viral video- ପ୍ରେମିକା ମଥାରେ ସିନ୍ଦୂର ଦେଖି ସହିପାରିଲାନି ଦୀପକ । ୫ ବର୍ଷର ପ୍ରେମକୁ ଝୁରି ଝୁରି ଏ ଦୁନିଆ ଛାଡ଼ିଲା ପ୍ରେମିକ ।ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ….

ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ, ପ୍ରେମ ଏକ ପବିତ୍ର ଭାବନାକୁ ବୁଝାଇଥାଏ।ପ୍ରେମ ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ ।

ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି, ହେଲା ସବୁଠାରୁ ନିଆର। ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ପ୍ରେମିକା ବହୁତ ସ୍ଵପ୍ନ ଦେଖିଥାନ୍ତି।

 କିନ୍ତୁ ବେଳେବେଳେ ଏହି ପ୍ରେମ ଉପରେ ସତେ ଯେମିତି କାହା ନଜର ଲାଗିଯାଏ। ଅଲଗା ହୋଇ ଯାଆନ୍ତି ଏହି ଦୁଇ ପ୍ରେମ ପକ୍ଷୀ। ଚାରିଦିଗ ସେମାନଙ୍କୁ ଅନ୍ଧାର ଲାଗେ। ଆଉ ଶେଷରେ ନିଜ ପ୍ରେମକୁ ନପାଇ ଜୀବନ ହାରି ଦେଇଥାନ୍ତି। ଠିକ୍ ସେହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ପ୍ରେମରେ ହାରି ଯାଇ ପ୍ରେମିକାକୁ ଝୁରି ଝୁରି ଜୀବନ ହାରି ଦେଇଛି ପ୍ରେମିକ। ପ୍ରେମିକା ମଥାରେ ଆଉ କାହା ସିନ୍ଦୂର ଦେଖି ସହି ପାରିଲେଣି ଯୁବକ ଆଉ ଶେଷରେ ନିଜ ଜୀବନ ହାରିଦେଲେ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳ ପଡ଼ା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମର ରାମଚନ୍ଦ୍ର ନାୟକଙ୍କ ପୁଅ ହେଉଛନ୍ତି ଦୀପକ୍ କୁମାର ନାୟକ। ଆଉ ଦୀପକ ପ୍ରେମ କରୁଥିଲେ ଯାହାଙ୍କୁ ତାଙ୍କ ମଥାରେ ସିନ୍ଦୂର୍ ଦେଇ ପାରି ନଥିଲେ। ଆଉ ପ୍ରେମିକା ଅନ୍ୟ ଜଣଙ୍କୁ ବିବାହ କରିଯିବା ପରେ ଜୀବନ ହାରି ଦେଇଛନ୍ତି ଦୀପକ।


ତେବେ ଅନୁଗୁଳରେ ଥିବା ଏକ ବ୍ୟାଙ୍କରେ ସହକାରୀ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ ଦୀପକ। ହେଲେ ଭୁଲି ପାରୁନଥିଲେ ନିଜ ଗାଁରେ ଥିବା ପ୍ରେମିକାକୁ। ବିବାହ ପାଇଁ ପ୍ରେମିକାର ପିତାଙ୍କୁ ବହୁ କାକୁତି ମିନତି ହୋଇ ପ୍ରେମିକାର ହାତ ମାଗିଥିଲେ ଆଉ କହିଥିଲେ ଝିଅର ବିବାହ ଅନ୍ୟତ୍ର ନ କରିବା ପାଇଁ। କିନ୍ତୁ ଏତେ କାକୁତି ମିନତି ହେବା ପରେ ବି ଝିଅର ବାପା କିଛି କଥା ଶୁଣି ନଥିଲେ ଆଉ ଝିଅର ବାହାଘର ଅନ୍ୟତ୍ର କରିଦେଲେ।

ତେବେ ଗତ ୧୪ ତାରିଖରେ ପ୍ରେମିକା ପ୍ରେମିକ ପାଖକୁ ମେସେଜ କରିଥିଲା ଆଉ ମେସେଜରେ ଲେଖିଥିଲେ ମୁଁ କିଛି ଭୁଲ୍ କରିନି ତୁମକୁ ଆହୁରି ଭଲ ଝିଅ ମିଳିଯିବ। ଯାହାକୁ ପଢି ଧୈର୍ଯ୍ୟହରା ହୋଇପଡ଼ିଥିଲେ ଦୀପକ ଆଉ ଅନୁଗୁଳରେ ରହୁଥିବା ଭଡ଼ା ଘରେ ଜୀବନ ହରିଥିଲେ ଦୀପକ।

ଦୀପକ ରହୁଥିବା ଭଡ଼ାଘର ମାଲିକଙ୍କ ଠାରୁ ଖବର ପାଇ ପରିବାର ଲୋକେ ପୁଅର ମୃତଦେହକୁ ଆଣି ଶବ ସତ୍କାର କରିଥିଲେ। ଏହାପରେ ଦୀପକଙ୍କ ବାପା ପ୍ରେମିକା ଓ ପ୍ରେମିକାର ପରିବାର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।