Viral Video – ମୁଁ ଦାଣ୍ଡକୁ ବାହାରି ପାରୁନି ମୋତେ ବହୁତ ଲଜ୍ଜା ଲାଗୁଛି ..ମୁଁ ହାତ ଯୋଡୁଛି ମୋ ଖରାପ ଭିଡିଓ ଭାଇରଲ କରନି,,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଟୁଙ୍ଗୁରୁ ଭୋଳ ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଚେହେରା । ଗାଁ ହେଉ କି ସହର ସବୁ ଖଟିରେ ଏବେ ଟୁଙ୍ଗୁରୁଙ୍କୁ ନେଇ ବେସ୍ ଚର୍ଚ୍ଚା । କିଛିଦିନ ମଧ୍ୟରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଥିବା ଟୁଙ୍ଗୁରୁ ଭୋଳ ଖବରଟିକୁ କୌଣସି ଗଣମାଧ୍ୟମ ଏବେ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି । କାରଣ ଦର୍ଶକେ ମଧ୍ୟ ଟୁଙ୍ଗୁର ଭୋଳଙ୍କ ଖବରର ଅପଡେଟ୍ ପାଇଁ ଚାହିଁ ରହିଛନ୍ତି । ଯାହାର ପ୍ରମାଣ ସୋସିଆଲ୍ ମିଡିଆରୁ ଦେଖିବାକୁ ମିଳୁଛି ।

ଅଟୋ ଡ୍ରାଇଭରରୁ ସେଲିବ୍ରେଟି ବନିବାକୁ ଯାଉଛନ୍ତି ପ୍ରେମ ପାଇଁ ଭାଇରାଲ୍ ହୋଇଥିବା ଯୁବକ ଟୁଙ୍ଗୁରୁ । ବର୍ଷାଙ୍କ ସହ ଘଟିଥିବା ପ୍ରେମ କାହାଣୀରୁ ସାଧାରଣ ଲୋକେ ଟୁଙ୍ଗୁରୁଙ୍କୁ ଜାଣିଥିଲେ କିନ୍ତୁ ଏବେ ଟୁଙ୍ଗୁରୁଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ ଏକ ମ୍ୟୁଜିକ ଭିଡିଓରେ ଅଭିନୟ କରିବା ପାଇଁ ଟୁଙ୍ଗୁରୁଙ୍କୁ ଅଫର୍ ମିଳିଛି । ଜଣେ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ କଥାହୋଇ ଏହାକୁ ଫାଇନାଲ୍ କରିଛନ୍ତି ।

ପୂର୍ବରୁ ଟୁଙ୍ଗୁରୁଙ୍କ ଉପରେ ଆଧାରିତ ଏକ ଅଡିଓ ସଙ୍ଗ୍ ମଧ୍ୟ ରିଲିଜ୍ ହୋଇଥିଲା ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେଣୁ ନିର୍ଦ୍ଦେଶକ ବିଶ୍ୱାସ ରଖିଛନ୍ତି ଯେ ଟୁଙ୍ଗୁରୁଙ୍କ ଉପରେ ମ୍ୟୁଜିକ୍ ଭିଡିଓ ତିଆରି କରାଗଲେ ଦର୍ଶକେ ବେସ୍ ପସନ୍ଦ କରିବେ । ଏହା ସହ ଓଲିଉଡର ଆହୁରି ଅନେକ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି । ଟୁଙ୍ଗୁରୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗକୁ ଟୁଙ୍ଗୁରୁ ଭୋଳ କରିବ ଖେଳ ।

ଜଣେ ଟୁଙ୍ଗୁରୁ ଭୋଳ, ଟୁଙ୍ଗୁରୁ ଭୋଳ ଖେଳ କଲା, ଦିସ୍ ଇଜ୍ ଟୁଙ୍ଗୁରୁ ଭୋଳ, ଟୁଙ୍ଗୁରୁ ଧୋକା ଦେଲା, ଟୁଙ୍ଗୁରୁ ପ୍ରେମ ଖଟା, ଟୁଙ୍ଗୁରୁ ରାଜା ଆଉ ଦେନି ସଜ୍ଜା ଭଳି ପ୍ରାୟ ଡଜନେରୁ ଅଧିକ ଗୀତ ମାତ୍ର ସପ୍ତାହେ ମଧ୍ୟରେ ୟୁଟ୍ୟୁବ୍‌ର ମିଲିୟନ୍‌ କ୍ଲବ୍‌ରେ ସାମିଲ ହୋଇଛି। ଏହା ବ୍ୟତୀତ ଫେସବୁକ, ହ୍ବାଟ୍ସଆପ୍, ଇନଷ୍ଟଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଟୁଙ୍ଗୁରୁ ଗୀତରେ ରିଲ୍ସ ତିଆରି କରି ଯୁବ ପିଢ଼ି ଭିଡିଓ କରି ମନୋରଂଜନ କରୁଛନ୍ତି।


ଟୁଙ୍ଗୁରୁ କହିଛନ୍ତି, ପ୍ରେମ ପାଇଁ ମୁଁ ଆଜି ଭାଇରାଲ୍ ହୋଇଛି। ମୁଁ ଅଟୋ ନେଇ ଭଡ଼ାରେ ଯିବା ବେଳକୁ ଲୋକେ ରାସ୍ତା ଘାଟରେ ମୋ ସହ ସେଲ୍‌ଫି ନେଉଛନ୍ତି। ଏପରିକି କେତେଜଣ ମୋ ଘରକୁ ଖୋଜି ଖୋଜି ଆସି ଦେଖା ମଧ୍ୟ କରୁଛନ୍ତି।

ମୋ ନାଁ ଆଉ ପ୍ରେମ କାହାଣୀକୁ ନେଇ ମାଳମାଳ ଗୀତ ତିଆରି ହେଲାଣି। ସେଥିରୁ ୟୁଟ୍ୟୁବର୍‌ମାନେ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଯଦି ଲୋକେ ଚାହିଁବେ ତେବେ ମୁଁ ମଧ୍ୟ ଏହି କଳା କ୍ଷେତ୍ରକୁ ଆସି କିଛି ଉପାର୍ଜନ କରିପାରିବି ବୋଲି ସେ କହିଛନ୍ତି। କିନ୍ତୁ ଏ ନେଇ କେହି ତାଙ୍କୁ ଯୋଗାଯୋଗ କରୁ ନ ଥିବାରୁ ଟୁଙ୍ଗୁରୁ ମନଉଣା କରିଛନ୍ତି।

ବର୍ଷା କହିଛନ୍ତି, ଯେ ଏହି ସବୁ ଭିଡ଼ିଓ ଭାଇରାଲ୍ ହେବ ଦ୍ଵାରା ମୁଁ ଦାଣ୍ଡ ରୁ ବାହାରି ପାରୁନି ମୋତେ ଲଜ୍ଜା ଲାଗୁଛି , ମୁଁ ହାତ ଯୋଡ଼ିଛି ମୋ ଖରାପ୍ ଭିଡ଼ିଓ ଗୁଡ଼ିକ ଭାଇରାଲ୍ କରନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।