହାବି ପିନ୍ଧିଲେ ଲୋକେ କିଛି କହିବେ ନାହିଁ। ତେବେ ଆପଣ ଯଦି ମନ୍ଦିରକୁ ଯାଉଛନ୍ତି ତେବେ ଲୋକେ ସେଠାରେ ଏକ୍ସପେକ୍ଟ କରିବେ କି ଜଣେ ନର୍ମାଲ ଡ୍ରେସରେ ଆସୁ।

କିନ୍ତୁ ଏହାମାନେ ନୁହେଁ ଯେ ତାକୁ ଜର୍ଜ କରିବେ କାହିଁକି ନାଁ ବହୁତ ଜଣ ଏମିତି ଲୋକ ଅଛନ୍ତି ଯେଉଁମାନେ ଦରକାର ଠାରୁ ଅଧିକ ଭାବନ୍ତି ଏବଂ ଜର୍ଜ କରନ୍ତି ଝିଅମାନଙ୍କୁ ନେଇ । ଜଣେ ଯଦି କେଉଁ ପ୍ରଫେସନରେ ରହିଛି ଓ ଓ ତାକୁ ସେଠାରେ ଯେମିତି ଡ୍ରେସ ପିନ୍ଧିବାର ଅଛି ସିଏ ସେମିତି ଡ୍ରେସ୍ ପିନ୍ଧିବ ସେଥିରେ କେହି କିଛି ଜଜ୍ କରିବାର ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।