ଛତିଶଗଡ଼ ରାଜ୍ୟ ଯାଜଙ୍ଗୀର ଓ ଚମ୍ପା ଜିଲ୍ଲା ର ଦମ୍ବରା ତହସିଲ ନିକଟସ୍ଥ ମାଣ୍ଡ ଓ ମହାନଦୀ ସଙ୍ଗମ ସ୍ଥଳରେ ଏହି ଚନ୍ଦ୍ର ପୁର ଚନ୍ଦ୍ରହାସିନୀ ମନ୍ଦିର ଅବସ୍ଥିତ | ଯେଉଁଠାରେ କି ମା ଚନ୍ଦ୍ରହାସିନୀ ମା ବିରାଜ ମାନ ହୋଇଛନ୍ତି, ଏହାକୁ ସିଦ୍ଧଶକ୍ତି ପୀଠ ବୋଲି ମଧ୍ୟ କୁହାଯାଏ | ମା ଦୁର୍ଗା ଙ୍କ 52ଟି ସିଦ୍ଧପୀଠ ମଧ୍ୟରୁ ଏହା ମଧ୍ୟ ଏକ ସିଦ୍ଧପୀଠ, ମା ଚନ୍ଦ୍ର ହାସିନୀ ଙ୍କ ଏହି ଭବ୍ୟ ମନ୍ଦିର କିପରି ଭାବରେ ନିର୍ମାଣ ହୋଇ ଥିଲା ଆଜି ସେହି ସମ୍ପର୍କ ରେ ଜାଣିବା |
ଥରେ ସମ୍ବଲପୁର ର ରାଜା ଚନ୍ଦ୍ରହାସ ଚନ୍ଦ୍ରପୁର ବାଟ ଦେଇ ଯାଉ ଥିଲେ ବାଟରେ ଗଲା ବେଳେ ମା ଚନ୍ଦ୍ରହାସିନୀ ମହାନଦୀ କୂଳରେ ଶୟନ କରୁ ଥିଲେ | କାରଣ ମହାନଦୀ କୂଳରେ ଶୋଇବା ଦ୍ୱାରା ଶୀତଳ ଜଳ ଶୀତଳ ପଵନ ତାଙ୍କ ଦେହରେ ବାଜୁ ଥିଲା ସେଥିପାଇଁ ସେ ମହାନଦୀ କୂଳରେ ଶୋଇ ଥାଆନ୍ତି | ଏମିତି ମହାନଦୀ ବାଟ ଦେଇ ଗଲା ବେଳେ ମା ଙ୍କ ପାଦରେ ରଥର ଚକ ବାଜି ଯାଇଥିଲା | ବାଜିବା ମାତ୍ରେ ମା କିଛି ପ୍ରତିକ୍ରିୟା ରଖିଲେ ନାହିଁ କିନ୍ତୁ ଏମିତି କିଛି ଦିନ ଗଲା, ଥରେ ରାଜାଙ୍କ ସ୍ୱପ୍ନରେ ମା ଚନ୍ଦ୍ରହାସିନୀ ଆସିଲେ ଆଉ କିଛି ବାକ୍ୟ କହି ଗଲେ |
ସେହି ବାକ୍ୟ ଗୁଡ଼ିକ ହେଲା ଚନ୍ଦ୍ରପୁରରେ ମାଣ୍ଡ ଓ ମହାନଦୀ ସଙ୍ଗମ ସ୍ଥଳରେ ମୋର ଏକ ଭଵ୍ୟ ମନ୍ଦିର ନିର୍ମାଣ କର ତା ସହିତ ମୋର ମୂର୍ତ୍ତି ମଧ୍ୟ ସ୍ଥାପନ କର | ଏତିକି କହି ମା ସ୍ୱପ୍ନ ରୁ ଚାଲି ଗଲେ, ଏହାପରେ ରାଜା ସେଠାକାର ଏକ ଜମିଦାର ଙ୍କ ସହ କଥାବାର୍ତା ହେଲେ ଆଉ ଜମିଦାର ଙ୍କୁ ଦାୟିତ୍ୱ ମଧ୍ୟ ଦେଲେ | ସେହି ଜମିଦାର ସୁଚାରୁ ରୂପେ ସେହି ମନ୍ଦିରଟିକୁ ନିର୍ମାଣ କଲେ ଓ ମା ଚନ୍ଦ୍ରହାସିନୀ ଙ୍କୁ ନିଜ କୂଳଦେବୀ ଭାବରେ ପୂଜା ଅର୍ଚନା କଲେ | ସେହି ଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ମା ଚନ୍ଦ୍ରହାସିନୀ ଙ୍କ ପୂଜା ଅର୍ଚନା ଚାଲି ଆସୁଛି |
ତେବେ ଏହି ମନ୍ଦିର ରେ ଅନେକ ଘଟଣା ଓ ଦୁର୍ଘଟଣା ଚାଲି ଆସୁଛି, ସେହି ମଧ୍ୟରୁ ଆଜି ଆମେ ଅନ୍ୟତମ ଘଟଣା ଉପରେ ଆଲୋଚନା କରିବା | କେତେକ ସ୍ଥାନୀୟଙ୍କ ମତରେ ଥରେ ଜଣେ ଶିଶୁ ଙ୍କର ପିତା ଶିଶୁଟିକୁ ମହାନଦୀ କୁ ଫିଙ୍ଗିବା ପାଇଁ ଆସୁ ଥିଲେ | ସମସ୍ତ ବ୍ୟବସ୍ଥା ପରେ ଯେତେବେଳେ ଶିଶୁର ପିତା ମହାନଦୀ ସେତୁ ଉପରକୁ ଆସିଲେ ସେ ଆଉ କିଛି ନ ଭାବି ଶିଶୁ ଟିକୁ ମହାନଦୀ ଗର୍ଭରେ ଫିଙ୍ଗି ଦେଇ ଥିଲେ |
ତେବେ ସେହି ସମୟରେ ମା ଚନ୍ଦ୍ରହାସିନୀ ଙ୍କର ଅପାର କୃପା ଦେଖିବା ପାଇଁ ମିଳିଥିଲା, ହଠାତ ସେ ମହାନଦୀ ଗର୍ଭରେ ଯାଇଁ ପ୍ରକଟ ହେଲେ ଆଉ ସେହି ଶିଶୁଟିକୁ ମହାନଦୀ ଗର୍ଭରୁ ଉଦ୍ଧାର କରି କୂଳକୁ ଆଣିଲେ | ସ୍ଥାନୀୟ ଲୋକ ମାନେ କୁହନ୍ତି କି ସେହି ଶିଶୁ ଟିକୁ ଉଦ୍ଧାର କଲା ପରେ ସେହି ଶିଶୁ ଟି ଆଜି ପର୍ଯ୍ୟନ୍ତ ମଧ୍ୟ ମା ଚନ୍ଦ୍ରହାସିନୀ ଙ୍କ ସେବାରେ ମଗ୍ନ ହୋଇ ରହିଛି | ସେଥିପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ମନ୍ଦିର ରେ ଅନେକ ଭକ୍ତ ଙ୍କର ଭିଡ଼ ଲାଗି ରହିଥାଏ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।