Exclusive – ମଟନରେ ନାଲି ରଙ୍ଗ,ଏକ୍ସପାରି ସସ୍ ପକାଇ ରାନ୍ଧୁଥିଲା କିଶୋର ବନ୍ଦ କଲା BMC ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି। ବିଏମସିର ଖାଦ୍ୟ ସୁରକ୍ଷା ଦଳ ଆଜି ଦୂରଦର୍ଶନ ନିକଟରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। କିଶୋର ଭାଇନାଙ୍କ ହୋଟେଲରେ ବ୍ଯବହୃତ ଖାଦ୍ୟର ରଙ୍ଗ ଓ ନଷ୍ଟ ହୋଇଯାଇଥିବା ସସଙ୍କୁ ବିଏମସିର ଖାଦ୍ୟ ସୁରକ୍ଷା ଦଳ ନଷ୍ଟ କରିଛନ୍ତି।

ଏହି ଯାଞ୍ଚ ବେଳେ ହୋଟେଲର ପିରମଳ ବ୍ଯବସ୍ଥା ପୂରା ବିପର୍ଯ୍ଯସ୍ତ ଅବସ୍ଥାରେ ରହିଥିବା ନଜରକୁ ଆସିଛି। ସ୍ବଛତାକୁ ମଧ୍ୟ ଅବଲମ୍ବନ କରାଯାଉ ନ ଥିଲା । ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ହେଉଥିବା ସାମ୍ନାକୁ ଅସିଛି। ଏହାପରେ ଏହି ହୋଟେଲ ରରେଜିଷ୍ଟ୍ରେସନକୁ ବାତିଲ କରାଯିବ ସହ ଫାଇନ ମଧ୍ଯ ଆଦାୟ କରିଛି ବିଏମସି। ଏ ନେଇ ବିଏମସି ପକ୍ଷ ରୁ ସୂଚନା ଦିଆଯାଇଛି ।

 ବିନା ଲାଇସେନ୍ସରେ ଢାବା ଖୋଲିଲେ ଆପରାଧିକ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି । ତେବେ କେବଳ ଏହି ଢାବା ନୁହେଁ, ଭୁବନେଶ୍ବରର ବିଭିନ୍ନ ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ ମଧ୍ୟ ଚଢ଼ଉ ହୋଇଛି । କିଶୋର ଭାଇନା ମଟନ୍‌ ଦୋକାନ ବନ୍ଦ ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି । କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରାହକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବର୍ତ୍ତମାନ କିଶୋର ଭାଇ ଚିକେନ ଲଲିପପ୍ ତିଆରି କରୁଛନ୍ତି।ପାଞ୍ଚଟି ଚିକେନ ଲଲିପପ୍ କୁ ୧୦୦ ଟଙ୍କା ମୂଲ୍ୟ ରହିଛି। ଭେଜ ମଧ୍ୟ କରାଯାଉଛି। ଭେଜ ମଞ୍ଚୁରିଆନ୍ ୮ ଟି କୁ ୬୦ ଟଙ୍କା।ଗ୍ରେଭି ମଞ୍ଚୁରିଆନ୍ ମିଳିବ।ଚିକେନ ତଙ୍ଗିଡି ମଧ୍ୟ କରାଯାଉଛି ଗୋଟିଏ କୁ ୫୦ ଟଙ୍କା।ଚିଲି ଚିକେନ ମଧ୍ୟ କରାଯିବ।ଫିଶ୍ ମସଲା ଦୁଇଟି କୁ ୮୦ ଟଙ୍କା ରେ ବିକ୍ରି କରୁଛନ୍ତି।


ଏଠି ଆପଣମାନଙ୍କୁ ଗୁଣ୍ଡ ଚିଙ୍ଗୁଡ଼ି ମଧ୍ୟ ମିଳିବ।ଅଧା କୁ ୬୦ ଆଉ ଫୁଲ କୁ ୧୨୦ ନେବେ।ମସଲା ଦେଇ ଫ୍ରାଏ କରିଥିବା ଚିଙ୍ଗୁଡ଼ି ତିନୋଟି କୁ ୧୦୦ ଟଙ୍କା।ବର୍ତ୍ତମାନ ଫାଷ୍ଟ ଫୁଡ୍ ଖୋଲା ଯାଇଛି। ପୋହଳା ମାଛ,ମାଛ ମୁଣ୍ଡ ଛେଚେଣ୍ଡା ଏହିସବୁ ଘରୋଇ ଷ୍ଟାଇଲ ରେ ତିଆରି କରାଯାଇଛି।ଭୁବନେଶ୍ୱର ଭିତରେ ଏତେ କମ୍ ମୂଲ୍ୟ ରେ ଆଉ କେଉଁଠି ମିଳିବ ନାହିଁ।

ଡବଲ ଏଗ ଚିକେନ ରୋଲ୍ ୫୦ ଟଙ୍କାରେ ଦିଆ ଯାଇଛି।ଲୋକମାନେ ଖାଇବା ପାଇଁ ବହୁତ ପସନ୍ଦ କରୁଛନ୍ତି।ଭାଇ ଙ୍କ ର ଚିକେନ ପକୋଡ଼ା ଅଧା ୫୦ ଟଙ୍କା ଆଉ ଫୁଲ ହେଉଛି ୧୦୦ ଟଙ୍କା। ଫୁଲ ରେ ୧୦ ଟି ଓ ଅଧାରେ ୫ ଟି ଚିକେନ ପକୋଡା ଦିଆଯାଉଛି।ସେହିପରି ଡବଲ ଏଗ ଚାଉମିନ ୫୦ ଟଙ୍କାରେ ଦିଆଯାଉଛି।

ରାଜଧାନୀରେ ବିଭିନ୍ନ ରେଷ୍ଟେୁରାଣ୍ଟ ହୋଟେଲରେ ଚଢାଉ । ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ରେ ବ୍ୟବହାର ହେଉଥିଲା ନକଲି ରଙ୍ଗ, ଏକ୍ସପାରି ସସ୍‌ । ଖବର ପାଇ ବିଏମ୍‌ସି ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଏଭଳି ସାମଗ୍ରୀ ଜବତ କରିବା ସହ ଏହି ଢାବାର ଫୁଡ୍‌ ଲାଇସେନ୍ସ ବାତିଲ କରିଛି । ହାଣ୍ଡି ହାଣ୍ଡି ତରକାରୀ ନଷ୍ଟ କରିବା ସହ ମୋଟା ଅଙ୍କର ଜରିମାନା କରାଯାଇଛି । ଫୁଡ୍‌ ଲାଇସେନ୍ସ ବାତିଲ ହୋଇଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ