spacial-ଅର୍ଚ୍ଚିତା ତାଙ୍କ ସତ୍ୟବାନ ସବ୍ୟସାଚୀଙ୍କ ପାଇଁ କିଭଳି ସାବିତ୍ରୀ ବ୍ରତ ପାଳନ କଲେ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସାବିତ୍ରୀ ବ୍ରତ ଜଣେ ସଧବା ନାରୀ ପାଇଁ ଏହାର ଗୁରୁତ୍ବ ଖୁବ୍ ରହିଥାଏ। ସଧବା ନାରୀଟିଏ ତା ସ୍ୱାମୀର ମଙ୍ଗଳ କାମନା କରି ଓ ଦୀର୍ଘାୟୁ ଜୀବନ ପାଇଁ ଏହି ବ୍ରତକୁ ଅତି ନିଷ୍ଠାର ସହିତ କରିଥାଏ।ବିବାହିତା ନାରୀ ମାନେ ନୂଆ ଶାଢୀ ତଥା ଚୁଡି ଆଦି ରେ ଅଳଙ୍କୃତ ହୋଇ ମାତା ସାବିତ୍ରୀ ଙ୍କ ପାଖେ ପୂଜା କରି ନିଜ ସ୍ଵାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥାନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ଼ର ଚୁଲବୁଲି ନାୟିକା ଅର୍ଚ୍ଚିତା ତାଙ୍କ ସତ୍ୟବାନ ସବ୍ୟସାଚୀଙ୍କ ପାଇଁ କିଭଳି ବ୍ରତ ପାଳନ କରିଛନ୍ତି ସେଟ୍ ବାବଦରେ କହିବାକୁ ଯାଉଛୁ। ଆପଣ ମାନେ ସମସ୍ତେ ଏହି ସେଲିବ୍ରେଟି ଯୋଡ଼ିକୁ ଖୁବ୍ ଭଲ ଭାବରେ ଜାଣିଥିବେ। ଓଲିଉଡ଼ର ଏକାଧିକ ସିନେମାରେ ଏହି ଦୁଇ ଯୋଡି ଏକାଠି ନଜର ଆସିଛନ୍ତି। ତେବେ ରିଲ ଲାଇଫରୁ ରିଅଲ୍ ଲାଇଫର ଏହି ଯୋଡିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।

 ତେବେ ୨୦୨୧ ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସବ୍ୟସାଚୀଙ୍କ ସହ ଅର୍ଚ୍ଚିତାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସେଇ ହିସାବରେ ଅର୍ଚ୍ଚିତାଙ୍କ ଏଇଟା ଦ୍ୱିତୀୟ ସାବିତ୍ରୀ ବ୍ରତ।

ତେବେ ଚଳିତ ବର୍ଷ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ସବ୍ୟସାଚୀ ସାବିତ୍ରୀ ବ୍ରତକୁ କିପରି ସେଲିବ୍ରେଟ କରିଥିଲେ ତାର ଭିଡିଓ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଯାଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି । ତେବେ ଅର୍ଚ୍ଚିତା ସବ୍ୟଙ୍କ ପାଇଁ କିପରି ଏହି ବ୍ରତକୁ ପାଳନ କରିଛନ୍ତି ସେ ବାବଦରେ ଜାଣିବା।

ସାବିତ୍ରୀ ବ୍ରତ ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ଶାଢ଼ୀ ଶଙ୍ଖା ସିନ୍ଦୂର ନାଇ ଜଣେ ଓଡିଆ ଘରର ବୋହୂ ଭାବରେ ନିଜକୁ ସଜେଇଛନ୍ତି। ଅର୍ଚ୍ଚିତା ତାଙ୍କ ଶାଶୁ ଓ ପରିବାରର ଅନ୍ୟ ମହିଳା ମାନେ ନିଜ ନିଜ ସତ୍ୟବାନଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଛନ୍ତି। ସମସ୍ତେ ସୁନ୍ଦର ଭାବରେ ଓଡ଼ିଆ ଘରର ବୋହୂ ଭାବରେ ନିଜକୁ ସଜେଇଛନ୍ତି।

ମା ସାବିତ୍ରୀ ଓ ସତ୍ୟବାନଙ୍କ ପ୍ରତିମା କାନ୍ଥରେ ହଳଦୀ ମାଧ୍ୟମରେ ଆଙ୍କି ମାତା ଙ୍କୁ ଅଳଙ୍କାର ମାନ ଏବଂ ଶାଢୀ ପିନ୍ଧାଇ ସଜା ଯାଇଥିଲା। ମାନଙ୍କ ପୂଜା ପାଇଁ ଯେଉଁସବୁ ପୂଜା ସାମଗ୍ରୀ ଆବଶ୍ୟକ ସେ ସବୁକୁ ସୁସଜ୍ଜିତ କରି ରଖା ଯାଇଥିଲା। ଏହାପରେ ପଣ୍ଡିତ ଆସି ପୂଜା ଆରମ୍ଭ କରିଥିଲେ।

ଏବଂ ଅର୍ଚ୍ଚିତା ଓ ଘରର ଅନ୍ୟ ମହିଳା ମାନେ ମାତା ପୂରାଣ ପଢି ମାତା ଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଲେ। ପୂଜା ସମୟରେ ସବ୍ୟସାଚୀ ଓ ଘରର ଅନ୍ୟ ପୁରୁଷ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏହାପରେ ସବୁ ଦମ୍ପତି ମାନେ ମାଙ୍କ ଆଗରେ ନଡିଆ ବଢ଼େଇଥିଲେ।

ସବ୍ୟ ଓ ଅର୍ଚ୍ଚିତା ଦୁହେଁ ମିଶି ଆଳତି କରୁଥିବାର ମଧ୍ୟ ନଜର ଆସୁୁଛନ୍ତି। ଏହାପରେ ପୁଷ୍ପାଞ୍ଜଳି ଦେଇ ସମସ୍ତେ ନିଜ ନିଜର ଶଙ୍ଖା ସିନ୍ଦୂର ନେଇ ନାଇଛନ୍ତି। ସବ୍ୟସାଚୀ ନିଜ ହତାରେ ଅର୍ଚ୍ଚିତାଙ୍କୁ ଶଙ୍ଖା ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧିଇ ଦେଉଥିବାର ନଜର ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।