Exclusive Video – ବାହାଘରର ଚଉଠି ରାତି ପରେ ସ୍ବାମୀଙ୍କୁ ମାଡ ମାରି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ viral ଭିଡ଼ିଓ ଟିକୁ ..

ବାଜା ବାଜିଲା ବାଣ ଫୁଟିଲା ମନ୍ତ୍ର ବି ଶୁଭିଲା ହାତଗଣ୍ଠି ପଡ଼ିଲା ବୈଦିକ ରୀତିନୀତି ଅନୁସାରେ ଧୁମ୍ ଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା। ଘରକୁ ବାହା ହୋଇ ନୂଆଁ ବୋହୂ ଆସିଲା। ନୂଆଁ ବୋହୂର ଆସିବା ନେଇ ଘରେ ସମସ୍ତେ ଖୁବ୍ ଖୁସି। ଘରର ଖୁସି ପାଇଁ ବୋହୂ ଆଣିଥିଲେ ପରିବାର।

ହେଲେ ବାହାଘରର ୨୪ ଘଣ୍ଟା ନ ପୁରୁଣୁ ନବ ବିବାହିତା ସ୍ତ୍ରୀ ଦେଖାଇଲା ତାର ଉଗ୍ର ରୂପ। ବିଶ୍ୱାସ କରି ଯାହାକୁ ଘରକୁ ବୋହୂ କରି ଆଣିଥିଲେ ଗୋଟିଏ ଦିନ ଭିତରେ ଏମିତି ରଙ୍ଗ ଦେଖାଇବ କିଏ ଜାଣିଥିଲା। ବିବାହାର ଗୋଟିଏ ଦିନ ପରେ ବୋହୂ ସ୍ବାମୀଙ୍କୁ ମାଡ ମାରି ହୋଇଗଲା ଫେରାର। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଦିନରେ ବାହାଘର ସରିବା ପରେ ରାତିରେ ଭୋଜିଭାତ ହେଲା। ଭୋଜି ଖାଇ ସାରିବା ପରେ ବନ୍ଧୁ ବାନ୍ଧବ ସବୁ ଘରକୁ ଫେରିଗଲେ। ଏହାପରେ ନବ ଦମ୍ପତି ଶୋଇବା ପାଇଁ ଗଲେ। ସକାଳୁ ଉଠି ଶଶୁରଙ୍କୁ ମନ୍ଦିର ଯିବା ପାଇଁ କହିଲେ।

ନବବଧୂ ତାଙ୍କ ଶଶୁରଙ୍କୁ କହିଥିଲେ କି ବାପା ମୁଁ ମନ୍ଦିର ଯିବାକୁ ଚାହୁଁଚି। ମୁଁ ମାନସିକ କରିଥିଲି ବିବାହ ପରେ ମୁଁ ମୋ ସ୍ବାମୀଙ୍କ ସହିତ ପାଖ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବି। ତେବେ ବୋହୂର ମାନସିକ କଥା ଶୁଣି ଶଶୁର ଖୁସିରେ ଖୁସିରେ ପୁଅ ସହିତ ବୋହୂକୁ ମନ୍ଦିରକୁ ପଠାଇ ଦେଇଥିଲେ। ଏହା ପରେ ଉଭୟ ନବ ବିବାହିତା ସ୍ବାମୀ ସ୍ତ୍ରୀ ବାହାରି ଗଲେ ଠାକୁର ଦର୍ଶନ ପାଇଁ।

ତେବେ ସ୍ବାମୀ ପ୍ରଥମେ ସ୍ତ୍ରୀଙ୍କୁ ଇସ୍କନ ମଠକୁ ନେଇ ଯାଇଥିଲେ। କିନ୍ତୁ ସ୍ତ୍ରୀ କହିଥିଲେ କି ମୁଁ ଏଠାରେ ମାନସିକ କରି ନାହିଁ ମତେ ଲିଙ୍ଗରାଜ ମନ୍ଦିର ନେଇଚାଲ। ଏହାପରେ ଉଭୟ ସ୍ବାମୀ ସ୍ତ୍ରୀ ଲିଙ୍ଗରାଜ ମନ୍ଦିରରେ ଯାଇ ପହଁଚି ଥିଲେ। ତେବେ ମନ୍ଦିରରେ ପହଁଚିବା ପରେ ଠାକୁରଙ୍କ ଦର୍ଶନ ବିନା ଆରମ୍ଭ ହୋଇଗଲା ସ୍ବାମୀଙ୍କ ଉପରେ ନିସ୍ତୁକ ମାଡ଼।

ସ୍ତ୍ରୀ ସହ ଥିଲେ ତାଙ୍କ ପୁରା ପରିବାର ଓ ତାଙ୍କ ପ୍ରେମିକ। ମନ୍ଦିରକୁ ଯିବା ପୁର୍ବରୁ ସବୁ କିଛି ଯୋଜନା ମୁତାବକ ବ୍ୟବସ୍ଥା କରା ଯାଇଥିଲା। ଯୁବକଙ୍କୁ ଗାଡ଼ିରେ ବସି ତାଙ୍କ ଘରକୁ ଯିବା ପାଇଁ କହୁଥିଲେ କିନ୍ତୁ ସେ ଯାଇ ନଥିଲେ। ଏହା ପରେ ସ୍ତ୍ରୀ ଓ ପାରିବାର ଲୋକେ ମିଶି ଯୁବକଙ୍କୁ ବହୁତ ମାଡ଼ ମାରିଥିଲେ। ସେଠାର ଉପସ୍ଥିତ ଥିବା ପବ୍ଲିକ ଏବଂ ସେବାୟତ ମାନେ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଏହି ଘଟଣା ପରେ ମାମଲା ଯାଇ ଲିଙ୍ଗରାଜ ଥାନାରେ ପହଁଚିଛି। ଅଭିଯୋଗ ମୁତାବକ ଏକାଧିକ ସୁନା ଗହଣା ଓ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇ ଯାଇଛି ବୋହୂ। ତେବେ କେବେ ଏହି ଝିଅକୁ ଗିରଫ କରାଯିବା ଏବଂ କେବେ ପୁଅ ପାରିବାର ନ୍ୟାୟ ପାଇବେ ତା ଦେଖିବାକୁ ବାକି ରହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।