ରାଜଧାନୀ ରାଜରାସ୍ତାରେ ଅଭିନେତ୍ରୀ ଓ OLA ଡ୍ରାଇଭର ମୁଁହାମୁହିଁ ..କିଏ କହୁଛି ସତ ? ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ପୁଣି ରାଜଧାନୀରେ ଦେଖିବାକୁ ମିଳିଛି ହାଇଡ୍ରାମା। ଆଜ୍ଞା ହଁ ଏଥର କୋଉ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ନୁହେଁ ବରଂ ଜଣେ ଅଭିନେତ୍ରୀ ଓ ଜଣେ ଓଲା ଡ୍ରାଇଭରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା।ରାଜଧାନୀରେ ଓଲା ଡ୍ରାଇଭର ଓ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରାମା ଚର୍ଚ୍ଚା ଏବେ ବିଷୟ ପାଲଟି ଯାଇଛି।
ରାଜଧାନୀରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ବିଜୁପଟ୍ଟନାୟକ ବିମାନବନ୍ଦରରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଅଶାଳୀନ ଭାବରେ କଥାବାର୍ତ୍ତା କଲେ ସର୍ବସାଧାରଣରେ ଓଲା ଡ୍ରାଇଭର ଗାଳିଗୁଲଜ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ଗାଡି ବୁକିଂ ପରେ ଲଗେଜ ଉଠାଇବାକୁ ନେଇ ଦୁର୍ବ୍ୟବହାର ହୋଇଥିବା ସୂଚନା । ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ତ ଦେଖି ଘେରି ଯାଇଥିଲେ ଆଖପାଖର ଲୋକ। ଏହା ପରେ ଗଣ ମାଧ୍ୟମର ହସ୍ତକ୍ଷେପ ପରେ ସ୍ଥିତି ସ୍ଵାଭାବିକ ଅବସ୍ଥାକୁ ଆସି ପାରିଥିଲା।
ଏନେଇ ସମ୍ପୃକ୍ତ ମହିଳା କୁହନ୍ତି ମୁଁ ଗୋଟିଏ ଓଲା ଗାଡ଼ି ବୁକ୍ କରିଥିଲି। ଯେଉଁ ଓଲା ଗାଡି ମୋତେ ପିକ୍ ଅପ୍ କରିବା ପାଇଁ ଆସିଲା, ସେହି ଡ୍ରାଇଭରଙ୍କ ବ୍ୟବହାର ମୋତେ ଆରମ୍ଭରୁ ଅସଭ୍ୟଙ୍କ ପରି ବ୍ୟବହାର କଲା।ତଥାପି ଆମେ ଗାଡ଼ିରେ ବସିଲୁ।
ଯେତେବେଳେ ବ୍ୟାଗ୍ ରଖିବା ପାଇଁ କହିଲି, ଡ୍ରାଇଭର ଜଣକ କହିଲେ ଡୋର ଖୋଲା ହୋଇଛି, ରଖି ଦିଅନ୍ତୁ। ଖାଲି ସେତିକି ନୁହେଁ ଓଲା ଡ୍ରାଇଭର ଜଣକ ମହିଳାଙ୍କୁ କହିଲେ- ଯଦି କାର୍ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହା ହେଲେ ଅଟୋରେ ଆସନ୍ତୁ, ନ ହେଲେ ଚାଲିକି ପଳାଅ।
କ୍ୟାନ୍ସଲ କରିବା ପାଇଁମଧ୍ୟ ସୁଯୋଗ ଦେଲେ ନାହିଁ।ପରେ ମହିଳାଙ୍କ କ୍ୟାନ୍ସଲ କରିବା ବେଳେ ଉତ୍କ୍ଷୀପ୍ତ ହୋଇ ଡ୍ରାଇଭର ଜଣକ ବାରମ୍ବାର କହି ଚାଲିଲେ। ତେବେ ଜଣେ ଓଲା ଡ଼୍ରାଇଭରର ଏଭଳି ଦୁର୍ବ୍ୟବହାର କେତେ ଜୋର୍ ଠିକ୍ ବୋଲି ସେ ଓଲାକୁ ପ୍ରଶ୍ନ କରିଛନ୍ତି।
ସେପଟେ ଓଲା ଡ୍ରାଇଭର ଅଭିଯୋଗକୁ ଖଣ୍ଡନ କରିଛନ୍ତି। କହିଛନ୍ତି -ମୋତେ ଲଗେଜ୍ ରଖିବା ପାଇଁ ମ୍ୟାଡାମ୍ ପ୍ରଥମେ କହିଲେ। ହାତଟା ଭାଙ୍ଗି ଯାଇଥିବାରୁ ଲଗେଜ ରଖିବା ପାଇଁ ମନା କରିଦେଲି। ଏତିକି କହିବା ପରେ ସେ କାର୍ରେ ଯିବେନି ବୋଲି କହିଥିଲେ।
ମୁଁ କ୍ୟାନ୍ସଲ୍ କରିବା ପାଇଁ କହିଥିଲି। ବିଳମ୍ବ କଲେ ମୋତେ ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲି। ଏତିକି କହିବା ପରେ ମୋତେ ସେ ଦୁର୍ବ୍ୟବହାର କରିଥିଲେ। ଗାଡ଼ି ଚଲାଉଛୁ ବୋଲି ଯାହା କହିଲେ କଣ ଶୁଣିବୁ ଏମିତି କହିଛନ୍ତି ଓଲା ଡ୍ରାଇଭର ଜଣକ।
ସୂଚନା ମୁତାବକ, ନଳୀନି ରାଉତ ନାମକ ଜଣେ ଟେଲି ଅଭିନେତ୍ରୀ ଏୟାରପୋର୍ଟରୁ ଯିବା ପାଇଁ ଓଲା ବୁକ୍ କରିଥିଲେ । ଓଲା ଗାଡି ପହଞ୍ଚିବା ପରେ ଡ୍ରାଇଭରକୁ ଲଗେଜ ନେଇ ଡିକିରେ ରଖିବାକୁ କହିଥିଲେ କିନ୍ତୁ ଡ୍ରାଇଭର ଜଣକ ଲଗେଜ୍ ରଖିବାକୁ ମନା କରି ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।