ଓଃ..କି….ଡ୍ୟାନ୍ସ ! ଟୁଙ୍ଗୁରୁ ସହ କଥା ହୋଇ ଖୁସିରେ ଡେଇଁ ଡେଇଁ ପାର୍କରେ ନାଚିଲେ ବର୍ଷା, ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…

ଖୁସିରେ ନାଚିଲେ ବର୍ଷା। ଟୁଙ୍ଗୁରୁଙ୍କ ପ୍ରେମରେ ପାଗଳ ହୋଇ ଖୁସିରେ ନଚୁଛନ୍ତି ବର୍ଷା । ପାର୍କ ଭିତରେ ଡେଇଁ ଡେଇଁ ଖୁସିରେ ନାଚି ଉଠିଛନ୍ତି ବର୍ଷା। ଏ ଦୃଶ୍ୟ ହେଉଛି ଟୁଙ୍ଗୁରୁଙ୍କ ସହିତ ବର୍ଷା ମୋବାଇଲରେ ଗପୁ ଥିବା ସମୟର ଦୃଶ୍ୟ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଭିଡ଼ିଓରେ ଦେଖିବାକୁ ମିଳୁଛି ବର୍ଷା ବହୁତ୍ ଖୁସି ଅଛନ୍ତି ଖୁସିରେ ସେ ଫାଟି ପଡ଼ୁଛନ୍ତି। ଏମିତିକି ମୋବାଇଲରେ ଟୁଙ୍ଗୁରୁ ଙ୍କୁ ଆଇ ଲଭ୍ ୟୁ ବୋଲି କହି କିସ୍ ଉପରେ କିସ୍ କରୁଛନ୍ତି ବର୍ଷା।

ବର୍ଷା ଟୁଙ୍ଗୁରୁଙ୍କୁ କହୁଛନ୍ତି, ଟୁଙ୍ଗୁରୁ କଉଠିି ଅଛ ତୁମେ। ଆରେ ବାବା ତୁମେ ଆଜି କାହିଁ ଫୋନ୍ କରୁନ ହେଉଛି କଣ। ମୋ ଉପରେ ରାଗିଛ ବୋଲି କଥା ହେଉନ ମୋ ସହ। ସବୁଦିନ ଏଭଳି ରହିଯା ବାବା ରହିଯା ବାବା କହୁଛ ମୁଁ ତ ରହିଛି ନା। ଆସ ସାଙ୍ଗ ହୋଇ ଏଇଟି ସୁଟିଂ କରିବା।

ମୋର ଆଜି ଇଆଡ଼େ ସୁଟିଂ ଚାଲିଛି। ତାପରେ ବର୍ଷା କହିଛନ୍ତି ତମେ ଯଦି ସୁଟିଂ କରି ପରୁଛ ମୁଁ କାହିଁକି ସୁଟିଂ କରି ପାରିବିନି। ମୋତେ ବି ଅଫର୍ ଆସୁଛି ମୁଁ ବି ସୁଟିଂ କରିବି।ଆଉ କହୁଛନ୍ତି ମୁଁ ଆଜି ବହୁତ୍ ଖୁସି ଅଛି, ହାଇ ଟୁଙ୍ଗୁରୁ ମୋ ସୁଟିଂ ଅଛି ସେଥି ପାଇଁ ମୁଁ ବହୁତ୍ ଖୁସି ଅଛି। କଣ ଖାଇଥିଲ ବୋଲି ପଚାରୁଛନ୍ତି ବର୍ଷା ଏମିତି କିଛି ସମୟ ଧରି କଥା ହେଉଛନ୍ତି ବର୍ଷା।

 ତେବେ ସୂଚନା ମୁତାବକ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ। ନିଜ ବୟସରୁ ଯଥେଷ୍ଟ କମ୍ ବୟସର ବିବାହିତା ମହିଳା ବର୍ଷା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ନାମକ ଜଣେ ଅଟୋ ଡ୍ରାଇଭରଙ୍କୁ ପ୍ରେମ କରି ଚର୍ଚ୍ଚାକୁ ଆସିଥିଲେ।

ଆଉ ଏହାପରେ ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଏମାନଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। କହିବାକୁ ଗଲେ ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଗୋଟିଏ ପଟେ ବର୍ଷା ଟୁଙ୍ଗୁରୁଙ୍କୁ ଭଲ ପାଇ ସ୍ବାମୀ ପିଲାଙ୍କୁ ଛାଡି ଦେଇଛନ୍ତି ବୋଲି ତଣ୍ଟି ଫଟେଇ କହୁଥିବା ବେଳେ ଏହାକୁ ଗ୍ରହଣ କରି ନଥିଲେ ଟୁଙ୍ଗୁରୁ। ଏମିତିକି କହିଥିଲେ ଭାଉଜ ପ୍ରେମ ମିଠା।ତେବେ ବର୍ତ୍ତମାନ ସମୟରେ ଏହି ଭିଡିଓ ପୁଣି ଥରେ ଟୁଙ୍ଗୁରୁଙ୍କୁ ମିଛ ପ୍ରମାଣିତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।