ଭାଇ ମରିଗଲାପରେ ପିଲାଛୁଆଙ୍କ ପାଇଁ ଭାଉଜକୁ ବିବାହ କଲେ ଦିଅର ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ viral ଭିଡ଼ିଓ ଟିକୁ …
ପ୍ରେମ ନୁହେଁ ପିଲାଙ୍କ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଦିଅର ଭାଉଜ। ସମସ୍ତେ ନିଜ ବାହାଘରକୁ ନେଇ ବହୁତ୍ କିଛି ଭାବିଥାନ୍ତି। ବହୁତ୍ କିଛି ସ୍ଵପ୍ନ ମଧ୍ୟ ଦେଖି ଥାନ୍ତି। କିନ୍ତୁ ଏଠି ସେମିତି କିଛି ନାହିଁ ବରଂ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିବାହ କରିବାର ନିଷ୍ପତି ନେଇଥିଲେ ଦିଅର ଓ ଭାଉଜ। ପିଲାଙ୍କ ମୁହଁକୁ ଚାହିଁ ଦିଅର ଓ ଭାଉଜ ପରସ୍ପର ହାତ ଧରିବା କଥାକୁ ନେଇ ଏବେ ଜୋର ସୋର୍ ଚର୍ଚ୍ଚା ଚାଲିଛି।
ସୂଚନା ଅନୁଯାୟୀ ମହାରାଷ୍ଟ୍ରର ବୁଲଧଣା ଗ୍ରାମରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ବାସ କରୁଥିବା ଏକ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଏକା ହୋଇ ପଡ଼ିଥିଲେ ମୃତକଙ୍କ ପତ୍ନୀ ଏବଂ ଦୁଇ ପିଲା। ଯାହା ଫଳରେ ସେମାନଙ୍କ ଉପରେ ଦୁଃଖର ପାହାଡ ନଦି ହୋଇ ପଡ଼ିଥିଲା। ଦୁଇ ପିଲାଙ୍କୁ ମଣିଷ କରିବାର ଚିନ୍ତାରେ ମୃତକଙ୍କ ପତ୍ନୀ ଭାଙ୍ଗି ପଡି ଥିଲେ। ଯାହାକୁ ଦେଖି ସହି ପାରି ନଥିଲେ ମୃତକଙ୍କ ସାନ ଭାଇ ହରି ଦାସ ଦାମୋଦର ଓ ତାଙ୍କ ପରିବାର।
ଏହା ପରେ ସାନ ଭାଇ ହରି ଦାସ ଦାମୋଦର ନିଜ ବଡ ଭାଇଙ୍କ ପତ୍ନୀ ଓ ପିଲାଙ୍କ ସାହାରା ହେବାର ନିଷ୍ପତି ନେଇଥିଲେ। ଏହି ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ସମତି ଦେଇଥିଲେ। ଏହା ପରେ ହରି ଦାସ ଭାଉଜଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହରି ଦାସ ସମାଜର ଓ ଦୁନିଆର ସବୁ ନିନ୍ଦିତ କଥାକୁ ଏଡାଇ ଦେଇ ଭାଉଜଙ୍କୁ ଜୀବନ ସାଥୀ କରିବାର ନିଷ୍ପତି ନେଇଥିଲେ। ଏହାପରେ ଭାଉଜଙ୍କୁ ପ୍ରସ୍ତାବ ଦେଇଥିଲେ।
ତେବେ ବିଧବା ମହିଳା ଜଣକ ତାଙ୍କ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ବିବାହ ପାଇଁ ସକାରାତ୍ମକ ପ୍ରତିକ୍ରିୟା ରଖିଥିଲେ। କାହିଁକି ନା ଏ ସମାଜରେ ଏକୁଟିଆ ଜଣେ ମହିଳା ଦୁଇ ଜଣ ପିଲାଙ୍କୁ ମଣିଷ କରିବା ଖୁବ୍ କାଠିକର ପାଠ। ଏମିତିରେ ଦେଖିବାକୁ ଗଲେ ମହିଳାଙ୍କୁ ସାହାରା ମିଳିବା ସହିତ ବାପା ଛେଉଣ୍ଡ ପିଲାଙ୍କୁ ଜଣେ ବାପା ମିଳିଯିବ। ତେଣୁ ମହିଳା ଜଣକ ବିବାହ ପ୍ରସ୍ତାବକୁ ଗ୍ରହଣ କରିଥିଲେ।
ଏହା ପରେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଧୁମ୍ ଧାମରେ ଦିଅର ଭାଉଜ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବରଯାତ୍ରୀ ମାନେ ମଧ୍ୟ ଏହି ଭଳି ଏକ ବିବାହର ତାରିଫ କରିବା ସହିତ ହରିଦାସଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତିକୁ ଖୁବ୍ ପ୍ରଶଂସା କରିଛନ୍ତି।
ତେବେ ହରି ଦାସଙ୍କ କହିବା ଅନୁସାରେ ଦେଢ଼ ବର୍ଷ ପୂର୍ବେ ତାଙ୍କ ବଡ ଭାଇଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇଟି ପିଲା ଥିବା ବେଳେ ମାତା ପିତା ହରି ଦାସଙ୍କୁ ଭାଉଜଙ୍କୁ ବିବାହ କରିବା ପାଇଁ କହିଥିଲେ। ଯାହା ଦ୍ଵାରା ଭାଉଜ ଓ ଦୁଇ ପିଲାଙ୍କୁ ସାହାରା ମିଳିଯିବ। ଏହାପରେ ହରିଦାସଙ୍କୁ ଏହା ଠିକ୍ ଲାଗିଥିଲା ଓ ସେ ବିବାହ ପାଇଁ ରାଜି ହୋଇ ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।