mantra – ମହାଦେବଙ୍କ ଅତିପ୍ରିୟ ମନ୍ତ୍ର ଜପ କରନ୍ତୁ ,ଅଶେଷ କୃପା ଆପଣଙ୍କ ଉପରେ ରହିବ କେହି କିଛିବି କରିପାରିବେନି ଆପଣଙ୍କଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

ପ୍ରାୟ ଅଧିକାଂଶ ଲୋକେ ଭଗବାନ ଶିବ ଶଙ୍କରଙ୍କ ଆରାଧନା କରିଥାନ୍ତି।ଭଗବାନ ଶିବ ଶଙ୍କରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତ ମନେ ବିଭିନ୍ନ ଉପାୟରେ ପୂଜା ଅର୍ଚ୍ଚନା କରିଥାନ୍ତି। ବିଶେଷ କରି ଶିବଙ୍କର କିଛି ପର୍ବ ଏବଂ ତାଙ୍କର ପ୍ରିୟ ବାର ସୋମବାର ଦିନ ଶିବ ମନ୍ଦିରକୁ ଯାଇ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଏ। ଶିବ ଶଙ୍କରଙ୍କ ଆରାଧନା ପାଇଁ ଅନେକ ଗୁଡ଼ିଏ ମନ୍ତ୍ର ରହିଛି। ଯାହା ଉଚ୍ଚାରଣ କରିବା ଦ୍ଵାରା କାର୍ଯ୍ୟ ସିଦ୍ଦି ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଭାଗବାନ ଶିବ ଶଙ୍କରଙ୍କୁ ନେଇ ଏମିତି ଏକ ମନ୍ତ୍ର ବିଷୟରେ କହିବୁ ଯାହା ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ।

ଭଗବାନ ଶିବ ଶଙ୍କରଙ୍କ ସିଦ୍ଧି ଲାଭ କରିବା ପାଇଁ ତାଙ୍କର ଏକ ପ୍ରିୟ ମନ୍ତ୍ର ରହିଛି ଯାହା ଜପ କରିବା ଦ୍ୱାରା ସବୁ ସମସ୍ୟାର ସମାଧାନ ଖୁବ୍ ସହଜରେ ହୋଇ ପାରିବ। ଭଗବାନ ଶିବ ଶଙ୍କରଙ୍କ ସବୁଠାରୁ ପ୍ରିୟ ମନ୍ତ୍ର ହେଉଛି ମହା ମୃତୁଞ୍ଜୟ ମନ୍ତ୍ର- “ଓମ୍ ତ୍ରୟମ୍ୱକଂ ୟଯାମହେ, ସୁଗନ୍ଧିଂ ପୃଷ୍ଟି ବର୍ଧନଂ, ଉର୍ବାରୁକମିବ ବର୍ଦ୍ଧନାନ୍ ମୃତ୍ୟୋଃମୁକ୍ଷୟ ମାମୃତାତ”।।

ମହା ମୃତୁଞ୍ଜଯ ମନ୍ତ୍ର, ଯାହାକି ଭଗବାନ ଶିବ ଶଙ୍କରଙ୍କ କୃପା ପ୍ରାପ୍ତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ମାନଯାଇଥାଏ। ଏହି ମନ୍ତ୍ରର ରଚନା ରୁଷି ମାର୍କଣ୍ଡେୟ କରିଥିଲେ। ଯାହାର ବର୍ଣ୍ଣନା ରିଗ୍ ବେଦରେ କରଯାଇଥିଲା। କୁହା ଯାଇଥାଏ କି ଏହି ମନ୍ତ୍ର ଜପ କରିବା ଦ୍ଵାରା ଅକାଳ ମୃତ୍ୟୁ ଓ ସମସ୍ୟା ସବୁକୁ ଦୁର କରାଯାଇ ପାରେ।

ତେବେ ଏହି ମନ୍ତ୍ର ଜପ କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତ ହୋଇଥାଏ। ତେବେ ଆଜି ଆମେ ଜାଣିବା କେଉଁ କାର୍ଯ୍ୟ କ୍ଷେତ୍ରରେ ଏହି ମନ୍ତ୍ରକୁ କେତେ ଥର ଉଚ୍ଚାରଣ କରିବା ଉଚିତ।

ଯଦି ଆପଣ କୌଣସି ଭୟରେ ପୀଡିତ ଅଛନ୍ତି ତେବେ ଏହି ମହା ମୃତୁଞ୍ଜୟ ମନ୍ତ୍ରକୁ ୧୧ ସହ ଥର ଜପ କରନ୍ତୁ ଏହା ଦ୍ଵାରା ନକରାତ୍ମକ ପ୍ରଭାବ ଦୂରେଇ ଯାଇଥାଏ। ଏହି ସହିତ ଆପଣଙ୍କୁ ସବୁ ପ୍ରକାର ଭୟରୁ ମୁକ୍ତି ମିଳି ପାରିବ।

ଏହା ଛଡା ଆପଣ ଯଦି କୌଣସି ଏକ ବଡ ରୋଗରେ ପୀଡିତ ଅଛନ୍ତି ତେବେ ଏହି ମହା ମୃତୁଞ୍ଜୟ ମନ୍ତ୍ରକୁ ୧୧ ହଜାର ଥର ଜପ କରିବା ଆବଶ୍ୟକ।

ଏହି ସହିତ ଆପଣ ଯଦି ସନ୍ତାନ ପାଇଁ ଆଶା ରଖିଛନ୍ତି ଏବଂ ଆପଣ ଏଥିରେ ବିଫଳ ହେଉଛନ୍ତି ତେବେ ଅତି ନିଷ୍ଠାର ସହିତ ଭୋଳା ଶଙ୍କରଙ୍କ ଉପାସନା କରନ୍ତୁ ଏଥିସହିତ ଆପଣ ଏହି ମହା ମୃତୃଞ୍ଜୟ ମନ୍ତ୍ରକୁ ୨୫ ହଜାର ଥର ଜପ କରନ୍ତୁ ଏବଂ ବ୍ୟବସାୟ କ୍ଷେତ୍ରରେ ଅଧିକ ଉନ୍ନତି କରିବାକୁ ଚାହୁଁଥିଲେ ମଧ୍ୟ ଏହି ମନ୍ତ୍ରକୁ ୨୫ ହଜାର ଥର ଜପ କରନ୍ତୁ। ଏହି ମହା ମୃତୁଞ୍ଜୟ ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କ ସବୁ କାର୍ଯ୍ୟ ସଫଳ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।