ଦାନ୍ତ ବିନ୍ଧା ଆଜି କାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି।ବେଳେ ବେଳେ ଏହା ଖୁବ୍ ଅସହ୍ୟ ହୋଇପଡେ ଓ ବହୁତ୍ ଯନ୍ତ୍ରଣା ଅନୁଭବ ହୋଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛି। ଯାହାଦ୍ଵାରା ଆପଣଙ୍କର ଦାନ୍ତ ବିନ୍ଧା ସମସ୍ୟା ସବୁ ଦୂର ହୋଇଯିବ। ଆପଣ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଅତି ପୁରୁଣା ଦାନ୍ତ ବିନ୍ଧା ରୋଗ ଦୂର ହୋଇଯିବ।
ଯଦି ଆପଣଙ୍କ ଦାନ୍ତ ବ୍ୟାକଟେରିଆ କାରଣ ରୁ ମାଢି ଫୁଲି ଯାଇଛି ତେବେ ଆପଣ ଏହି ଉପଚାର ଟିକୁ ବନିଶ୍ଚୟ ଭାବେ ପ୍ରୟୋଗ କରନ୍ତୁ।ଏହା ବହୁତ ଅଧିକ ଚମତ୍କାର ଉପଚାର ଅଟେ ଯେଉଁଥିରୁ ଆପଣଙ୍କୁ ଚମତ୍କାରୀ ଫାଇଦା ଖୁବ୍ କମ୍ ସମୟରେ ଦେଖିବାକୁ ମିଳିଯିବ। ତେବେ ଏହି ପ୍ରାକୃତିକ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।
ଆବଶ୍ୟକ ସାମଗ୍ରୀ:- ରସୁଣ, ଲବଙ୍ଗ, ହଳଦୀ, ସୋରିଷ ତେଲ,ଲୁଣ , ପିଜୁଳି ପତ୍ର
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଦୁଇ ଗୋଟି ରସୁଣ ନିଅନ୍ତୁ। ଏହାର ଚୋପା ଛଡ଼ାଇ ଭଲ ଭାବରେ ଛେଚି ଦିଅନ୍ତୁ। ଏହାପରେ କିଛି ଲବଙ୍ଗ ନେଇ ଗୁଣ୍ଡ କରନ୍ତୁ ଏଥିରୁ ଦୁଇ ଚିମୁଟା ଲବଙ୍ଗ ଗୁଣ୍ଡ ନେଇ ଏଡ୍ କରନ୍ତୁ। ଏହାପରେ ଦୁଇ ଚିମୁଟା ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ ଓ ୫ -୬ ବୁନ୍ଦା ପାଣି ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ।ଏହାପରେ ଅଧା ଚାମଚ ସୋରିଷ ତେଲ ଏଥିରେ ପକାନ୍ତୁ ଆଉ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ।ଏହି ଉପଚାର ଟିକୁ ପ୍ରସ୍ତୁତ କରି ସାରିବା ପରେ ଏହାକୁ ୫ ରୁ ୧୦ମିନିଟ ସେମିତି ରଖି ଦିଅନ୍ତୁ ।
ଏହି ଉପଚାର ଟିକୁ ବ୍ୟବହାର କରିବା ପୂର୍ବରୁ ଆପଣ ଙ୍କୁ ଆଉ କିଛି ମଧ୍ୟ କରିବାକୁ ପଡ଼ିବ। ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ତାହାକୁ ଭଲ ଭାବରେ ଗରମ କରି ନିଅନ୍ତୁ ପାଣି ପୁରା ଗରମ ହୋଇ ଗଲା ପରେ ଆପଣ ସେଥିରେ ୪ ରୁ ୫ ଟି ଲବଙ୍ଗ ପକାଇ ଦିଅନ୍ତୁ।
ଏହାପରେ ଯଦି ଆପଣଙ୍କ ପାଖରେ ପିଜୁଳି ପତ୍ର ଅଛି ତେବେ ୨-୩ ଟି ପିଜୁଳି ପତ୍ର ସେଥିରେ ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ ଯେମିତି ଏକ ଗ୍ଲାସ୍ ପାଣି ଅଧଗ୍ଲାସ ହୋଇଯିବ। ଏବେ ଏହାକୁ ଅଳ୍ପ ଥଣ୍ଡା କରି ଦୁଇ ରୁ ତିନି ଚିମୁଟା ଲୁଣ ମିଶାନ୍ତୁ ରାତିରେ ଖାଦ୍ୟ ଖାଇ ସାରିବା ପରେ ଆପଣ ଏହି ପାଣିକୁ କୁଳି କରନ୍ତୁ।
ଏବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସାମଗ୍ରୀକୁ ନେଇ ତୁଳା ଉପରେ ରଖନ୍ତୁ।ଯେଉଁ ପାଖରେ ଆପଣଙ୍କ ଦାନ୍ତ ବିନ୍ଧୁଚି ବା ପୋକ ଲାଗିଛି ସେହି ପାଖରେ ହିଁ ଏହି ତୁଳାକୁ ନେଇ ରଖନ୍ତୁ ଏବଂ ଉପର ଦାନ୍ତରେ ଚାପି ଧରନ୍ତୁ। ଏହାକୁ ଲଗାଇ ଅଧଘଣ୍ଟା ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଏହାପରେ ଅଳ୍ପ ଉଷୁମ ପାଣିରେ ଲୁଣ ପକାଇ କୁଳି କରନ୍ତୁ। କିଛି ଦିନ ଭିତରେ ଦାନ୍ତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।