sadhubani -ଆଜି ଶନି କରିବେ ନକ୍ଷତ୍ର ପରିବର୍ତ୍ତନ,ଏହି ରାଶି ଗୁଡିକ ଉପରେ ଶନି କରିବେ ଧନର ବର୍ଷା….

ମଣିଷ ଜୀବନ ସହିତ ଗ୍ରହ ନକ୍ଷତ୍ର ମାନେ ଓତଃପ୍ରୋତ ଭାବେ ଜଡିତ। ଏହି ଗ୍ରହ ନକ୍ଷତ୍ର ଗୁଡ଼ିକ ମଣିଷ ଜୀବନରେ ଆସୁଥିବା ପରିବର୍ତ୍ତନ ପାଇଁ ଦାୟୀ ଅଟନ୍ତି। ଗ୍ରହ ମାନଙ୍କ ଚଳନ ହେତୁ ପ୍ରତ୍ୟେକ ମଣିଷ ଜୀବନରେ ପରିବର୍ତ୍ତନ ଆସିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରା ଯାଇଥାଏ।

କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ଉପରେ ଭଗବାନ ଶନି ଦେବଙ୍କ କୋପ ଦୃଷ୍ଟି ପଡ଼ିଯାଏ ତେବେ ତା ଜୀବନ ବାଧା ବିଘ୍ନ ଦେଇ ଗତି କରିଥାଏ। କିନ୍ତୁ ଯଦି ଶନି ଦେବ କୌଣସି ବ୍ୟକ୍ତି ଉପରେ ପ୍ରଶନ୍ନ ରୁହନ୍ତି ତେବେ ସେହି ବ୍ୟକ୍ତିକୁ ସୁଖ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ତେବେ ଏହି ମାସଠାରୁ କିଛି ରାଶି ମାନଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଯାହା ଫଳରେ ଆଗାମୀ ୨୧ ବର୍ଷ ଧରି ସେହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ କୈାଣସି ସମସ୍ୟା ଦେଖାଯିବ ନାହିଁ। ତେବେ ସେହି ସବୁ ରାଶିଗୁଡ଼ିକ କଣ କଣ ଏବଂ ସେହି ରାଶିମାନଙ୍କ ଭାଗ୍ୟରେ କଣ ସବୁ ପରିବର୍ତ୍ତନ ହେବା ପାଇଁ ଯାଉଛି ସେ ସମ୍ପର୍କରେ ଜାଣିବା।

୧. ମେଷ ରାଶି:-

ମେଷ ରାଶି ସହ ଜଡ଼ିତ ଥିବା ବ୍ୟକ୍ତିମାନେ ସଦା ସର୍ବଦା ଶନି ଦେବଙ୍କ ଦୃଷ୍ଟି ଆଢୁୁଆଳରେ ରହିବେ। ଶନି ଦେବଙ୍କ କରୁଣା ପାଇବାକୁ ହେଲେ ତାଙ୍କ ଉପରେ ସମ୍ପୁର୍ଣ୍ଣ ଭରଷା ଓ ବିଶ୍ଵାସ ରଖିବାକୁ ପଡିବ। ଯାହା ଫଳରେ ଜୀବନର ସବୁ ସୁଖ ଶାନ୍ତି ପ୍ରାପ୍ତ ହେବ। ଆର୍ଥିକ ପରିସ୍ଥିତିରେ ଦୁଇ ଗୁଣା ସୁଧାର ଆସିବ।

୨. ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ଭାଗ୍ୟର ଚାବିକାଠି ମଧ୍ୟ ଖୋଲିବାକୁ ଯାଉଛି। ମନରେ ଚାପି ହୋଇ ରହିଥିବା ସବୁ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ନିଜ ଭିତରେ ଏକ ଅପୂର୍ବ ଆତ୍ମବିଶ୍ଵାସ ଜାଗ୍ରତ ହେବ। କିନ୍ତୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କତାର ସହିତ ମନଧ୍ୟାନ ଦେଇ କରିବା ଆବଶ୍ୟକ।

୩. କନ୍ୟା ରାଶି:-


ଏହି ରାଶି ସହ ଜଡ଼ିତ ଥିବା ବ୍ୟକ୍ତିମାନେ ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ବହୁ ଦିନ ଧରି ଯଦି କୋୖଣସି ଧାର କରଜରେ ବୁଡି ରହିଛନ୍ତି ଶନି ଦେବଙ୍କ କୃପାରୁ ସେ ସବୁକୁ ପରିଶୋଧ କରିପାରିବେ।

୪. ତୁଳା ରାଶି:-

ଯେଉଁମାନଙ୍କର ତୁଳା ରାଶି ସେମାନଙ୍କ ପାଇଁ ଏହି ସମୟ ଖୁବ ଶୁଭ ଅଟେ। ଯଦି କୌଣସି ନୂତନ କାର୍ଯ୍ୟ କରିବାର ନିଷ୍ପତି ନେଇଥାନ୍ତି ତେବେ ଏହି ସମୟ ସବୁଠାରୁ ଉତ୍ତମ ଅଟେ।

୫. କର୍କଟ ରାଶି:-

କର୍କଟ ରାଶି ଥିବା ବ୍ୟକ୍ତିମାନଙ୍କର ସୁଖ ସମୟ ଆସିଯାଇଛି। ପରିବାରରେ ସବୁବେଳେ ସୁଖର ବାତାବରଣ ରହିବ। ଧନର ସଦୁପଯୋଗ କରନ୍ତୁ ତେବେ କୌଣସି ପରିସ୍ଥିତିରେ ଧନର ଅଭାବ ରହିବ ନାହିଁ।

୬. କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଖୁବ ଖୁସିରେ ରହିବେ। ଜୀବନସାଥୀଙ୍କ ସହିତ ପ୍ରେମ ସମ୍ପର୍କ ମଜବୁତ ହେବ। ନୂଆ ଜିନିଷ କିଣା କିଣି କରିବା ପାଇଁ ଆଗ୍ରହ ପ୍ରକାଶ ପାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।