ଶରୀର କିଛି ନା କିଛି ଭିଟାମିନ ର ଅଭାବ ଦେଖା ଦଉଚି ତାହାଲେ ଏହା କାହିଁକି କଣ ପାଇଁ ଆମକୁ ବିଭିନ୍ନ ପ୍ରକାର ଅଭାବ ଦେଖା ଦେଉଛି ତାହା ହୁଏତ କିଛି ଲୋକ ଜାଣିନଥିବେ । ଆଉ ଆମ ଶରୀରରେ ବିଭିନ୍ନ ପ୍ରକାରର ଖାଦ୍ୟର ଅଭାବ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ର ଲକ୍ଷଣ ମାନ ଦେଖା ଦେଇଥାଏ । ତାହେଲେ ଆପଣ ମାନେ ଜାଣନ୍ତୁ କେଉଁ ଭିଟାମିନ ଅଭାବ ହେଲେ ଆପଣ ମନକୁ କେଉଁ ସମସ୍ୟା ହେଇଥାଏ ଓ କେଉଁ ଖାଦ୍ୟ ଖାଇଲେ ଆମ ଶରୀରରେ ସମସ୍ତ ପ୍ରକାରର ଭିଟାମିନକୁ ଭରଣ କରିପାରିବା ସେ ବିଷୟରେ ଜାଣିବା ।
ତାହାଲେ ଆମ ଶରୀରରେ ଭିଟାମିନ ଅଭାବରେ ଦେଖା ଦେଉଥିବା ବିଭିନ୍ନ ରୋଗରେ ଲକ୍ଷଣ ଆଉ କେଉଁ ସବୁ ଖାଦ୍ୟ ଖାଇଲେ ସେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ଆସନ୍ତୁ ଜାଣିବା ଓ ସେ ବିଷୟରେ ଆଲୋଚନା କରିବା ।
(1) ତେବେ ପ୍ରଥମ ଲକ୍ଷଣ ଟି ହେଲା ରାତିରେ ନିନ୍ଦ ନ ହେବା । ରାତି ରେ ନିନ୍ଦ ନ ହେବାର କାରଣ ହେଉଛି ଆପଣଙ୍କ ଶରୀରରେ ପୋଟାସିୟମ ର ଅଭାବ ଦେଖା ହେଲେ ଆପଣଙ୍କର ନିନ୍ଦ ହେଇନଥାଏ । ଏହାକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ କଦଳୀ, ସେଓ, ପୋଇଡ ପାଣି, ତରଭୁଜ, ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ହୋଇଥାଏ ।
(2)ଅତ୍ୟଧିକ ପରିମାଣ ରେ ମିଠା ଖାଇବାକୁ ଇଚ୍ଛା କରିବା ତାହାଲେ ଆପଣ ଜାଣିନେବେ ଯେ ଆପଣଙ୍କ ଶରୀର ରେ ଗ୍ଲୋକୋଜ ଅଭାବ ଦେଖା ଦେଇଛି ଏହାକୁ ଦୂର କରିବା ପାଇଁ ଫଳ ଓ ମହୁ ଖାନ୍ତୁ ଏଥିରେ ପ୍ରଚୁର ପରିମାଣ ରେ ଗ୍ଲୁକୋଜ ଥାଏ ।
(3) ଚର୍ମ ଓ ଓଠ ଶୁଖିଲା ଦେଖା ଯିବା ଏହା ଆପଣଙ୍କ ଶରୀର ର ଭିଟାମିନ E ଅଭାବ ପାଇଁ ଦେଖାଯାଇଥାଏ । ଏହି ଭିଟାମିନ ର ଭରଣା ପାଇଁ ଆପଣ ପାଳଙ୍ଗ ଶାଗ ଓ ବାଦାମ ପ୍ରତି ଦିନ ଖାନ୍ତୁ ।
4)ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ଇଚ୍ଛା ହେବା । ଯଦି ଆପଣଙ୍କୁ ଅଧିକ ଥଣ୍ଡା ଜିନିଷ ଖାଇବା ଯେମିତିକି ବରଫ ଖାଇବା ପାଇଁ ଇଚ୍ଛା ହୋଉଛି ତାହାଲେ ଆପଣ ଜାଣିନେବେ ଆପଣଙ୍କ ଶରୀରରେ ଲୌହ ପରିମାଣ କମିଯାଇଛି | ଏହାର ଭରଣ ପାଇଁ ଆପଣ ପ୍ରତିଦିନ କିସମିସ, ମୁଗ ଓ ଚଣା ଖାନ୍ତୁ, ଏଥିରେ ପ୍ରଚୁର ପରିମାଣ ରେ ଲୌହ ର ପରିମାଣ ରହିଛି ।
(5) ଦାନ୍ତ ମାଢି ରୁ ରକ୍ତ ବହିବା ମାନେ ଆପଣ ଜାଣିନେବେ ଯେ ଆପଣଙ୍କ ଶରୀର ରେ ଭିଟାମିନ c ର ଅଭାବ ଦେଖା ଦେଇଛି ଯାହାର ଭରଣ ପାଇଁ ଆପଣ ଙ୍କୁ ପ୍ରତିଦିନ କମଳା ଲେମ୍ବୁ, ମୌସୁମୀ, କାଗଜ ଲେମ୍ଭୁ ଖାନ୍ତୁ ଏଥିରେ ପ୍ରଚୁର ପରିମାଣ ରେ ଭିଟାମିନ C ରହିଥାଏ ।
(6)ଗୋଡ ର ମାଂସ ପେଷି ଟାଣ ହେଇଯିବା ଏହା ଶରୀର କ୍ୟାଲସିୟମ ର ଅଭାବ ପାଇଁ ହୋଇଥାଏ । ତେଣୁ ଶରୀର କ୍ୟାଲସିୟମ ର ଅଭାବ ଦୂର କରିବା ପାଇଁ କଦଳୀ, ବାଦାମ ଓ ବିଭିନ୍ନ ପ୍ରକାର ଫଳ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରକୁ କ୍ୟାଲସିୟମ ଅଭାବ ଦୂର କରିବାରେ ସାହାଯ୍ୟ କରିବ ।
ତାହାଲେ ଆପଣ ମାନେ ଏହାଥିଲା ଆପଣଙ୍କ ଶରୀର ଦେଖା ଯାଉଥିବା ଲକ୍ଷଣ ଯାହା ଭିଟାମିନ ଅଭାବ ରୁ ଦେଖା ଦେଇଥାଏ ଓ ଏହିପରି ଦର୍ଶା ଯାଇଥିବା ଖାଦ୍ୟକୁ ଖାଇଲେ ଆମେ ସେ ସବୁ ସମସ୍ୟାରୁ ମୁକ୍ତି ପାଇପାରିବା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।