ଉଜ୍ଜଳ ତ୍ୱଚ଼ା ପାଇଁ ପ୍ରସ୍ତୁତ କରନ୍ତୁ ଏହି ଫେସପ୍ୟାକ,ଜାଣନ୍ତୁ କଣ କଣ ଉପାୟ !

ସୁନ୍ଦରତା ମଣିଷକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଦାଗହିନ ବ୍ରଣହିନ ସୁନ୍ଦର ତ୍ବଚା କାହାକୁ ବା ଭଲ ନଲାଗେ। ସମସ୍ତେ ଚାହାଁନ୍ତି କେମିତି ନିଜେ ସୁନ୍ଦର ଦେଖା ଯିବେ। ବୟସ ବଢିବା ସଙ୍ଗେ ସଙ୍ଗେ ତ୍ଵଚାର ଚମକ କମିଯାଇଥାଏ।ବଢ଼ୁଥିବା ବୟସ,ପ୍ରଦୂଷିତ ବାତାବରଣ,ଭୁଲ୍ ଖାଦ୍ୟପେୟ ଏବଂ ଜୀବନ ଶୈଳୀ କିମ୍ବା କୈାଣସି ରୋଗର କାରଣ ପାଇଁ ମଧ୍ୟ ଏହି ସମସ୍ୟା ହୋଇପାରେ। ପ୍ରବଳ ଖରା କାରଣରୁ ତ୍ବଚାରେ କୈାଣସି ହାନିକାରକ ରାସାୟନିକରେ ହୋଇଥିବା ସୁଗନ୍ଧିତ କ୍ରିମ୍ ଲଗାଇବା ଦ୍ବାରା କେତେକ ବ୍ୟକ୍ତିଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସୁନ୍ଦର ଦେଖାଯିବ ପାଇଁ ବହୁତ ସମୟରେ ଅନେକ ବ୍ୟକ୍ତି ପାଲର ଯାଇଥାନ୍ତି କିନ୍ତୁ ପାଲରରେ ବ୍ୟବହୃତ ହେଉଥିବା ପ୍ରସାଧନ ସାମଗ୍ରୀ ଗୁଡ଼ିକ ମଧ୍ୟରୁ କିଛି ସାମଗ୍ରୀ କେମିକାଲ ଯୁକ୍ତ ହୋଇଥାଏ ଯାହା ଫଳରେ ବେଳେବେଳେ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡେ ଏହି ସୁନ୍ଦର ତ୍ବଚା ପାଇଁ ପ୍ରାକୃତିକ ଏବଂ ଘରୋଇ ଉପାୟରେ ଏକ ସାମଗ୍ରୀ ପ୍ରସ୍ତୁତ କରି ଲଗେଇବା ଦ୍ୱାରା ମୁହଁରେ କଳା ଦାଗ, ବ୍ରଣ ଦୂର ହୋଇଯିବ।ଯାହା ଫଳରେ ଆପଣଙ୍କ ତ୍ବଚା ରେ ବହୁତ ଚମକ ଆସିଯିବ। ଆପଣଙ୍କ ତ୍ବଚା ଧୀରେ ଧୀରେ ଚମକି ଉଠିବ ଏବଂ ଆପଣ ବହୁତ ସୁନ୍ଦର ଦେଖା ଯିବେ।

ଫେସପ୍ୟକ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ହେଉଛି:-ଟମାଟୋ, ହଳଦୀ, ଲୁଣ, ଏଲୋଭେରା ଜେଲ ଏବଂ ବେସନ

ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଏକ ଫ୍ରେସ୍ ଥିବା ପାଚିଲା ଟମାଟୋ ନିଅନ୍ତୁ।ଏହି ଟମାଟୋକୁ ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରିଏବେ ଏହାର ରସ ବାହାର କରି ଏକ ପାତ୍ରରେ ରଖନ୍ତୁ।

ଏବେ ଏଥିରେ ଦୁଇ ରୁ ତିନି ପିଞ୍ଚ ହଳଦୀ ଗୁଣ୍ଡ ଦିଅନ୍ତୁ ଏହା ପରେ ଅଧ ଚାମଚରୁ ଟିକେ କମ ଲୁଣ ମିଶାଇ ଦିଅନ୍ତୁ।ଏବେ ଏଥିରେ ଗୋଟେ ଚାମଚ ବେସନ ଓ ଅଧ ଚାମଚ ଏଲୋଭେରା ଜେଲକୁ ପକାଇ ଭଲ ଭାବରେ ମିଶାଇ ଏକ ଫେସପ୍ୟକ୍ ତିଆରି କରନ୍ତୁ।ଏହି ପ୍ରସ୍ତୁତ ହୋଇଥିବା ଫେସପ୍ୟକକୁ ନିଜ ତ୍ଵଚା ରେ ଧୀରେ ଧୀରେ ଲଗାନ୍ତୁ।କିଛି ସମୟ ପରେ ଥଣ୍ଡା ପାଣିରେ ମୁଁହକୁ ଧୋଇ ସଫା କରନ୍ତୁ।


ଏହି ଘରୋଇ ପ୍ରାକୃତିକ ଫେସ୍ ପ୍ୟକ୍ ତିଆରି କରି ଲଗେଇବା ଦ୍ୱାରା ମୁହଁରେ ଉଜ୍ଜଳତା ଆସିଥାଏ।ଏଥିରେ ଥିବା ପାଚିଲା ଟମାଟୋ ରସ ତ୍ବଚା ପାଇଁ ବହୁତ ଉପକାରୀ ହୋଇଥାଏ ଏହା ସ୍କିନକୁ ଏକ ନୂଆ ଚମକ ଦେଇଥାଏ, ଏହା ମୁଁହରେ ଲଗାଇଲେ ମୁଁହ ସର୍ବଦା ଫ୍ରେସ୍ ଦେଖା ଯାଇଥାଏ।

ହଳଦୀ ମଧ୍ୟ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ ହଳଦୀରେ ରହିଥିବା ଆଣ୍ଟି ବ୍ୟାକ୍ଟେରିଆ ଶକ୍ତି ରହିଥାଏ ଯାହା ମୁହଁରେ ଥିବା କଳା ଦାଗ ଓ ବ୍ରଣ କୁ ଦୁର କରିବାରେ ସାହାଯ୍ୟ କରିଥାଏ। ଏଲୋଭେରା ଜେଲ ମୁହଁରେ ଉଜ୍ଜଳତା ଆଣିଥାଏ। ବେସନ ମଧ୍ୟ ତ୍ଵଚା ପାଇଁ ଖୁବ୍ ଉପକାରୀ ସାମଗ୍ରୀ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।