ଚଳନ୍ତା ବୋଟରୁ ବନ କର୍ମଚାରୀଙ୍କୁ ଚକମା ଦେଇ ଚମ୍ପଟ ମାରିଲା ବାଘ, ଦେଖଣାହାରୀ ହୋଇ ଚାହିଁ ରହିଲେ ବନ କର୍ମଚାରୀ !ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସୋସିଆଲ ମିଡିଆରେ ଅନେକ ଇଣ୍ଟ୍ରେଷ୍ଟିଂ ଭିଡିଓ ଦେଖିବାକୁ ମିଳେ। ଏହି ସବୁ ଭିଡିଓ ବେଶ୍‌ ଆଶ୍ଚର୍ଯ୍ୟକର। କିଛି ଭିଡିଓ ରହିଛି ଯାହା ଖୁବ୍‌ ମଜାଦାର। ଯାହାକୁ ଦେଖିବାକୁ ଲୋକେ ପସନ୍ଦ କରନ୍ତି। ତେବେ ସୋସିଆଲ ମିଡିଆରେ ପଶୁ ପକ୍ଷୀ ମାନଙ୍କ ଭିଡିଓ ବହୁତ୍ ଭାଇରାଲ ହୋଇଥାଏ।

ଦର୍ଶକ ମାନେ ପଶୁ ପକ୍ଷୀ ମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ବାଘ ମାନଙ୍କର ଆପଣ ଅନେକ ଗୁଡ଼ିଏ ରୋମାଞ୍ଚକର ଭିଡିଓ ଦେଖିଥିବେ। ବାଘ ଶିକାର କରିବାର ଦୃଶ୍ୟ ଖୁବ୍ ଚିତ୍ତାକର୍ଷକ ହୋଇଥାଏ। ଏବଂ କିଛି ଭିଡିଓ ଏଭଳି ହୋଇଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ।ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବାଘର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହା ବେଶ୍ ଚିତ୍ତାକର୍ଷକ।

 ତେବେ କ୍ୟାମେରାରେ କଏଦ ହୋଇଥିବା ଏଭଳି ଏକ ଦୃଶ୍ୟ ଯାହା ଲୋକର ଦୃଷ୍ଟି ଆକର୍ଷଣ କରୁଛି ତା ହେଉଛି ଚଳନ୍ତା ବୋଟ୍ ରୁ ଡେଇଁ ପଡ଼ିଛି ଏକ ମହାବଳ ବାଘ। ତା ପରେ ପାଣିରେ ପହଁରି ପହଁରି ଯାଉଛି। ଅଦ୍ଭୁତ ଭାବରେ ବୋଟରୁ ପାଣି ଭିତରକୁ ଲମ୍ବା ଡିଆଁ ମାରୁଛି ବାଘ।

ଏହି ଭିଡିଓଟି ଏତେ ମଜାଦାର ଏବଂ ଚକିତକର ହୋଇଛି ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ହି ଭିଡିଓକୁ ପସନ୍ଦ କରିବା ସହ ବିପୁଳ ସଂଖ୍ଯାରେ ଲାଇକ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୯୭ ହାଜରରୁ ଅଧିକ ଲୋକେ ଦେଖି ସାରିଲେଣି।

ତେବେ ଏହି ଦୃଶ୍ୟଟି ସୁନ୍ଦରବନର ଅଟେ ବୋଲି ଜାଣିବାକୁ ମିଳିଛି । ସୁନ୍ଦରବନ ଏକ ବିରାଟ ବଡ ଘନ ଜଙ୍ଗଲରେ ଘେରି ହୋଇ ରହିଥିବା ସ୍ଥାନଟିଏ ।ଯାହା ଭାରତ ଜାତୀୟ ପଶୁ ମହାବଳ ବାଘଙ୍କର ସର୍ବ ବୃହତ ସରଂକ୍ଷଣ କ୍ଷେତ୍ର ଅଟେ। ସେହିଠାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ବୋଟ୍ ସାହାଯ୍ୟରେ ବନ କର୍ମଚାରୀ ମାନେ ବାଘଟିକୁ ନେଇ ଯାଉଥିଲେ। ଠିକ୍ ସେହି ସମୟରେ ବନ କର୍ମଚାରୀ ମାନଙ୍କୁ ଚକମା ଦେଇ ମହାବଳ ବାଘଟି ପାଣି ଭିତରେ ହିଁ ଲମ୍ଫ ଲଗାଇଥିଲା ଆଉ ପହଁରି ପହଁରି କୂଳ ଆଡକୁ ଯାଇଥିଲା।

ଯାହା ଦେଖିବାକୁ ସୋସିଆଲ ମିଡିଆ ୟୁଜର୍ସ ମାନେ ଖୁବ ପସନ୍ଦ କରୁଛନ୍ତି । ପାଣିରେ ଲମ୍ଫ ଦେବା ଆଗରୁ ବାଘଟି ଗର୍ଜନ ମଧ୍ୟ କରିଥିଲା । ତେବେ ଏହି ଭିଡିଓ ଟିକୁ ଆଇଏଫଏସ ଅଫିସର ପରବୀନ କସୱନ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଥିଲେ ।

ଏହି ଭିଡିଓଟି ସୁନ୍ଦରବନରୁ ରେକର୍ଡ କରା ଯାଇଥିଲା ବୋଲି ସେ କ୍ୟାପସନରେ ସୂଚନା ଦେଇଛନ୍ତି। କୁହାଯାଉଛି ଏହି ଭିଡିଓଟି ହୁଏତ ପୁରୁଣା କିନ୍ତୁ ପୁଣି ଥରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ଏହି ଭିଡିଓକୁ ଉପଭୋଗ କରୁଥିବା ବେଳେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।