viral video – ମୃତ୍ୟୁ ପୂର୍ବରୁ ଶେଷ ଚିଠି !‘ମୁଁ ମରିଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେଭଳି ନ ଦେଖନ୍ତି…… ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ମୃତ୍ୟୁ ତ ଦିନେ ନା ଦିନେ ସମସ୍ତଙ୍କର ହୋଇଥାଏ କିନ୍ତୁ ଆତ୍ମହତ୍ୟାର ଏହାର ଅର୍ଥ ସ୍ୱେଚ୍ଛାରେ ନିଜକୁ ହତ୍ୟା କରିବା। ମଣିଷ ସେତେବେଳେ ନିଜକୁ ହତ୍ୟା କରିଥାଏ ଯେତେବେଳେ ସେ ନିଜକୁ ଅସହାୟ ମନେ କରେ। ନିଜକୁ ଏକା ମନେ କରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥାଏ।
ସେମିତି ଏକ ହୃଦୟ ବିଦାରକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ବିବାହର କିଛି ଦିନ ପରେ ଜଣେ ନବ ବିବାହିତା ବୋହୂ ଆତ୍ମହତ୍ୟା କରିଛି। ତେବେ ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖି ଯାଇଛନ୍ତି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ତେବେ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍ରେ ଶେଷ ଇଚ୍ଛା ଲେଖିଛନ୍ତି ନବବଧୂ। ସେ ଲେଖିଛନ୍ତି ମୁଁ ମରିଗଲେ ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ। ମୋର ଅନ୍ତିମ ସଂସ୍କାର ମୁଁ ଜନ୍ମ ହୋଇଥିବା ଗାଁରେ କରାଇବେ। ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି।ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇ ପଡ଼ିଲିଣି। ଆଉ ଏ ଜୀବନ ମତେ ଭଲ ଲାଗୁ ନାହିଁ। ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ନବବଧୂ।
ହରିୟାଣାର ସାଇବର ସିଟି ଗୁରୁ ଗ୍ରାମରେ ଜଣେ ନବବଧୂଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ଗୁରୁ ଗ୍ରାମ କାର୍ଟର ପୁରୀ ଗାଁର ୨୫ ବର୍ଷୀୟ ନବବିବାହିତା ଋତୁଙ୍କ ମୃତ୍ୟୁ ହୋଇଛି।ହେଲେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ହାତରେ ସୁଇସାଇଡ୍ ନୋଟ୍ ଲେଖି ଚାଲି ଯାଇଛନ୍ତି।
ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଓ ଶେଷ ଇଚ୍ଛା ସମ୍ପର୍କରେ ସବୁ କିଛି ଉଲ୍ଲେଖ କରିଛନ୍ତି।ଆତ୍ମହତ୍ୟା ପାଇଁ ସେ ସିଧା ସଳଖ ଭାବେ ଶାଶୂ ଘର ଲୋକଙ୍କୁ ଦାୟୀ କରିଛନ୍ତି ଋତୁ। ଶାଶୁ ଘର ଲୋକଙ୍କ ନିର୍ଯାତନାକୁ ସହ୍ୟ ନ କରି ପାରି ସେ ଆତ୍ମହତ୍ୟା କରିଥିବାର ସୁଇସାଇଡି ନୋଟରେ ଲେଖି ଯାଇଛନ୍ତି।
ଘଟଣାକୁ ନେଇ ଋତୁଙ୍କ ଭାଇ କହିଛନ୍ତି ଗତ ଫେବୃଆରୀ ୧୮ ତାରିଖରେ ଦିଲ୍ଲୀର ଚେତନ ନାମକ ଜଣେ ଯୁବକଙ୍କ ସହ ମୋ ଭଉଣୀର ବାହାଘର ହୋଇଥିଲା। ମୋ ଭଉଣୀ MBA ପରେ ଚାକିରି କରିବାକୁ ଚାହୁଁଥିଲା। ହେଲା ତା’ ଶାଶୂ ଘର ଲୋକଙ୍କୁ ଏହା ପସନ୍ଦ ନଥିଲା।
ସ୍ୱାମୀ, ଶାଶୂ ଓ ପରିବାରର ଅନ୍ୟ ସଦସ୍ୟ ଯୌତୁକ ପାଇଁ ମୋ ଭଉଣୀକୁ ହଇରାଣ କରୁଥିଲେ।ଯାହା ଫଳରେ ଏସବୁ ସହି ନପାରି ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହୋଇଥିଲା।ଅନ୍ୟପକ୍ଷେ, ଋତୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ଶାଶୂ ଘର ଲୋକଙ୍କ ବିରୋଧରେ ଯୌତୁକ ହତ୍ୟା ନେଇ ମାମଲା ରୁଜୁ କରିଛି ପୋଲିସ୍ ଆଉ ଏ ନେଇ ଘଟଣାର ଅଧିକ ତଦନ୍ତ ଚଳାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।