viral video – ଛି…ଛି…ନିଜ ଜନ୍ମ କଲା ମା କୁ ଭିକାରି ସଜାଇ ରାସ୍ତା କଡରେ ଛାଡ଼ିଚାଲିଗଲା ପୁଅ,ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଧିକ୍ ସେହି ପୁଅ ଯିଏ ଜନ୍ମ ଦେଇଥିବା ମା କୁ ବୃଦ୍ଧା ଅବସ୍ଥାରେ ପର କରିଦେଲା। ଧିକ ସେହି ପୁଅ ଯିଏ ବୁଝି ପାରିଲାନି ମାର ଗର୍ଭ ଯନ୍ତ୍ରଣା।୧୦ ମାସ ୧୦ ଦିନ ଗର୍ଭରେ ଧରି ଯେଉଁ ମା ତା ପୁଅକୁ ଦୁନିଆର ଆଲୋକ ଦେଖାଇଥିଲା ସେ ମା ଆଜି ବୃଦ୍ଧା ଅବସ୍ଥାରେ ପିଲାଙ୍କ ଟିକେ ସାହାରା ପାଇଁ ହେଉଛି ଛଟପଟ।

ଜନ୍ମ ଦେଇଥିଲେ ଝିଅ ପୁଅଙ୍କୁ। କିନ୍ତୁ ବୟସର ଅପରାହ୍ନରେ ହୋଇ ଯାଇଛନ୍ତି ପର। ପୁଅ ଝିଅଙ୍କୁ ଜନ୍ମ ଦେଇ ମଧ୍ୟ ରାଉଲକେଲାର ଏହି ରାଜରାସ୍ତା କଡ଼ରେ ଅଲୋଡ଼ା ହୋଇ ପଡିଛନ୍ତି ଭୁବନେଶ୍ୱରର ଏହି ଭଗବତୀ ପାଣିଗ୍ରାହୀ। ମାଗୁଛନ୍ତି ଟିକେ ସାହାଯ୍ୟ। ଜୀବନର ଶେଷ ଅବସ୍ଥାରେ ସେ ଖୋଜୁଛନ୍ତି ଟିକେ ସାହାରା। ଆଖିରେ ଆଖିରେ ଲୁହ ଓ ଛାତିରେ କୋହକୁ ଚାପି ରଖି କିପରି ବଲବଲ କରି ଚାହିଁ ରହିଛନ୍ତି ଏହି ବୃଦ୍ଧ ମହିଳା ଜଣକ।

ଏହି ବୁଢ଼ୀ ମାଉସୀ ଜଣକ କାନ୍ଦି କାନ୍ଦି କଣ କହୁଛନ୍ତି ହୁଏତ ଆପଣ କିଛି ବୁଝି ପାରୁ ନଥିବେ। କିନ୍ତୁ ଏହି ବୁଢ଼ୀ ମାଉସିଙ୍କ ଦୁଃଖ ଶୁଣିଲେ ଆଖିରେ ନିଶ୍ଚୟ ଲୁହ ଆସି ଯିବ। ଏହି ବୟସରେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି ଏହି ବୁଢ଼ୀ ମାଉସି। କାହା ପାଖରେ ହାତ ନ ପାତି ସ୍ୱାଭିମାନର ସହିତ ବଞ୍ଚିବାକୁ ଚାହୁଁଛନ୍ତି ଏହି ୭୫ ବର୍ଷୀୟ ଏହି ଭଗବତୀ ପାଣିଗ୍ରାହୀ ଆଉ ରାସ୍ତା କଡ଼ରେ ବସି ମାଗୁଛନ୍ତି ଭିକ।ମା ଆଖିରେ ଏଠି ବହି ଚାଲିଚି ଧାର ଧାର ଲୁହ। ହେଲେ ଏ ଲୁହ କାହାକୁବା ଦେଖା ଯାଉଛି।


ତେବେ ୭୫ ବର୍ଷୀୟ ଏହି ଭଗବତୀ ପାଣିଗ୍ରାହୀ କଣ ପାଇଁ ଭିକ ମାଗୁଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଘରର ଛାତ ପଡ଼ିବ ବୋଲି ୪୦ ହାଜର ଟଙ୍କା କରଜ କରିଥିଲେ। ଯାହାଥିଲା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ। କରଜ କରିଥିବା ଟଙ୍କା ସୁଝିବା ବଦଳଦେ ବଢ଼ି ଚାଲିଥିଲା ସୁଦ୍ଧ।

ତେବେ ସୁଦ୍ଧ ବାବଦକୁ ମାସକୁ ଦେବାକୁ ପଡୁଥିଲା ୪୦୦୦ ଟଙ୍କା। ତେଣୁ ଭୁବନେଶ୍ୱରରୁ ଭଗବତୀ ପାଣିଗ୍ରାହୀ ଟ୍ରେନରେ ଆସି ରାଉଲକେଲା ଠାରେ ଭିକ ମାଗୁଛନ୍ତି। କାହିଁକି ନା କାଳେ ପରିଚିତ ଲୋକଙ୍କ ଆଗରେ ଭିକ ମାଗିଲେ ଲଜ୍ୟା ଲାଗିବ। ସେଥି ପାଇଁ ସେ ନିଜ ସହର ଛାଡି ଦୂରକୁ ଚାଲି ଆସିଛନ୍ତି ଭିକ ମାଗିବା ପାଇଁ।

ଟଙ୍କା ଟିଏ କେହି ତାଙ୍କ ହାତକୁ ବଢାଇ ଦେଲେ ଖୁସିରେ ଆତ୍ମହରା ହୋଇ ପଡୁଛନ୍ତି ଭଗବତୀ ପାଣିଗ୍ରାହୀ। ପୁଅ ଝିଅ ଜ୍ବାଇଁ ସମସ୍ତେ ଥାଇ ମଧ୍ୟ ଭାଗ୍ୟର ବିଡମ୍ବନା ଆଜି ଭଗବତୀଙ୍କୁ ଟାଣି ଆଣିଛି ରାସ୍ତା କଡ଼କୁ। ତେବେ କରଜ ଟଙ୍କା ସୁଝିବା ପାଇଁ ଭଗବତୀଙ୍କ ଏହି ସଂଘର୍ଷ ଆଉ କେତେ ଦିନ ଚାଲିଥିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।