ମାଆ କହୁଛି ପୁଅ ବୋହୂ ମିଶିକି ମାରିଲେ, ମୋ ନାଁରେ ଘର ଅଛି ତେଣୁ କାଢିଦେଲି, ଏବେ ମୋ ଇଚ୍ଛା ମୁଁ ଯାହା କରିବି

ପୁଅ ହୁଅନ୍ତୁ କି ଝିଅ ବୃଦ୍ଧ ବାପା ମା ଙ୍କୁ ହଇରାଣ କଲେ ତେବେ ପରିଣାମ ଏପରି ହେବ ଯେ ଏକ ଭିଡ଼ିଓ ଦେଖିଲେ ଆପଣ ନିଜେ ହିଁ ଜାଣି ପାରିବେ | ଘର କଳି ଆଉ ଘର କଳି ହୋଇ ନାହିଁ ଏବେ ସବୁକିଛି ସାର୍ବଜନୀନ ହୋଇ ପଡୁଛି | ପୁଅକୁ ସାବାଡ କରିବାକୁ ଯାଇ ବୃଦ୍ଧା ମା ଆଇନ ର ଆଶ୍ରୟ ନେଇ ଏବେ ପୁଅ ବୋହୂ କୁ ସବୁଦିନ ପାଇଁ ଘରୁ କାଢି ଦେଇଛନ୍ତି |

ଯେହେତୁ ମା ଙ୍କ ନାଁ ରେ ଘର ଅଛି ଆଉ ସେ ଚାହିଁ ନାହାଁନ୍ତି କି ପୁଅ ବୋହୂ ତାଙ୍କ ପାଖରେ କି ତାଙ୍କ ଘରେ ରୁହନ୍ତୁ ତେଣୁ ଆଇନ ବି ବୃଦ୍ଧା ମା ଙ୍କ ସପକ୍ଷରେ ରାୟ ଶୁଣାଇ ଦେଇଛି | ଘରୁ ବିଦା ହେବା ପାଇଁ ପୁଅ ପାଖକୁ ନୋଟିସ ଆସିଛି ଏବଂ ପୋଲିସ ବି ପହଞ୍ଚି ସାରିଛି | ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଲୋକେ ଗଦା ହୋଇଛନ୍ତି ଏବଂ ପୋଲିସ ପ୍ରଶାସନ ମଧ୍ୟ ଅଛନ୍ତି ସମସ୍ତଙ୍କ ମନରେ କୋହ ଭରି ରହିଛି | କିଛି ଲୋକ ପୁଅ କଥା ଠିକ କହିଛନ୍ତି ତ ଆଉ କିଛି ଲୋକ ମାଆ କୁ ଠିକ କହୁଛନ୍ତି, ଏହିଭଳି ଭାବେ ଗାଁ ରେ ସମସ୍ତେ ମା ଓ ପୁଅକୁ ଘେରି ରହିଛନ୍ତି |

ଆଉ ପୁଅ ମା ର ଗୋଡ଼ ଧରି ଘରୁ କାଢ଼େନା ବୋଲି ନେହୁରା ହୋଇ ଚାଲିଛି | ଏଠାରେ ପ୍ରଶ୍ନ ଉଠୁଛି ଏମିତି କଣ ହେଲା ଯେ ଅନ୍ତ ଫାଡ଼ି ଜନ୍ମ କରିଥିବା ପୁଅକୁ ଆଜି ନିଜେ ମା ଘରୁ କାଢି ବାହାର କରି ଦେବାକୁ ବି ପଛାଉ ନାହିଁ | କୋର୍ଟ ର ଆଶ୍ରୟ ନେଇ କୋର୍ଟ ର ଅର୍ଡର ଆସିବା ପର୍ଯ୍ୟନ୍ତ ମା ଟି ଧୋର୍ଯ୍ୟ ଧରି ରହିଛି ଆଉ ଏବେ କୋର୍ଟ ପକ୍ଷରୁ ରାୟ ଆସିବା ପରେ ପୁଅକୁ ବାହାର କରିବା ପାଇଁ ପ୍ରସ୍ତୁତି ଚାଲିଛି | ଏଭଳି ଏକ ଘଟଣା ଆଠଗଡ ବ୍ଲକ କୁଣ୍ଟୁଣୀ ପଞ୍ଚାୟତ ରମ୍ପେଇ ଗାଁ ରେ | ଘଟଣା ଅନୁଯାଇ ଜଣା ପଡ଼ିଛି କି ମା ଲଳିତା ନାୟକ ଙ୍କର ଦୁଇ ପୁଅ ଆଉ ତାଙ୍କ ନାଁ ରେ ଥିବା ଘରେ ତାଙ୍କ ବଡ଼ ପୁଅ ଆଉ ବୋହୂ ରହୁଛନ୍ତି |

କିନ୍ତୁ ମା ଙ୍କର କହିବା ଅନୁଯାଇ ତାଙ୍କ ପୁଅ ବୋହୂ ତାଙ୍କୁ ଖୁବ ଅତ୍ୟାଚାର କାରିବାରୁ ସେ ନ୍ୟାୟଳୟ ର ଆଶ୍ରୟ ନେଲେ ଏବଂ କେସ ଜିତି ଗଲେ | ଅନ୍ୟ ପଟେ ପୁଅ ଏତେ ସବୁ ପରେ ବି ମା ର ପଣତ ଛାଡିବା ପାଇଁ ନାରାଜ ମା ଭୁଲି ଯାଇ ପାରେ ହେଲେ ପୁଅ ମା ଠାରୁ ଦୂରେଇ ଯାଇ ପାରିବ ନାହିଁ ବୋଲି ତାଙ୍କ ବଡ଼ ପୁଅ କହୁଛନ୍ତି | କିନ୍ତୁ ଅନ୍ୟ ପଟେ ବଡ଼ ପୁଅ ଅଭିଯୋଗ କରିଛନ୍ତି କି ମୋ ମା ମୋ ସ୍ତ୍ରୀ ର ବାପ ଘରୁ 4 ଲକ୍ଷ ଟଙ୍କା ଆଣିବା ପାଇଁ ଜିଦ କରୁଛି ଆଉ କହୁଛି କି ଯଦି ସେ ପଇସା ନ ଆଣୁଛି ତେବେ ତା ବାପ ଘରକୁ ପଠେଇ ଦେ, ସେ ପଇସା ଆଣି ପାରୁ ନାହିଁ ବୋଲି ମା ରାଗିକି ଘରୁ କାଢି ଦେଉଛି | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |