viral ଭିଡ଼ିଓ – ୬ ବର୍ଷ ପ୍ରେମ ଓ ଲକ୍ଷାଧିକ ଟଙ୍କା ଓ ଦାମୀ ଗିଫ୍ଟ ଲୁଟିନେଇ ଏବେ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପ୍ରେମିକା,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ viral ଭିଡ଼ିଓ ଟିକୁ ..

ପ୍ରେମରେ ଧୋକା ଖାଇ ପୁଣି ଏକ ପ୍ରତାରିତ ପ୍ରେମିକ ଥାନାରେ ଦ୍ବାରସ୍ଥ। ପ୍ରେମିକା ବିଶ୍ୱାସଘାତକତା କରିବା ପରେ ପ୍ରେମରେ ବିଫଳ ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକ। ନିଜ ପ୍ରେମିକାଙ୍କ ବିରୁଦ୍ଧର ପ୍ରେମିକ ଥାନାରେ ଆଣିଲେ ଲିଖିତ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଛନ୍ତି ପ୍ରେମିକା। ତେଣୁ ଏଠାରେ ଅସହାୟ ପ୍ରେମିକ ଜଣକ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଅଭିଯୋଗ ମୁତାବକ ଦଶରଥପୁର ବ୍ଲକ ରାହାଜୁଇ ଗ୍ରାମର ବୈକୁଣ୍ଠ ଜେନାଙ୍କ ପୁଅ ସମୀର ଜେନା ପାଲିଆମୁଣ୍ଡୁଳି ଅଞ୍ଚଳର ଏକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ।

ପ୍ରଥମ ଦେଖାରେ ହିଁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହି ସମ୍ପର୍କ ନିବିଡ଼ ହେବାପରେ ଦୁହେଁ ଦୁହିଁଙ୍କୁ ଜୀବନସାଥୀ କରିବାର କଥା ଦେଇଥିଲେ। ଏବଂ ଏହାରି ଭିତରେ ପ୍ରେମିକା ଜଣକ ଅନେକ ଟଙ୍କା ପଇସା ଦାମୀ ଗିଫ୍ଟ ନେଇଥିବାର ଅଭିଯୋଗ କରିଛନ୍ତି ପ୍ରେମିକ ସମୀର।

ତେବେ ଦୀର୍ଘ ସାତ ବର୍ଷର ପ୍ରେମ ସମ୍ପର୍କ ପରେ ଯୁବତୀ ଜଣକ ଅନ୍ୟ ଜଣକ ଯୁବକ ପ୍ରେମରେ ପଡି ଯାଇଛନ୍ତି ଏବଂ ତାଙ୍କୁ ଧୋକା ଦେଉଥିବା କଥା ସମୀର କହିଛନ୍ତି। ତେବେ ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡି ଥିବା କଥା ଜାଣି ପାରି ଏଥିରେ ଆପତ୍ତି କରି ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରେମିକ।

ପ୍ରେମରେ ଧୋକା ଖାଇ ଅସହାୟ ହୋଇ ପଡିଛନ୍ତି ସମୀର। ଏଠାରେ ତାଙ୍କ ଭଳି ଅନ୍ୟ କେହି ପ୍ରେମରେ ଧୋକା ଖାଇ ଜୀବନ ନଷ୍ଟ ନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସମୀର। ଏବଂ ଏଭଳି ଧୋକା ବାଜ ପ୍ରେମୀ ମାନଙ୍କୁ କଠୋର ଦଣ୍ଡ ଦେବାପାଇଁ ସେ କହିଛନ୍ତି। ଏଥିସହ ନ୍ୟାୟ ପାଇଁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି।

ତେବେ ଯୁବକ ଜଣକ ଏଭଳି ଅଭିଯୋଗ କରିବା ପରେ ଯେତେବେଳେ ଯୁବତୀଙ୍କୁ ଏ ବିଷୟର ପଚରା ଯାଇଥିଲା ଯୁବତୀ ଜଣକ ଟଙ୍କା ଉପରେ ସମୀର ଆଣିଥିବା ଆରୋପକୁ ମିଥ୍ୟା ବୋଲି କହିଛନ୍ତି। ଯୁବତୀ ଜଣକ କହୁଛନ୍ତି ସେ ସମୀରଙ୍କୁ ୪-୫ ବର୍ଷ ହେବ ଜାଣିଥିଲେ ଭଲ ମଧ୍ୟ ପାଉଥିଲେ। ସେ ଯେତେବେଳେ ଜାଣି ପାରିଥିଲେ ସମୀର ଭଲ ପିଲା ନୁହଁନ୍ତି ସେତେବେଳେ ଯୁବତୀ ଜଣକ ତାଙ୍କ ସହ ସମ୍ପର୍କ କାଟିଦେବା ପାଇଁ ଚାହିଁଥିଲେ ଏବେ ସେ ସମୀରଙ୍କୁ ଭଲ ପାଉ ନାହାଁନ୍ତି।

ଏଥି ସହିତ ଯୁବତୀ ଜଣକ ସମୀରଙ୍କ ଠାରୁ କିଛି ଟଙ୍କା ପଇସା ଦାମୀ ଗିଫ୍ଟ ନେଇ ନଥିବାର କହିଛନ୍ତି। ଏବଂ ସେ କାହା ସହ ସମ୍ପର୍କ ରଖିବେ ସେଇଟା ତାଙ୍କ ବ୍ୟକ୍ତିଗତ କଥା ବୋଲି କହିଛନ୍ତି। ଏଥି ସହିତ ସମୀର ତାଙ୍କୁ ରାସ୍ତା ଘାଟରେ ହଇରାଣ କରୁଥିବାର ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।